ପ୍ରାୟ ୧୦ ଦିନ ହେବ ୫୭ ବର୍ଷ ବୟସ୍କ ଜଣେ ହୀରା ବ୍ୟବସାୟୀ ନିରୁଦ୍ଦିଷ୍ଟ ଥିଲେ। ତାଙ୍କର ମୃତ ଦେହ ପାନଭେଲର ଦେହରାଙ୍ଗ୍ ବନ୍ଧ ନିକଟରେ ଥିବା ଏକ ବୁଦା ଭିତାରୁ ଉଦ୍ଧାର କରାଯାଇଥିଲା। ସେହି ହୀରା ବ୍ୟବସାୟୀଙ୍କର ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ଘଟ୍କୋପର (ପଶ୍ଚିମ)ର କାମା ଲେନ୍ ଅଞ୍ଚଳରେ ଥିବା ମହାଲକ୍ଷ୍ମୀ ଆପାର୍ଟମେଣ୍ଟର ବାସିନ୍ଦା ରାଜେଶ୍ୱର କିଶୋରିଲାଲ ଉଡାନ୍ ନଭେମ୍ଭର ୨୮ ତାରିଖରୁ ନିରୁଦ୍ଦିଷ୍ଟ ଥିଲେ। ତାଙ୍କୁ ଶେଷ ଥର ପାଇଁ ଟ୍ରାଫିକ୍ ପୁଲିସ ଆଉଟ ପୋଷ୍ଟ ନିକଟରେ ଦେଖିବାକୁ ମିଳିଥିଲା ସେହି ଦିନ। ଡ୍ରାଇଭରଙ୍କ ବୟାନ୍ ଅନୁଯାୟୀ ଉଡାନି ନିଜର କାର୍ରେ ସେଠାକୁ ଯାଇଥିଲେ। ସେଠାରେ ନିଜ କାରରୁ ଓହ୍ଲାଇ ପଡ଼ି ଅନ୍ୟ ଏକ କାରରେ କେଉଁଆଡ଼େ ଚାଲି ଯାଇଥିଲେ। ଡ୍ରାଇଭର ଜଣକ ଉକ୍ତ ଗାଡିର ନମ୍ବର ଜାଣି ପାରି ନଥିଲେ ଏବଂ ସେ ସେହି ସ୍ଥାନ ଚାଲି ଆସିଥିଲେ ବୋଲି ଘଟ୍କୋପର୍ ଡିଭିଜିନର ଏସିପି ମାଣିକ ସିଂହ ପି ପାଟିଲ୍ କହିଛନ୍ତି। ପୁଲିସର ସୂଚନା ଅନୁଯାୟୀ ଉଡାନି ବିଖ୍ରୋଲିରେ ପହଞ୍ଚିବା ବେଳେ ନିଜର ମୋବାଇଲ ଫୋନ୍ରେ କଥା ହେଉଥିଲେ। ତା’ପରେ ନଭି ମୁମ୍ବାଇରେ ରାବେଲ୍ ଅଞ୍ଚଳରେ ତାଙ୍କର ଫୋନ୍ ସୁଇଚ ଅଫ୍ ହୋଇଥିଲା।
ଉଡାନିଙ୍କ ପୁଅ ରୋନକ୍ (୩୧) ଗତ ନଭେମ୍ବର ୨୯ ତାରିଖରେ ତାଙ୍କର ବାପା ନିରୁଦ୍ଦିଷ୍ଟ ଥିବା ନେଇ ଥାନାରେ ଏତଲା ଦେଇଥିଲେ। କିନ୍ତୁ ତାପରେ ପୁଲିସ୍ ଖୋଜିବାପରେ ବି ଉଡାନିଙ୍କର କିଛି ପତା ନ ମିଳିବାଫଳରେ ଘରଲୋକେ ସନ୍ଦେହ କଲେ କେହି ଉଡାନିଙ୍କୁ ଅପହରଣ କରିଛି। ଏଣୁ ଉଡାନିଙ୍କ ପୁଅ ରୋନକ୍ ଡିସେମ୍ବର ୩ ତାରିଖରେ ଅପହରଣ ମାମଲା ରୁଜ୍ଜୁ କରିଥିଲେ।
ତେବେ ଶୁକ୍ରବାର ସକାଳେ ଉଡାନିଙ୍କର ମୃତଦେହ ମିଳିବା ପରେ ପୁଲିସ ତାଙ୍କ ପରିବାର ଲୋକେ ଡାକିଥିଲେ। ସେମାନେ ତାହା ରାଜେଶ୍ୱର କିଶୋରି ଲାଲ ଉଡାନିଙ୍କର ମୃତ ଦେହ ବୋଲି ଚିହ୍ନିଥିଲେ। ତେବେ ଉଡାନିଙ୍କର ଦେହରେ କୌଣସି କ୍ଷତ ଚିହ୍ନ ଦେଖିବାକୁ ମିଳି ନଥିଲା ବୋଲି ପାନଭେଲ ତାଲୁକା ଥାନାର ଇନସ୍ପେକ୍ଟର ଅଶୋକ ରାଜପୁତ କହିଛନ୍ତି। ତେବେ ବର୍ତ୍ତମାନ ଆଉ ଏକ ଖବର ଆସି ପହଚିଂଛି କିଶୋରୀଲାଲ୍ ଙ୍କ ଫୋନ୍ ଡିଟେଲ୍ ପୋଲିସ୍ ଚେକ୍ କରିବା ପାଇଁ ଏଥିରୁ କିଛି ବାର୍ ଡ୍ୟାନ୍ସରଙ୍କ ନମ୍ବର ବାହାରିଥିଲା । ଏଥିରେ ଏବେ ଜଣେ ଟିଭି ଅଭିନେତ୍ରୀଙ୍କ ନାଁ ଆସୁଛି । ସେ ହେଉଛନ୍ତି ଷ୍ଟାରପ୍ଲସର ଚର୍ଚ୍ଚିତ ଧାରାବାହିକ ‘ସାଥ୍ ନିଭାନା ସାଥିୟା’ ରେ ଗୋପୀ ବୋହୂ ଭୁମିକାରେ ନଜର ଆସୁଥିବା ଦେବୋଲିନା ଭଟ୍ଟାଚାର୍ଯ୍ୟ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)

/kanak/media/post_attachments/wp-content/uploads/2018/12/UDANI09-750x430-300x172.jpg)
/kanak/media/post_attachments/wp-content/uploads/2018/12/download-300x169.gif)