କନକ ବ୍ୟୁରୋ: ଅବହେଳିତ ଅବସ୍ଥାରେ ମହାପ୍ରଭୁ ଜଗନ୍ନାଥଙ୍କ ପରମ ଭକ୍ତ ବନ୍ଧୁ ମହାନ୍ତିଙ୍କ ଗାଁ । ବନ୍ଧୁ ମହାନ୍ତିଙ୍କୁ ଜଗନ୍ନାଥ ସ୍ୱର୍ଣ୍ଣ ଥାଳିରେ ଅନ୍ନ ଦେଇଥିବା ନେଇ ବିଶ୍ୱାସ ରହିଛି । ହେଲେ ଯାଜପୁର ଦଶରଥପୁର ଦତପୁରରେ ବନ୍ଧୁ ମହାନ୍ତିଙ୍କ ଜନ୍ମ ପୀଠ ଏବେ ଅବହେଳିତ ହୋଇପଡିରହିଛି ।

Advertisment

ସରକାର ପରିକ୍ରମା ପ୍ରକଳ୍ପ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିଲେ ମଧ୍ୟ ବନ୍ଧୁ ମହାନ୍ତିଙ୍କ ଜନ୍ମପୀଠର ବିକାଶ କରାଯାଉନାହିଁ । ଏଠାରେ ବନ୍ଧୁ ମହାନ୍ତିଙ୍କ ପ୍ରତିମୂତି ସ୍ଥାପନ ସହ ଏହାକୁ ପର୍ଯ୍ୟଟନ କ୍ଷେତ୍ରରେ ମାନ୍ୟତା ଦେବାକୁ ଦାବି ହୋଇଆସୁଥିଲେ ମଧ୍ୟ ସରକାର ଅଣଦେଖା କରୁଥିବା ଅଭିଯୋଗ କରିଛି ବନ୍ଧୁ ମହାନ୍ତି କ୍ରିୟାନୁଷ୍ଠାନ କମିଟି । ଭକ୍ତ ଓ ଭଗବାନଙ୍କ ୭୦୦ ବର୍ଷର ଏହି ସମ୍ପର୍କ । ଭକ୍ତିରେ ବନ୍ଧା ଜଗନ୍ନାଥ ତାଙ୍କ ବନ୍ଧୁ ଭୋକରେ ଥିବା ଜାଣି ତାଙ୍କୁ ଆଣି ସୁନା ଥାଳିରେ ଅନ୍ନ ଦେଇଥିଲେ । ଯାହାର ପ୍ରମାଣ ଶ୍ରୀମନ୍ଦିର ଦକ୍ଷିଣ ଦ୍ୱାରରେ ରହିଥିବା କୁହାଯାଉଛି ।