ସୁସ୍ଥ ହୋଇ ଓଡ଼ିଶା ଫେରିଲେ ଦେବକାନ୍ତ ପ୍ରଧାନ : ଚେନ୍ନାଇରେ ଘରୋଇ ହସ୍ପିଟାଲରେ ଚାଲିଥିଲା ଚିକିତ୍ସା

କୋଭିଡରେ ପୀଡିତ ହୋଇ ଗୁରୁତର ହେବା ପରେ କରାଯାଇଥିଲା ଏୟାରଲିଫ୍ଟ

160

କନକ ବ୍ୟୁରୋ : ଦୀର୍ଘ ୩ ମାସର ଚିକିତ୍ସା ପରେ ସୁସ୍ଥ ହୋଇ ଓଡ଼ିଶା ଫେରିଛନ୍ତି ଦେବକାନ୍ତ ପ୍ରଧାନ । ଢେଙ୍କାନାଳ ହିନ୍ଦୋଳର ଦେବକାନ୍ତ ପ୍ରଧାନ କରୋନାରେ ଆକ୍ରନ୍ତ ହୋଇ ଗୁରୁତର ହୋଇଥିଲେ । ପରେ ଏକମୋ ଚିକିତ୍ସା ପାଇଁ ତାଙ୍କୁ ଚେନ୍ନାଇର ଏମଜିଏମ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।

ଗତ ଜୁଲାଇ ୧୮ ତାରିଖରେ ଦେବକାନ୍ତଙ୍କୁ ଏୟାର ଆମ୍ବୁଲାନ୍ସ ଯୋଗେ ଭୁବନେଶ୍ୱରରୁ ଚେନ୍ନାଇ ନିଆଯାଇଥିଲା । ସେଠାରେ ୩ ରୁ ୪ ମାସ ଏକମୋ ଚିକିତ୍ସା ପରେ ସେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ତେବେ ଦେବକାନ୍ତଙ୍କ ଚିକିତ୍ସା ପାଇଁ ପ୍ରାୟ ଦେଢ କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ତାଙ୍କ ପରିବାର ଲୋକେ କହିଛନ୍ତି । ଦେବକାନ୍ତଙ୍କ ଜୀବନ ବଂଚାଇବା ପାଇଁ କନକ ନ୍ୟୁଜ୍ ପକ୍ଷରୁ ପ୍ରୟାସ କରାଯାଇଥିଲା ।