କନକ ବ୍ୟୁରୋ: ଦେବଗଡ ବିଧାୟକ ରୋମାଞ୍ଚ ରଞ୍ଜନ ବିଶ୍ୱାଳଙ୍କ ଧାରଣା । ସ୍ଥାନୀୟ ଯାନବାହାନ ଉପରେ ଟୋଲ ଟ୍ୟାକ୍ସ ଛାଡ ଓ ସ୍ଥାନୀୟ ଯୁବକଙ୍କୁ ୮୦ ପ୍ରତିଶତ ନିଯୁକ୍ତି ଦାବୀରେ ଧାରଣା ଦେଇଛନ୍ତି ବିଧାୟକ ।
ଦେବଗଡ ଜିଲ୍ଲା ବାରକୋଟ ବ୍ଲକ ବିଦେଇବଡକୁଦର ଟୋଲ ପ୍ଲାଜାରେ ଧାରଣା ଦେଇଛନ୍ତି ବିଧାୟକ। ବିଦେଇବଡକୁଦର ଟୋଲ ପ୍ଲାଜାରେ ଦୀର୍ଘ ବର୍ଷ ଧରି ସ୍ଥାନୀୟ ଯାନବାହାନ ଉପରୁ ଟ୍ୟାକ୍ସ ଆଦାୟ କରାଯାଉ ନଥିବା ବେଳେ ଗତ ସପ୍ତାହ ହେଲା ପୁଣି ଥରେ ସ୍ଥାନୀୟ ଯାନବାହାନ ଉପରୁ ଟ୍ୟାକ୍ସ ଅସୁଲି ଆରମ୍ଭ କରାଯାଉଛି । ଏପରିକି ଗରୀବ ଚାଷୀଙ୍କ ଉତ୍ପାଦିତ ଫସଲ ବୋଝେଇ ଗାଡିଠୁ ବି ଟିକସ ନିଆଯାଉଛି। ଯାହାକୁ ବିରୋଧ କରି ଅନିଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ରାସ୍ତାରେ ଧାରଣାର ବସିଛନ୍ତି ବିଧାୟକ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2024/08/mla-1.jpg)