ତାଳଧ୍ୱଜ ପରେ ଗଡିଲା ଦର୍ପଦଳନ...ଆଗେ ଆଗେ ଗଡି ଚାଲିଛି ବଡ ଭାଇ ଶ୍ରୀବଳଭଦ୍ରଙ୍କ ରଥ...ପଛରେ ଗଡିଲା ଦେବୀ ସୁଭଦ୍ରାଙ୍କ ରଥ

ତାଳଧ୍ୱଜ ପରେ ଗଡିଲା ଦର୍ପଦଳନ...ଆଗେ ଆଗେ ଗଡି ଚାଲିଛି ବଡ ଭାଇ ଶ୍ରୀବଳଭଦ୍ରଙ୍କ ରଥ...ପଛରେ ଗଡିଲା ଦେବୀ ସୁଭଦ୍ରାଙ୍କ ରଥ

କନକ ବ୍ୟୁରୋ: ବଡଦାଣ୍ଡରେ ଗଡିଲା ରଥ । ବାଜିଲା ଘଂଟି, ପଡିଲା ହରିବୋଲ ଏବଂ ହୁଳହୁଳି ଆଉ ଏହାରି ଭିତରେ ବଡଦାଣ୍ଡରେ ଗଡିଛି ମହାପ୍ରଭୁଙ୍କ ରଥ । ପ୍ରଥମେ ବଡଭାଇ ପ୍ରଭୁ ଶ୍ରୀବଳଭଦ୍ରଙ୍କ ରଥଟଣା ଯିବା ପରେ ଆରମ୍ଭ ହୋଇଛି ହଳଦୀମୁହିଁ ଦେବୀ ସୁଭଦ୍ରାଙ୍କ ରଥ ।

ବଡଦାଣ୍ଡରେ ସେବାୟତ ଏବଂ ପୁଲିସମାନେ ଗୁଣ୍ଡିଚା ଘର ଅଭିମୁଖେ ଦେବୀ ସୁଭଦ୍ରାଙ୍କ ତାଳଧ୍ୱଜ ରଥକୁ ଟାଣି ନେଉଛନ୍ତି । ତେବେ ଚଳିତ ବର୍ଷ କିନ୍ତୁ ତିନି ଦିଅଁଙ୍କ ତିନି ରଥକୁ ଆଉ ଭକ୍ତମାନେ ଭାବରେ ଟାଣିନେଉନାହାନ୍ତି ବରଂ କରୋନା କଟକଣାକୁ ମାନି ଘରେ ବସି ମହାପ୍ରଭୁଙ୍କ ଏହି ଅଲୌକିକ ଯାତ୍ରାର ଅପୂର୍ବ ଦୃଶ୍ୟକୁ ଅନୁଭବ କରୁଛନ୍ତି ।

ଅନ୍ୟପଟେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ରଥଯାତ୍ରାରେ କୋଭିଡ-୧୯ ନିୟମ ପ୍ରତି ଗୁରୁତ୍ୱ ଦେଇଛନ୍ତି ସେବାୟତମାନେ । ରଥ ଉପରେ ୧୦ରୁ ଅଧିକ ସେବାୟତ ରହୁନଥିବା ବେଳେ ଗୋଟିଏ ରଥକୁ ୫୦୦ ଜଣ ଟାଣୁଛନ୍ତି । ଏବଂ ବଡ କଥା ହେଉଛି ରଥଟାଣିବା ସମୟରେ ସମସ୍ତେ ସାମାଜିକ ଦୂରତ୍ୱକୁ ମଧ୍ୟ ଅନୁପାଳନ କରିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe