କନକ ବ୍ୟୁରୋ : ଆପଣମାନେ ଯେତେବେଳେ ସାଇକେଲ ଚଳାଇଥାନ୍ତି ସେତେବେଳେ ଗୋଟିଏ କାମ ପେଡାଲ ମାରିବା ହେଉଛି ସବୁଠାରୁ କଷ୍ଟକାମ । ଆପଣ ସାଇକେଲର ପେଡାଲ ମାରି ମାରି ଯେତେବେଳେ ଥକି ପଡନ୍ତି ଆପଣଙ୍କ ମନକୁ ସେତେବେଳେ ନିଶ୍ଚିନ୍ତ ଗୋଟିଏ କଥା ଆସେ କି ସାଇକେଲ ବିନା ପେଡାଲରେ ଚାଲିପାରନ୍ତା କି !  ହେଲେ ଏବେ ଜଣେ ବ୍ୟକ୍ତି ଏହାକୁ ସତ କରି ଦେଖାଇଛନ୍ତି । ସାଇକେଲଟି ମାତ୍ର ୨୦ ମିନିଟ ଚାଲିବା ପରେ ମୋଟରସାଇକେଲ ଭଳି ସେଥିରେ ପେଡାଲ ମାରିବାକୁ ପଡୁନାହିଁ ଓ ଏହା ସାଇକେଲର ଗତି ଠାରୁ ଅଧିକ ଗତିରେ ଚାଲୁଛି ।

Advertisment

ଗୁରୁସୌରଭ ସିଂ ନାମକ ଜଣେ ବ୍ୟକ୍ତି ଏଭଳି ଏକ ଡିଭାଇସ ପ୍ରସ୍ତୁତ କରିଛନ୍ତି କି ଯାହାକୁ ଆପଣ ସାଇକେଲରେ ଫିଟ କରିବାର ମାତ୍ର କିଛି ସମୟ ମଧ୍ୟରେ ଏହା ମୋଟରସାଇକେଲ ଭଳି ଦୌଡୁଛି । ଗୁରୁସୌରଭ ସିଂଙ୍କ ଏଭଳି ଉଦ୍ଭାବନ ଦେଖି ପ୍ରଶାଂସାରେ ପୋତି ପକାଇଛନ୍ତି ଉଦ୍ୟୋଗପତି ଆନନ୍ଦ ମହିନ୍ଦ୍ରା । ଏହାସହ ସେ ଗୁରୁସୌରଭ ସିଂଙ୍କ ଏହି ଡିଭାଇସରେ ଅର୍ଥ ଲଗାଇବାକୁ ବି ପ୍ରସ୍ତାବ ଦେଇଛନ୍ତି ।

କହିରଖୁ କି ଗୁରୁସୌରଭ ସିଂ ଧ୍ରୁବ ବିଦ୍ୟୁତ ନାମରେ ଏକ କମ୍ପାନୀ ଚଳାଉଛନ୍ତି । ଟ୍ୱିଟର ପ୍ରୋଫାଇଲ ମୁତାବକ ଏହି କମ୍ପାନୀ ଇଲେକ୍ଟ୍ରାନିକ୍ସ ପ୍ରଡକ୍ଟ ଉପରେ ରିସର୍ଚ୍ଚ କରିଥାଏ । ଏହି କ୍ରମରେ ସେ ଏକ ପ୍ରଡକ୍ଟ ପ୍ରସ୍ତୁତ କରିଛନ୍ତି । ଏହି ଛୋଟ ପ୍ରଡକ୍ଟଟି ଦେଶୀ ସାଇକେଲକୁ ମୋଟରସାଇକେଲରେ ବଦଳାଇଦେଇପାରୁଛି । ଏଥିପାଇଁ ସାଇକେଲରେ କୌଣସି କଟିଂ ବା ୱେଲ୍ଡିଂ କରିବାକୁ ପଡୁନାହିଁ । କେବଳ ପେଡାଲ ଉପରେ ଏକ ନଟବୋଲ୍ଟ ଲଗାଇବାକୁ ପଡୁଛି ।

ଧ୍ରୁବ ବିଦ୍ୟୁତ ତରଫରୁ ଏନେଇ ଏକ ଭିଡିଓ ଟ୍ୱିଟରରେ ଅପଲୋଡ କରାଯାଇଛି । ଭିଡିଓରେ କୁହାଯାଇଛି କି ସାଇକେଲରେ ଏହି ଡିଭାଇସ ଫିଟ କରିବା ପରେ ଆଉ ପେଡାଲ ମାରିବାକୁ ପଡିବ ନାହିଁ । ସାଇକେଲଟି ସ୍ୱୟଂ ଚାଳିତ ଭାବେ ଚାଲିବ । ଡିଭାଇସ ଫିଟ୍ ହୋଇଗଲା ପରେ ସାଇକେଲଟି ଘଂଟା ପ୍ରତି ୨୫ କିଲୋମିଟର ବେଗରେ ଦୌଡିବ । କେବଳ ସେତିକି ନୁହେଁ ଏହି ସାଇକେଲ ୧୭୦ କିଲୋ ପର୍ଯ୍ୟନ୍ତ ଓଜନ ପରିବହନ କରିପାରିବ ।

ଧ୍ରୁବ ବିଦ୍ୟୁତ ତରଫରୁ ଦାବି କରାଯାଇଛି କି ସାଇକେଲରେ ଏହି ଡିଭାଇସକୁ ଫିଟ କରିବାକୁ ମାତ୍ର ୨୦ ମିନିଟ ସମୟ ଲାଗିବ । ଏୟାରକ୍ରାଫ୍ଟ ଗ୍ରେଡ ଆଲୁମିନିୟମରେ ନିର୍ମିତ ହୋଇଥିବା ଏହି ଡିଭାଇସ ହାଲକା ହୋଇଥିବା ବେଳେ ଏଥିରେ କଳଙ୍କି ଲାଗି ନଥାଏ    । ଏଥିରେ ଗୋଟିଏପଟେ ବ୍ୟାଟେରୀ ଚାର୍ଜ କରିବାକୁ ଅପ୍ସନ ରହିଛି ତ ଅନ୍ୟପଟେ ଆପଣ ନିଜର ଫୋନକୁ ୟୁଏସବି ସହାୟତାରେ କନେକ୍ଟ କରିପାରିବେ ।

ଏହି ସାଇକେଲରେ ଡିଭାଇସ ଫିଟିଂ କରି ୨୦ ମିନିଟ ପେଡାଲ ମାରିବା ପରେ ବ୍ୟାଟେରୀଟି ଅଧା ଚାର୍ଜ ହୋଇଯିବ । ଏହାସହ ଆପଣ ହ୍ୟାଣ୍ଡଲ ମୁଠିଆକୁ ଯେତେ ମୋଡିବେ ଗାଡିର ବେଗ ସେତେ ବଢିବ । ଏହାସହ ଏହି ଡିଭାଇସକୁ ଅନ କିମ୍ବା ଅଫ୍ କରିବାକୁ ସ୍ୱିଚ୍ ରହିଛି ।