ଫଡନବୀଶଙ୍କୁ ମିଳିଥିଲା ମୁଖ୍ୟମନ୍ତ୍ରୀ ପଦ ଅଫର । ହେଲେ କଣ କହିଥିଲେ ଫଡନବୀଶ?

ଫଡନବୀଶଙ୍କୁ ମିଳିଥିଲା ମୁଖ୍ୟମନ୍ତ୍ରୀ ପଦ ଅଫର । ହେଲେ କଣ କହିଥିଲେ ଫଡନବୀଶ?

କନକ ବ୍ୟୁରୋ : ମହାରାଷ୍ଟ୍ର ରାଜନୀତିରେ ଚାଲିଛି ଅରୋପ-ପ୍ରତ୍ୟାରୋପର ପର୍ବ । ଗୋଟିଏ ପଟେ ଉଦ୍ଧବ ଗୋଷ୍ଠୀ ଏବଂ ଅନ୍ୟପଟେ ସିନ୍ଦେ ଶିବସେନା ଗୋଷ୍ଠୀ ଓ ବିଜେପି । ଶାସନ କ୍ଷମତାରୁ ଉଦ୍ଧବ ଗୋଷ୍ଠୀ ବିଦା ହେବା ପରେ ଏବେ ବିଜେପି ଓ ଫଡନବୀଶଙ୍କ ଉପରେ ସାଂଘାତିକ ଅଭିଯୋ ଆଣୁଛି । ଉଦ୍ଧବ ଗୋଷ୍ଠୀର ନେତା ସଞ୍ଜୟ ରାୱତ କହିଛନ୍ତି, ଫଡନବୀଶ ଏବେ ସନସନି ଖବରରୁ ମଜା ଉଠାଇବାରେ ଲାଗିଛନ୍ତି । ବିରୋଧୀ ଦଳରେ ଥିବା ଫଡନବୀଶ ଓ ଏବେର ଫଡନବୀଶଙ୍କ ମଧ୍ୟରେ ଆକାଶ ପାତାଳ ଫରକ ରହିଛି । ଏବେ ଫଡନବୀଶ ସୋ’ବାଜି କରିବା ସହ ସନସନି ଖବରର ସୃଷ୍ଟିକର୍ତ୍ତା ସାଜିଛନ୍ତି ।

ସଞ୍ଜୟ କହିଛନ୍ତି, ଉଦ୍ଧବ ଠାକରେ ହିଁ ଫଡନବୀଶଙ୍କୁ ମୁଖ୍ୟମନ୍ତ୍ରୀ ପଦର ଅଫର କରିଥିଲେ । କିନ୍ତୁ ଏବେ ଫଡନବୀଶ କଣ? ଉପ-ମୁଖ୍ୟମନ୍ତ୍ରୀ ଏବଂ ଏହି ପଦରେ ସେ କେତେ ଦିନ ରହିବେ ତାହା ମଧ୍ୟ ଜଣାନାହିଁ । ସେତେବେଳେ ପର୍ଯ୍ୟନ୍ତ ଫଡନବୀଶ ସନସନି ଖବରର ମଜା ଉଠାନ୍ତୁ । ଅନ୍ୟପଟେ ସଞ୍ଜୟଙ୍କ ଏଭଳି ବୟାନର ଜବାବ ରଖିବା ସହ ଫଡନବୀଶ କହିଛନ୍ତି, ଏ ବାବଦରେ ମୋ ସହ ଯୋଗାଯୋଗ କରାଯାଇଥିଲା । କିନ୍ତୁ ଆମେ ଆଗକୁ ବଢି ଆସିଥିବା ମୁଁ ସ୍ପଷ୍ଟ ଭାବେ କହିଥିଲି । ମୋତେ କୁହାଯାଇଥିଲା ଯେ, ଯାହା ହୋଇଯାଇଛି ତାହାକୁ ଭୁଲି ଏବେ ମୁଖ୍ୟମନ୍ତ୍ରୀ ପଦ ଅଫରକୁ ଗ୍ରହଣ କରନ୍ତୁ । କିନ୍ତୁ ସେହି ସମୟ ଚାଲିଗଲାଣି ବୋଲି କହି ଏହି ଅଫରକୁ ମୁଁ ଗ୍ରହଣ କରିନଥିଲି । ଏହାଛଡା ମୁଁ ବିଶ୍ୱାସଘାତ କରିବା ଲୋକ ନୁହେଁ ବୋଲି କହିଥିଲି । ଯେହେତୁ ସିନ୍ଦେ ଗୋଷ୍ଠୀ ଆମ ସହ ଆସିଥିଲେ ତେଣୁ ତାଙ୍କୁ ଧୋକା ଦେବାର ପ୍ରଶ୍ନ ଉଠୁନଥିଲା । ଏମିତି ରାଜନୀତି ଆମେ କରୁନା ।ଯେଉଁଥିପାଇଁ ତାଙ୍କ ଅଫରକୁ ମନା କରିଥିଲି ବୋଲି କହିଛନ୍ତି ଫଡନବୀଶ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe