ବଡ଼ଠାକୁର ଶ୍ରୀ ବଳଦେବଙ୍କ ପରେ ସୁଭଦ୍ରାଙ୍କ ପହଣ୍ଡି ଆରମ୍ଭ: ଧାଡି ପହଣ୍ଡିରେ ଆସୁଛନ୍ତି ହଦଳୀମୁହିଁ ଦେବୀ ସୁଭଦ୍ରା

Advertisment
ବଡ଼ଠାକୁର ଶ୍ରୀ ବଳଦେବଙ୍କ ପରେ ସୁଭଦ୍ରାଙ୍କ ପହଣ୍ଡି ଆରମ୍ଭ: ଧାଡି ପହଣ୍ଡିରେ ଆସୁଛନ୍ତି ହଦଳୀମୁହିଁ ଦେବୀ ସୁଭଦ୍ରା

କନକ ବ୍ୟୁରୋ: ପ୍ରଥମେ ଚକ୍ରରାଜ ସୁଦର୍ଶନ ଏବଂ ପରେ ବଡ ଭାଇ ବଳଭଦ୍ରଙ୍କ ପରେ ଆରମ୍ଭ ହୋଇଛି ଦେବୀ ସୁଭଦ୍ରାଙ୍କ ପହଣ୍ଡିବିଜେ ନୀତି । ଧାଡି ପହଣ୍ଡିରେ ରଥକୁ ବିଜେ କରୁଛନ୍ତି ତିନି ଠାକୁର । ଦେବୀ ସୁଭଦ୍ରାଙ୍କ ପହଣ୍ଡି ବିଜେ ଆରମ୍ଭ । ଧାଡି ପହଁଣ୍ଡିରେ ଆସୁଛନ୍ତି ଦେବୀ ସୁଭଦ୍ରା । ଦେବଦଳନ ରଥରେ ବିଜେ କରିବେ ଦେବୀ ସୁଭଦ୍ରା । ପ୍ରଥମେ ଚକ୍ରରାଜ ସୁଦର୍ଶନଙ୍କୁ ମା ସୁଭଦ୍ରାଙ୍କ ‘ଦେବଦଳନ’ ରଥରେ ସ୍ଥାପନା କରିବା ପରେ ବଡ଼ଠାକୁର ଶ୍ରୀ ବଳଦେବଙ୍କୁ ପହଣ୍ଡିରେ ଶ୍ରୀମନ୍ଦିରରୁ ରଥାରୁଢ଼ କରାଯାଇଛି । ସୁଦର୍ଶନଙ୍କ ପରି ଦେବୀ ସୁଭଦ୍ରାଙ୍କୁ ସେବାୟତମାନେ କାନ୍ଧରେ ଧରି ପହଣ୍ଡି କରି ଆଣିଥିଲେ।

publive-image

ଆଜି ସକାଳେ ଶ୍ରୀମନ୍ଦିରରେ ବିଭିନ୍ନ ନୀତି ନିର୍ଦ୍ଦାରିତ ସମୟରେ ଅନୁଷ୍ଠିତ ହୋଇଛି। ପରମ୍ପରା ଅନୁଯାୟୀ ହୋମ କରାଯାଇଛି। ପରେ ପରେ ରଥ ପ୍ରତିଷ୍ଠା କରାଯାଇଥିଲା। ଶ୍ରୀମନ୍ଦିରରୁ ବଡ଼ଦାଣ୍ଡକୁ ଶ୍ରୀଜିଉମାନେ ଆସିଲା ବେଳେ ଧାଡ଼ି ପହଣ୍ଡି କରାଯାଇଥାଏ। ତେଣୁ ସୁଦର୍ଶନଙ୍କ ପରେ ବଳଭଦ୍ର, ଦେବୀ ସୁଭଦ୍ରା ଓ ଶେଷର ଶ୍ରୀଜଗନ୍ନାଥଙ୍କ ପହଣ୍ଡି କରାଯାଉଛି। ପହଣ୍ଡିର ଅନ୍ୟତମ ଆକର୍ଷଣ ହେଉଛି ଘଣ୍ଟୁଆମାନଙ୍କ ପାରମ୍ପରିକ ଘଣ୍ଟୁଆ ନାଦ। ତା’ସାଙ୍ଗକୁ ଆଲଟ ଚାମର କରି ଶ୍ରୀଜିଉମାନଙ୍କୁ ୨୨ ପାହାଚ ଦେଇ ରଥକୁ ପହଣ୍ଡି କରି ନିଆଯାଇଥାଏ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe