କନକ ବ୍ୟୁରୋ : ରେଜଲ୍ଟର ସାଇଡ ଇଫେକ୍ଟ । ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ପ୍ରସ୍ତାବ ଦେଲେ ଦେବେନ୍ଦ୍ର ଫଡନାଭିସ । ଇସ୍ତଫା ଦେବା ପରେ ଫଡନାଭିସ କହିଛନ୍ତି ତାଙ୍କୁ ସରକାରୀ ଦାୟିତ୍ୱରୁ ମୁକ୍ତ କରାଯାଉ ଦଳ ପାଇଁ ଜଣେ କର୍ମୀଭାବେ କାମ କରିବାକୁ ସେ ଆଗ୍ରହୀ । ମହାରାଷ୍ଟ୍ର ଲୋକସଭା ନିର୍ବାଚନରେ ବିଜେପି ନୈରାଶ୍ୟଜନକ ପ୍ରଦର୍ଶନ ପରେ ଫଡନାଭିସ ଏହି ପଦକ୍ଷେପ ନେଇଛନ୍ତି । ୨୦୧୯ରେ ବିଜେପି ଓ ପୁର୍ବତନ ସହଯୋଗୀ ଶିବସେନା ଏକାଠି ମିଶି ନିର୍ବାଚନ ଲଢ଼ିଥିଲେ । । ୨୫ଆସନରେ ବିଜେପି ଲଢ଼ି ୨୩ ଓ ଶିବସେନା ୧୮ ଆସନରେ ଜିତିଥିଲା ।
ଇସ୍ତଫା ଦବାକୁ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବ । ଦଳର ନୈରାଶ୍ୟଜନକ ପ୍ରଦର୍ଶନ ପାଇଁ ନିଜକୁ କଲେ ଦାୟୀ କଲେ ଦେବେନ୍ଦ୍ର ଫଡାନାବିସ
/kanak/media/post_attachments/wp-content/uploads/2024/06/45-2.jpg)