ଶ୍ରୀକ୍ଷେତ୍ରରେ ପ୍ରବଳ ଭିଡର ସୁଯୋଗ ନେଇ ମାତିଲେ ଅସାଧୁ ବ୍ୟବସାୟୀ । ଜଗା ଦୁଆରରେ ଚଢା ଦରରେ ବିକ୍ରି କରୁଛନ୍ତି ପାଣି ବୋତଲ ।
କନକ ବ୍ୟୁରୋ: ଜଗା ଦୁଆରରେ ମହଙ୍ଗା ହେଲା ଖାଦ୍ୟ ସାମଗ୍ରୀ । ଧାଡିରେ ଠିଆ ହୋଇଥିବା ଭକ୍ତଙ୍କୁ ମହଙ୍ଗା ଦରରେ ପାଣି ବୋତଲ ସହ ଅନ୍ୟ ଖାଦ୍ୟ ସାମଗ୍ରୀ ବିକ୍ରି କରିଛନ୍ତି ଅସାଧୁ ବ୍ୟବସାୟୀ । ଧାଡି ବାନ୍ଧି ଦର୍ଶନ ପାଇଁ ଅପେକ୍ଷା କରିଥିବା ଭକ୍ତ ଅନ୍ୟ କୌଣସି ଉପାୟ ନପାଇ ଦୁଇ ଗୁଣା ଟଙ୍କା ଦେଇ ପାଣି ବୋତଲ କିଣିଛନ୍ତି । ଅସାଧୁ ବ୍ୟବସାୟୀ ଜାଣିଛନ୍ତି ଭକ୍ତ ଧାଡିରୁ ବାହାରିପାରିବେ ନାହିଁ । ତେଣୁ ଭକ୍ତଙ୍କୁ ମନଇଛା ଖାଦ୍ୟ ସାମଗ୍ରୀ ଓ ପାଣି ବୋତଲ ଦର କଷିଛନ୍ତି ।

Kanak News is now on WhatsApp
Join and get latest news updates delivered to you via WhatsApp
ଶ୍ରୀକ୍ଷେତ୍ରରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ । ଦର୍ଶନ ପାଇଁ ଧାଡ଼ିରେ ଯିବା ବେଳେ ଅଚେତ୍ ହୋଇପଡ଼ିଲେ ଭକ୍ତ । ଭିଡ଼ ଭିତରେ ଘଣ୍ଟା ଘଣ୍ଟା ଧରି ଛିଡ଼ା ହେବ ପରେ ଅସନ୍ତୋଷ ପ୍ରକାଶ କଲେ ବୃଦ୍ଧା । ସେହିପରି ଆଉ ଜଣେ ଶ୍ରଦ୍ଧାଳୁ ଅଚେତ ହୋଇପଡ଼ିଥିବାରୁ ତାଙ୍କୁ ଆମ୍ବୁଲାନ୍ସରେ ମେଡ଼ିକାଲରେ ଭର୍ତ୍ତି କରାଯାଇଛି । କାର୍ତିକ ମାସ ଯୋଗୁଁ ପ୍ରବଳ ଗହଳି ଜମୁଛି । ବ୍ୟାରିକେଟ୍ ବାହାରେ ବଡ଼ଦାଣ୍ଡରେ ଲମ୍ବା ଲାଇନ ଲଗାଇଛନ୍ତି ଶ୍ରଦ୍ଧାଳୁ । ସିଂହଦ୍ୱାର ଠାରୁ ମାର୍କେଟ ଛକ ଯାଏଁ ଲମ୍ବା ଲାଇନ୍ ଲାଗିଛି । ଶୃଂଖଳିତ ଦର୍ଶନ ବ୍ୟବସ୍ଥାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ବ୍ୟାରିକେଟରେ ଘଂଟା ଘଂଟା ଧରି ଛିଡ଼ା ହୋଇଛନ୍ତି ଶତାଧିକ ଶ୍ରଦ୍ଧାଳୁ ।