ବଡମ୍ବାରେ ବିଜେଡିର ବଡ ପରାଜୟ: ସ୍ୱାଧୀନ ପ୍ରାର୍ଥୀଙ୍କଠାରୁ ୨୩ ହଜାର ୪୭୯ ଭୋଟରେ ହାରିଲେ ଦେବୀ ମିଶ୍ର

1,276

କନକ ବ୍ୟୁରୋ: ବଡମ୍ବାରେ ବିଜେଡିର ବଡ ପରାଜୟ ହୋଇଛି । ବିଜେଡି ପ୍ରାର୍ଥୀ ଦେବୀ ମିଶ୍ରଙ୍କୁ ଏହି ଆସନରୁ ସ୍ୱାଧୀନ ପ୍ରାର୍ଥୀ ବିଜୟ କୁମାର ଦଳବେହେରା ପରାସ୍ତ କରିଛନ୍ତି । ବିଜୟ କୁମାର ଦଳବେହେରାଙ୍କଠାରୁ ୨୩ ହଜାର ୪୭୯ ଭୋଟରେ ପରାସ୍ତ ହୋଇଛନ୍ତି ଦେବୀ ମିଶ୍ର । ବିଜୟ ଦଳବେହେରା ୮୬ ହଜାର ୧୮ ଖଣ୍ଡ ଭୋଟ ପାଇଥିବା ବେଳେ ଦେବୀ ମିଶ୍ର ୬୨ ହଜାର ୫୩୯ ଖଣ୍ଡ ଭଓଟ ପାଇଛନ୍ତି । ଏହି ଆସନରୁ ଦେବୀ ମିଶ୍ର ୧୯୯୫ ମସିହାରୁ ବିଜୟୀ ହୋଇ ବିଧାୟକ ରହି ସାରିଥିଲେ । ସେ ୧୯୯୫ ରେ ଜନତା ଦଳ ଟିକେଟରୁ ନିର୍ବାଚନ ଲଢିଥିବା ବେଳେ ୨୦୦୦ ମସିହାରୁ ୨୦୨୪ ଯାଏଁ ବିଜେଡି ଟିକେଟରେ ନିର୍ବାଚନ ଲଢୁଥିଲେ । ହେଲେ ଏଥର ସ୍ୱାଧୀନ ପ୍ରାର୍ଥୀ ବିଜୟ ଦଳ ବେହେରା ବଡମ୍ବାରେ ବାଜି ମାରିନେଇଛନ୍ତି ।