କିଡନୀ ରୋଗରେ ଘର ମୁରବୀ । ଦୁଇଟି କିଡନୀ ନଷ୍ଟ ପରେ ଶଯ୍ୟାଶାୟୀ କେନ୍ଦ୍ରାପଡା ଗରଦପୁର ବଙ୍ଗାରି ଗାଁର ଦେବେନ୍ଦ୍ର ସାମଲ
କନକ ବ୍ୟୁରୋ : କିଡନୀ ରୋଗରେ ପଡିଛି ଘରର ରୋଜଗାରିଆ ପୁଅ । ବେଶ ସୁରୁଖୁରୁରେ ପରିବାର ଚଳୁଥିବା ବେଳେ ହଠାତ୍ ପରିବାର ଉପରେ ପଡିଲା ବଜ୍ର । କେନ୍ଦ୍ରାପଡା ଗରଦପୁର ବ୍ଳକ ବଙ୍ଗାରି ଗାଁର ଦେବେନ୍ଦ୍ର ସାମଲ । ପରିବାର କହିଲେ ତାଙ୍କର ସ୍ତ୍ରୀ ଓ ଦୁଇ ପିଲା । ଘରର ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତି ହୋଇଥିବା ବେଳେ ଏବେ ତାଙ୍କର ଦୁଇଟି ଯାକ କିଡ୍ନୀ ନଷ୍ଟ ହୋଇଯାଇଛି । ଶଯ୍ୟାଶୟାୀ ହୋଇ ଘରେ ପଡିରହିଛନ୍ତି ଦେବେନ୍ଦ୍ର । ଘର ବାଡିି ବିକ୍ରିି କରି ଯାହା ଚିକିତ୍ସା କରାଯାଇଥିଲା । ହେଲେ ଏବେ ଦରକାର ହେଉଛି ଅଧିକ ଅର୍ଥ । ଅଭାବ ଭିତରେ ପରିବାର ଚଳୁଥିବା ବେଳେ ପିଲାଙ୍କ ପାଠପଢାରେ ବି ଡୋରୀ ବାନ୍ଧି ହୋଇସାରଛି । ପର ଘରେ ମୂଲ ଲାଗି ଯାହାକିଛି ଚଳୁଛି । ଏବେ ଦେବେନ୍ଦ୍ରେଙ୍କ ଚିକିତ୍ସା ପାଇଁ ଅର୍ଥ ଆସିବ କେଉଁଠାରୁ । ସ୍ୱାମୀ କିଭଳି ସୁସ୍ଥ ହେବେ ସେ ନେଇ କୋହଭରା କଣ୍ଠରେ ଆକୁଳ ନିବେଦନ କରିଛନ୍ତି ଦେବେନ୍ଦ୍ରଙ୍କ ସ୍ତ୍ରୀ ।

Kanak News is now on WhatsApp
Join and get latest news updates delivered to you via WhatsApp
ପରଘରେ ମୂଲ ଲାଗି ଦୁଖେ ସୁଖେ ଚଳିଯାଉଛି ପରିବାର । । ହେଲେ ଦଇବର ଦାଉ ଅଭାବୀ ପରିବାରକୁ ଦୋହଲାଇ ଦେଇଛି । ଅସୁସ୍ଥ ଦେବେନ୍ଦ୍ରଙ୍କ ଚିକିତ୍ସା ପାଇଁ ବିଭିନ ସ୍ଥନରେ ଅନୁରୋଧ କରୁଛନ୍ତି ପରିବାର । କିଛି ସହାଯ୍ୟ ମିଳିଲେ ତାଙ୍କର ଚିକତ୍ସା କରାଯିବ । ଯଦି କେହି ତାଙ୍କୁ ସାହାଯ୍ୟ କରିବାକୁ ଚାହୁଁଛନ୍ତି ଏହି ଠିକଣାରେ ସହଯୋଗ କରିପାରିବେ ।
DEBENDRASAMAL
AT – BANGARI
PO – BAMARA
BLOCK – GARADPUR
DIST – KENDRAPARA
PIN – 754153
SBI AC NO – 31140998563
IFSC CODE – SBIN0008096
PHONE PAY NO – 8093498399
ଦୁଇ ଦୁଇଟି କିଡନୀ ଖରାପ ହୋଇଯାଇଥିବା ବେଳେ କିଛି ସାହାଯ୍ୟ ସହଯୋଗ ମିଳିପାରିଲେ ଦେବେନ୍ଦ୍ରଙ୍କ ଚିକିତ୍ସା କରାଯାଇପାରିବ ।