କନକ ବ୍ୟୁରୋ : ପୁରୀରେ ଜୋରସୋରରେ ଚାଲିଛି ଏସି ସେଡ ନିର୍ମାଣ କାମ । ନୂଆ ବର୍ଷରୁ ଏହି ଏସି ସେଡ ଦେଇ ମହାପ୍ରଭୁଙ୍କୁ ଦର୍ଶନ ପାଇଁ ଯିବେ ଶ୍ରଦ୍ଧାଳୁ । ଏସି ସେଡ଼ ଦେଇ ସିଂହଦ୍ୱାରରେ ପହଂଚିବେ ଶ୍ରଦ୍ଧାଳୁ । ଏଥିପାଇଁ ଆସନ୍ତାକାଲି ସୁଦ୍ଧା କାମ ଶେଷ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ନୂଆ ବର୍ଷରେ ପୁରୀରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହେବାକୁ ଥିବାରୁ ଏହା ପୂର୍ବରୁ ସମସ୍ତ ପ୍ରସ୍ତୁତି ଶେଷ କରିବାକୁ କୁହାଯାଇଛି । ମରିଚକୋଟ ଛକରୁ ସିଂହଦ୍ୱାର ପର୍ଯ୍ୟନ୍ତ ଏହି ସେଡ କରାଯାଇଛି । ସେଡ଼ ଭିତର ଦେଇ ଯାଉଥିବା ଭକ୍ତ ବିଶ୍ରାମ କରିବା ପାଇଁ ମଧ୍ୟ ବ୍ୟବସ୍ଥା ହୋଇଛି ।
ପୁରୀରେ ଜୋରସୋରରେ ଚାଲିଛି ଏସି ସେଡ୍ ନିର୍ମାଣ କାମ । ନୂଆ ବର୍ଷରୁ ଏହି ଏସି ସେଡ୍ ଦେଇ ମହାପ୍ରଭୁଙ୍କୁ ଦର୍ଶନ କରିବେ ଶ୍ରଦ୍ଧାଳୁ
/kanak/media/post_attachments/wp-content/uploads/2023/12/17-28.jpg)