ଆଜି ନୂଆବର୍ଷ ୨୦୧୯। ନୂଆ ବର୍ଷରେ ଆରାଧ୍ୟ ଦେବତାଙ୍କୁ ଦର୍ଶନ ପାଇଁ ମଝି ରାତିରେ ଖୋଲିଲା ଶ୍ରୀମନ୍ଦିର । ଜନସମୁଦ୍ର ପାଲଟିଛି ବଡ଼ଦାଣ୍ଡ, ସିଂହଦ୍ୱାର ଓ ଶ୍ରୀକ୍ଷେତ୍ର

Advertisment
ଆଜି ନୂଆବର୍ଷ ୨୦୧୯। ନୂଆ ବର୍ଷରେ ଆରାଧ୍ୟ ଦେବତାଙ୍କୁ ଦର୍ଶନ ପାଇଁ ମଝି ରାତିରେ ଖୋଲିଲା ଶ୍ରୀମନ୍ଦିର । ଜନସମୁଦ୍ର ପାଲଟିଛି ବଡ଼ଦାଣ୍ଡ, ସିଂହଦ୍ୱାର ଓ ଶ୍ରୀକ୍ଷେତ୍ର

କନକ ବ୍ୟୁରୋ: ଆଜି ନୂଆବର୍ଷ ୨୦୧୯। ନୂଆ ବର୍ଷରେ କୋଟି ଓଡ଼ିଆ ପ୍ରାଣର ଆରାଧ୍ୟ ଦେବତା ଜଗତର ନାଥ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରି ଇଂରାଜୀ ନୂଆବର୍ଷ ଆରମ୍ଭ କରିବା ପାଇଁ ଲୋକଙ୍କ ଅଗ୍ରହ ପରିଲକ୍ଷିତ ହୋଇଛି। ଏଥିପାଇଁ ଜନସମୁଦ୍ର ପାଲଟିଛି ବଡ଼ଦାଣ୍ଡ, ସିଂହଦ୍ୱାର ଓ ଶ୍ରୀମନ୍ଦିର। ଲକ୍ଷଲକ୍ଷ ଭକ୍ତ ଶ୍ରୀମନ୍ଦିର ଯାଇ ବଡ଼ ଠାକୁର ବଳଦେବ, ମହାପ୍ରଭୂ ଶ୍ରୀଜଗନ୍ନାଥ ଓ ମା ଶୁଭଦ୍ରାଙ୍କ ଦର୍ଶନ କରିଛନ୍ତି। ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ, ଜିଲ୍ଲା ପ୍ରଶାସନ ଓ ପୁଲିସ ପକ୍ଷରୁ ଭକ୍ତିମାନେ ଯେପରି ଶୃଙ୍ଖଳିତ ଦର୍ଶନ କରିପାରିବେ ସେଥଇପାଇଁ ବ୍ୟବସ୍ଥା କରାଯାଇଛି। ନୂଆବର୍ଷ ଆରମ୍ଭରେ ଭକ୍ତଙ୍କ ଭିଡ଼ ଓ ଆଗ୍ରହକୁ ଆଖି ଆଗରେ ରଖି ଶ୍ରୀମନ୍ଦିରର ଦ୍ୱାରଫିଟା ସହଳ ହୋଇଥିଲା। ନୂଆବର୍ଷର ନୂତନ ସୂର‌୍ୟ୍ୟୋଦୟର ଯଥେଷ୍ଟ ପୂର୍ବରୁ ରାତି ୧୨ଟା ୧୭ ମିନିଟରେ ଶ୍ରୀମନ୍ଦିର ଖୋଲାଯାଇଥିବାରୁ ଭକ୍ତମାନେ ସେମାନଙ୍କ ଆରାଧ୍ୟ ଦେବତାଙ୍କୁ ଦର୍ଶନ କରିଛନ୍ତି।

publive-image

ନୂଆବର୍ଷକୁ ସ୍ୱାଗତ କରିବା ସହିତ ପୁରୀରେ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ, ମହୋଦଧୀରେ ସ୍ନାନ ସହିତ ୨୦୧୯ ମସିହାର ନୂତନ ସୂର‌୍ୟ୍ୟଙ୍କୁ ସ୍ୱାଗତ କରିବା ପାଇଁ ଗତକାଲି ଠାରୁ ପୁରୀରେ ଭକ୍ତ, ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗି ରହିଛି। ଭକ୍ତ ଓ ଶ୍ରଦ୍ଧାଳମାନଙ୍କ ସହିତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଏବଂ ଭିଆଇପି ପୁରୀ ଆସି ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିବାର କାର‌୍ୟ୍ୟକ୍ରମ ରହିଛି। ଏଥିପାଇଁ ପୁଲିସ ପକ୍ଷରୁ ଟ୍ରାଫିକ୍ କଟକଣା ଲାଗୁ କରାଯାଇଛି। ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କ ଗାଡ଼ିକୁ ସିଂହଦ୍ଵାର ପର‌୍ୟ୍ୟନ୍ତ ଏବଂ ବିଚାରପତିମାନଙ୍କ ଗାଡ଼ିକୁ ଶ୍ରୀମନ୍ଦିର କାର‌୍ୟ୍ୟାଳୟ ପର‌୍ୟ୍ୟନ୍ତ ଯିବାକୁ ଦିଆଯିବ।

publive-image

ସେହିପରି ଅନ୍ୟ ଭିଆଇପିମାନଙ୍କୁ ଟାଉନ ଥାନା ପର‌୍ୟ୍ୟନ୍ତ ଛଡ଼ାଯିବ। ବାଇକରେ ଆସୁଥିବା ଶ୍ରଦ୍ଧାଳୁମାନେ ମରିଚିକୋଟ ଛକରୁ ମାର୍କେଟ ଛକ ମଝି ବଡ଼ଦାଣ୍ଡ ବାମପଟେ ପାର୍କିଂ କରି ଶ୍ରୀମନ୍ଦିରକୁ ଦର୍ଶନ ପାଇଁ ଯାଇପାରିବେ। ଚାରିଚକିଆ ଯାନଗୁଡ଼ିକୁ ଆଜି ରାତି ୨ଟାରୁ ଶ୍ରୀଜଗନ୍ନାଥ ବଲ୍ଲଭ ପାର୍କିଂରେ ରହିବାକୁ ସୁଯୋଗ ଦିଆଯାଇଛି। ସେହିପରି ଯାତ୍ରୀବାହୀ ବସଗୁଡ଼ିକ ଅଠରନଳା ଦେଇ ବସଷ୍ଟାଣ୍ଡକୁ ଆସି ଯାଉଛନ୍ତି। କେନ୍ଦ୍ରାଞ୍ଚଳ ଆଇଜି ସେମେନ୍ଦ୍ର ପ୍ରିୟଦର୍ଶୀ ଏବଂ ପୁରୀ ଏସପି ଡା. ସାର୍ଥକ ଷଡ଼ଙ୍ଗୀ ଟ୍ରାଫିକ୍ ବ୍ୟବସ୍ଥାର ତଦାରଖ କରୁଛନ୍ତି।

publive-image

ଶ୍ରୀମନ୍ଦିର ଭିତରେ ଭକ୍ତମାନଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ବ୍ୟାପକ ପୁଲିସ ବ୍ୟବସ୍ଥା କରାଯାଇଛି। ଦୁଇ ଜଣ କମାଣ୍ଡାଣ୍ଟ ଶ୍ରୀମନ୍ଦିର ଭିତରେ ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥାକୁ ନିୟନ୍ତ୍ରଣ କରୁଛନ୍ତି। ଏହି କାର‌୍ୟ୍ୟରେ ୧୦ ଜଣ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଓ ଡେପୁଟି କମାଣ୍ଡାଣ୍ଟ ସହଯୋଗ କରୁଛନ୍ତି। ଏତଦବ୍ୟତୀତ ୨୧ ଜଣ ଡିଏସ୍ପି, ୩୬ ଜଣ ଇନ୍ସପେକ୍ଟର, ୧୫୧ ଜଣ ଏସ୍ଆଇ ଓ ଏଏସ୍ଆଇ, ୨୮ ଜଣ ହାବିଲଦାର, ୨୧୬ ଜଣ କନେଷ୍ଟବଳ, ୪୪ ଜଣ ଟ୍ରାଫିକ୍ ହାବିଲଦାର, ୪୧୨ ଜଣ ଗୃହରକ୍ଷୀ ଶ୍ରୀମନ୍ଦିର ସମେତ ଟ୍ରାଫିକ୍ ବ୍ୟବସ୍ଥାକୁ ନିୟନ୍ତ୍ରଣ କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe