ଅନୁରାଗଙ୍କ ଚେତାବନୀ, ଜବାବ ରଖିଲେ ଦେବୀ । କହିଲେ କେନ୍ଦ୍ର ଯୋଜନାରେ ଦୁର୍ନୀତିର ପ୍ରମାଣ ଥିଲେ ଦିଅନ୍ତୁ ।

Advertisment
ଅନୁରାଗଙ୍କ ଚେତାବନୀ, ଜବାବ ରଖିଲେ ଦେବୀ । କହିଲେ କେନ୍ଦ୍ର ଯୋଜନାରେ ଦୁର୍ନୀତିର ପ୍ରମାଣ ଥିଲେ ଦିଅନ୍ତୁ ।

କନକ ବ୍ୟୁରୋ : ଓଡ଼ିଶାରେ କେନ୍ଦ୍ରୀୟ ଯୋଜନାରେ ଦୁର୍ନୀତିର ତଦନ୍ତ ହେବ ବୋଲି କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର କହିବା ପରେ ଏହାର ପ୍ରତିକ୍ରିୟା ରଖିଛି ବିଜେଡି । ଦଳର ଉପ-ସଭାପତି ଦେବୀ ମିଶ୍ର କହିଛନ୍ତି, କେନ୍ଦ୍ର ଯୋଜନାରେ କେଉଁଠି ଦୁର୍ନୀତି ହୋଇଛି ତାହାର ପ୍ରମାଣ ଦେଇ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ କେନ୍ଦ୍ରମନ୍ତ୍ରୀ । କେବଳ ଅଭିଯୋଗ କରିଦେଲେ ହେବନି । ମୁଣ୍ଡ ଉପରେ ନିର୍ବାଚନ ଥିବାରୁ ଖାଲି ଉଡା କଥା ନ କହିବାକୁ କହିଛନ୍ତି ଦେବୀ ମିଶ୍ର ।

ଏହାପୂର୍ବରୁ କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର କହିଥିଲେ, ପଶ୍ଚିମବଙ୍ଗରେ ମଧ୍ୟ ଆବାସ ଏବଂ ଅନ୍ୟ କେନ୍ଦ୍ରୀୟ ଯୋଜନାରେ ଦୁର୍ନୀତି ହୋଇଥିଲା। କେନ୍ଦ୍ର ସରକାର ତାଙ୍କୁ ନୋଟିସ କରିଥିଲେ। ମନରେଗା ଯୋଜନାରେ ଦୁର୍ନୀତିଗ୍ରସ୍ତଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନହେବା ଯାଏଁ ପଶ୍ଚିମବଙ୍ଗକୁ ମନରେଗା ଅନୁଦାନ ବନ୍ଦ ହୋଇଥିଲା। ଓଡ଼ିଶାରେ ବି କେନ୍ଦ୍ରୀୟ ଯୋଜନାରେ ହୋଇଥିବା ଦୁର୍ନୀତିର କାର୍ଯ୍ୟାନୁଷ୍ଠାନ ହେବ। ଅନୁରାଗ କହିଛନ୍ତି ଦୁର୍ନୀତି ବାବଦରେ ପୂର୍ବରୁ ନୋଟିସ ଦିଆଯାଇଛି ଉତ୍ତର ନମିଳିଲେ ପୁଣି ନୋଟିସ ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe