ଆଉ କେଇ ଘଂଟାର ଅପେକ୍ଷା, ମେଲାଣି ନେବେ ମାଆ । କରୋନା କଟକଣା ଭିତରେ ସରିଛି ମାଆ ଦଶଭୂଜାଙ୍କ ଦଶମୀପୂଜା । ଆଜି ଓ ଆସନ୍ତାକାଲି ସଂଧ୍ୟା ୬ଟା ସୁଦ୍ଧା ସରିବ ଭସାଣ ଉତ୍ସବ । ସେପଟେ ଶ୍ରୀମନ୍ଦିରରେ ରତ୍ନ ସିଂହାସନରେ ରାଜରାଜେଶ୍ୱର ବେଶରେ ଶୋଭା ପାଉଛନ୍ତି ଶ୍ରୀଜିଉ ।

84

କନକ ବ୍ୟୁରୋ : ଆଉ କେଇ ଘଂଟାର ଅପେକ୍ଷା, ମେଲାଣି ନେବେ ମାଆ । କରୋନା କଟକଣା ଭିତରେ ସରିଛି ମାଆ ଦଶଭୂଜାଙ୍କ ଦଶମୀପୂଜା । ଆଉ କିଛି ସମୟ ପରେ ମଣ୍ଡପରୁ ମାଆଙ୍କୁ ମେଲାଣି ଦିଆଯିବ । ଆଜି ଓ ଆସନ୍ତାକାଲି ସଂଧ୍ୟା ୬ଟା ସୁଦ୍ଧା ସରିବ ଭସାଣ ଉତ୍ସବ । ଧରାପୃଷ୍ଠରେ ଅବତରଣ କରିଛନ୍ତି ମହିସାମର୍ଦ୍ଦିନୀ । ମହାବେଦୀରେ ମହାମାୟାଙ୍କ ପୂଜା କରାଉଛି । ପୀଠରେ ଦଶମୀ ପୂଜା ସମ୍ପନ୍ନ ହୋଇଥିବା ବେଳେ ମଣ୍ଡପରେ ଆଜି ମୃଣମୟୀ ମୂର୍ତୀଙ୍କ ହେବ ମହାଦଶମୀ ନୀତି ଅନୁଷ୍ଠିତ ହୋଇଛି ।

ତେବେ କରୋନା କଟକଣା ପାଇଁ ଫିକା ପଡିଛି ଚଳିତ ବର୍ଷର ଦୁର୍ଗାପୂଜା । ବିନା ଭକ୍ତରେ ପରଦା ପଛରେ ସଂପନ୍ନ ହେଉଛି ପୂଜା ନୀତି । ମଣ୍ଡପରେ ମାତ୍ର ୭ ଜଣ ରହିବା ବ୍ୟବସ୍ଥା ରହିଥିବାରୁ ଆୟୋଜନ କମିଟିର ସମସ୍ତ ସଦସ୍ୟ ମଧ୍ୟ ମଣ୍ଡପ ପାଖରେ ରହି ପାରୁନାହାନ୍ତି । ଅନ୍ୟପଟେ କେତେକ ସ୍ଥାନରେ ଅନ୍ଲାଇନ୍ ମାଆଙ୍କ ଦର୍ଶନ ବ୍ୟବସ୍ଥା କରାଯାଇଛି । ତେବେ ମଣ୍ଡପରେ ମାଆଙ୍କ ଦର୍ଶନ ଓ ପୂଜାର୍ଚ୍ଚନାରୁ ବଂଚିତ ହେଉଛନ୍ତି ଶ୍ରଦ୍ଧାଳୁ । ଫଳରେ କିଛି ଭକ୍ତ ନିରାଶ ହୋଇ କାନ୍ଦି ପକାଇବାର ଚିତ୍ର ଦେଖିବାକୁ ମିଳିଥିଲା ।

ଶ୍ରୀମନ୍ଦିରରେ ଆଜି ପାଳନ ହେଉଛି ବିଜୟା ଦଶମୀ । ରତ୍ନ ସିଂହାସନରେ ରାଜରାଜେଶ୍ୱର ବେଶରେ ଶୋଭା ପାଉଛନ୍ତି ମହାପ୍ରଭୁ । ହେଲେ କାଭିଡ୍ କଟକଣା ଯୋଗୁଁ ଏହି ଦୁଲର୍ଭ ବେଶ ଦର୍ଶନରୁ ବଂଚିତ ହୋଇଛନ୍ତି ଶ୍ରଦ୍ଧାଳୁ । ପ୍ରତ୍ୟକ ବର୍ଷ ବିଜୟାଦଶମୀରେ ମହାପ୍ରଭୁଙ୍କୁ ରାଜରାଜେଶ୍ୱରୀ ବେଶ ହୋଇଥାନ୍ତି । ସେପଟେ ଆଜିଠାରୁ ଆରମ୍ଭ ହେଉଛି ନାଗାର୍ଜୁନ ବେଶ ତିଆରି । ବେଶ କାରିଗରମାନେ ତିଆରି କରିବେ ବେଶ ।

ନଭେମ୍ବର ୨୭ରେ ମହାପ୍ରଭୁଙ୍କର ନାଗାର୍ଜ୍ଜୁନ ବେଶ ଆରମ୍ଭ ହେବ । ସେପଟେ ପୁରୀର ବିଭିନ୍ନ ମଣ୍ଡପରେ ପୂଜାର୍ଚ୍ଚନା କରାଯାଉଛି । ଆଜି ମାଆଙ୍କର ଭସାଣୀ ଉତ୍ସବ । ରାତି ୧୨ଟାରୁ ସାଢେ ୧୨ଟା ଭିତରେ ବିଶର୍ଜନ ପୂଜା କରାଯିବ । ଏବଂ ରାତି ୨ଟାରୁ ୩ଟା ଭିତରେ ମାଆଙ୍କୁ ମେଲାଣୀ ଦିଆଯିବ । ସେପେଟ ଜୟପୁରରେ ମଧ୍ୟ ଆଜି ମାଙ୍କ ଦଶମୀ ପୂଜାର୍ଚ୍ଚନା କରାଯାଇଛି । କରୋନା କଟକଣା ଭିତରେ ସମସ୍ତ ନିୟମମାନି ମାଆଙ୍କ ପୂଜା କରାଯାଉଛି ।