କନକ ବ୍ୟୁରୋ: ଏଆଇ ସବୁ ଦେଖୁଛି । କିନ୍ତୁ ଏହି ସମୟରେ ମାଟ୍ରିକର ଇଂରାଜୀ ପ୍ରଶ୍ନପତ୍ର ଭାଇରାଲ ଚର୍ଚ୍ଚା ଏଆଇର କାର୍ଯ୍ୟକାରିତା ଉପରେ ପ୍ରଶ୍ନ ସୃଷ୍ଟି କରୁଛି । ଗୋଟିଏ ପଟେ ଇଂରାଜୀ ପରୀକ୍ଷାରେ କପି କରୁଥିବା ପିଲାଙ୍କୁ କିପରି ଏଆଇ ଧରିଛି ତାର ଫଟୋ ଚିତ୍ର ସାମ୍ନାକୁ ଆସିଛି । ଅନ୍ୟପଟେ କେନ୍ଦୁଝର ଏବଂ ମୟୂରଭଞ୍ଜରେ ପରୀକ୍ଷା ପୂର୍ବରୁ ପ୍ରଶ୍ନପତ୍ର ଲିକ୍ ହୋଇଥିବା ଖବର ସାମ୍ନାକୁ ଆସିଛି । ଯାହାକି ପରୀକ୍ଷା ବ୍ୟବସ୍ଥା ଉପରେ ବଡ ପ୍ରଶ୍ନ ସୃଷ୍ଟି କରିଛି । ଯାହାକୁ ଖଣ୍ଡନ କରିଛନ୍ତି ବୋର୍ଡ କର୍ତୃପକ୍ଷ ।
ଚଳିତ ବର୍ଷ ମାଟ୍ରିକ ପରୀକ୍ଷାର ଅନ୍ୟତମ ବିଶେଷତ୍ୱ ହେଉଛି ଆର୍ଟିଫିସିଆଲ ଇଂଟେଲିଜେନ୍ସ ବା ଏଆଇ । ପ୍ରଥମ ଥର ପାଇଁ ଏହି ଜ୍ଞାନକୌଶଳକୁ ବ୍ୟବହାର କରାଯାଇ ବୋର୍ଡ କର୍ତୃପକ୍ଷ କପି ରୋକିବା ଦିଗରେ ବଡ ପଦକ୍ଷେପ ନେଇଛନ୍ତି । କିନ୍ତୁ ଭଦ୍ରକ, ଯାଜପୁର, କେନ୍ଦୁଝର, ଗଜପତି, ନବରଙ୍ଗପୁର ଜିଲ୍ଲାର ବିଭିନ୍ନ ପରୀକ୍ଷା କେନ୍ଦ୍ରରେ ଏଆଇ ଧରିଛି ତ୍ରୁଟି । ଶୁକ୍ରବାର ଇଂରାଜୀ ପରୀକ୍ଷା ଥିବା ବେଳେ ଏଆଇ ଏହି ତ୍ରୁଟି ଧରିଛି । ମୋଟ୍ ୪୨ ଜଣ କପି କରି ଧରାପଡିଛନ୍ତି । କେଉଁଠି ନିର୍ଦ୍ଦାରିତ ସମୟ ପୂର୍ବରୁ ପ୍ରଶ୍ନପତ୍ର ଖୋଲାଯାଇଛି ତ ଆଉ କେଉଁଠି ପରୀକ୍ଷାର୍ଥୀ ହଲରେ ବୁଲୁଥିବା ଓ ପରସ୍ପର ସହ କଥା ହେଉଥିବା ଏଆଇ କ୍ୟାମେରାରେ କଏଦ ହୋଇଛି । ପ୍ରଶ୍ନପତ୍ର ଗୁଡ଼ିକୁ ଲୁହା ବାକ୍ସରେ ରଖାନଯିବା. ପରୀକ୍ଷାର୍ଥୀଙ୍କ ପାଖରେ ସନ୍ଦେହଜନକ ସାମଗ୍ରୀ ରଖିଥିବାର ଚିତ୍ର ମଧ୍ୟ ସାମ୍ନାକୁ ଆସିଛି ।
କେନ୍ଦୁଝର ଏବଂ ମୟୂରଭଞ୍ଜରେ ଇଂରାଜୀ ପରୀକ୍ଷା ପୂର୍ବରୁ ଲିକ୍ ହୋଇଥିବା ଅଭିଯୋଗ । ପରୀକ୍ଷା ପୂର୍ବରୁ ଏବଂ ପରେ ପ୍ରଶ୍ନପତ୍ର ମେଳ ହେବା ପରେ ପରୀକ୍ଷା ପରିଚାଳନାକୁ ନେଇ ପ୍ରଶ୍ନ ଉଠିଛି । ବୋର୍ଡ କର୍ତୃପକ୍ଷ କିନ୍ତୁ ପ୍ରଶ୍ନପତ୍ର ଭାଇରାଲ ଘଟଣାକୁ ଅସ୍ୱୀକାର କରିଛନ୍ତି । ହେଲେ ଭାଇରାଲ ହୋଇଥିବା ପ୍ରଶ୍ନପତ୍ର ଏବଂ ପରୀକ୍ଷାର୍ଥୀ ସାମ୍ନା କରିଥିବା ପ୍ରଶ୍ନପତ୍ର କିଭଳି ସମାନ ହେଲା ତାହା ଏବେ ବଡ ପ୍ରଶ୍ନ?
ସେପଟେ ସାହିତ୍ୟ ପରୀକ୍ଷା ପରିଚାଳନାରେ ତ୍ରୁଟି ସାମ୍ନାକୁ ଆସିବା ପରେ କେନ୍ଦୁଝରର ସାହାରାପଡ଼ା ପରୀକ୍ଷା କେନ୍ଦ୍ରର ଅଧୀକ୍ଷକ ସ୍ୱର୍ଣ୍ଣଲତା ସାହୁଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ତାଙ୍କ ସ୍ଥାନରେ ଅନୁସୂଚିତ ଜାତି ଓ ଜନଜାତି ବିଭାଗ ରାଇଡିହା ହାଇସ୍କୁଲର ପ୍ରଧାନ ଶିକ୍ଷକ ସୁରେନ୍ଦ୍ର ନାଏକଙ୍କୁ କେନ୍ଦ୍ର ଅଧୀକ୍ଷକ ଦାୟିତ୍ୱ ଦିଆଯାଇଛି । ସେହିପରି ପରୀକ୍ଷା କେନ୍ଦ୍ର ଅନିୟମିତତା ଏବଂ ସୁପରିଚାଳନା ହେଉନଥିବାରୁ ଏନକେ ହାଇସ୍କୁଲ, ବାରାହାଟିପୁରା ସ୍କୁଲ, ଦେହୁରୀପଶି ଏସଏସଡି ସ୍କୁଲର ଅବଜରଭରଙ୍କୁ ପରିବର୍ତନ କରାଯାଇଛି । ଘଟଗାଁ ତାରିଣୀ ହାଇସ୍କୁଲ, ଏମସି ବିଦ୍ୟାପୀଠ ନନ୍ଦୀପଦାର କେନ୍ଦ୍ର ଅଧୀକ୍ଷକଙ୍କୁ ପରିବର୍ତନ କରାଯାଇ ଏନ୍କେ ହାଇସ୍କୁଲ ବାରାହାଟିପୁରା ସ୍କୁଲର ପ୍ରଧାନ ଶିକ୍ଷକଙ୍କୁ ଦାୟିତ୍ୱ ଦିଆଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/27/2025-12-27t123421491z-506359015_3114607832035873_6253119802954867050_n-2025-12-27-18-04-21.jpg)
/kanak/media/post_attachments/wp-content/uploads/2024/02/16-28.jpg)