ଆରମ୍ଭ ହେବ ପୁରୀ ଓ ଲିଙ୍ଗରାଜ ମନ୍ଦିର ଉନ୍ନତି କାମ: ଆସନ୍ତା ୨୯ରୁ ନିର୍ମାଣ କାମ ଆରମ୍ଭ ନେଇ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ; ପୂର୍ବଭଳି ନିର୍ମାଣ କାମ ଆରମ୍ଭ କରିବାକୁ କହିଲେ ନବୀନ

243

କନକ ବ୍ୟୁରୋ: ଆରମ୍ଭ ହେବ ପୁରୀ ଓ ଲିଙ୍ଗରାଜ ମନ୍ଦିର ଉନ୍ନତି କାମ ର ଆସନ୍ତା ୨୯ରୁ ନିର୍ମାଣ କାମ ଆରମ୍ଭ ନେଇ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଭିଡିଓ କନଫରେନ୍ସିଂ ଜରିଆରେ ଜିଲ୍ଲାପାଳ ଓ ବରିଷ୍ଠ ଅଧିକାରୀଙ୍କ ସହ ଅଲୋଚନା ପରେ ପୂର୍ବଭଳି ନିର୍ମାଣ କାମ ଆରମ୍ଭ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ମନ୍ଦିରର ଚତୁଃପାଶ୍ୱର୍ ଉଚ୍ଚେଦ ସହ ସୌନ୍ଦର୍ଯ୍ୟକରଣ କାମ ଆରମ୍ଭ ହେବ । ଲକଡାଉନ ପାଇଁ ବିକାଶ କାମ ବନ୍ଦ ଥିବାରୁ ଏବେ ପୁଣି କାମ ଆରମ୍ଭ କରିବାକୁ ନବୀନ କହିଛନ୍ତି । କରୋନା ଓ ତାଲାବନ୍ଦ ପାଇଁ ୨ ମାସ ହେବ ବନ୍ଦ ଥିଲା ନିର୍ମାଣ କାମ ।

ଅନ୍ୟପଟେ, ସ୍ନାନପୂର୍ଣ୍ଣିମା ପାଇଁ ପ୍ରସ୍ତୁତ ହେଉଛି ରଥଖଳା । ସ୍ନାନପୂର୍ଣ୍ଣିମାରେ ରଥର ଉଠିବ ଚାରିନାହାକା । ଏଥିପାଇଁ ନାହାକା ଗୁଡିକ ନିର୍ମାଣ ସରିଛି । ଶୀତଳଷଷ୍ଠୀରେ ତିନିରଥରେ ସମସ୍ତ ଚକ ଅଖ ଡେରା ପରେ ସ୍ନାନପୂର୍ଣ୍ଣିମାରେ ଚାରି ନାହାକା ଉଠିବ । ଏଥିପାଇଁ ୪୨ ଚକ, ୨୧ ଅଖ ମହାରଣା ସେବକ ତିଆରି କରି ସାରିଲେଣି । ସେହିପରି ତିନି ରଥର ପାଂଚ ଦଣ୍ଡାରେ ମୁହାଁଟ, ପାଶ୍ୱର୍ ମୁହାଁଟ, ନିରାଡି, କୋଣଗୁଜ ସଂଯୋଗ କରିଛନ୍ତି । କରତୀ ସେବକ ଏବେ ଗୟଳ ଚିରା କାମ କରୁଛନ୍ତି । ମୋଟ୍ ୬ଟି ଗୟଳ ମଧ୍ୟରୁ ୨ଟି ନିର୍ମାଣ ସରିଛି । ବାକି ୪ ଟି କାମ ଆରମ୍ଭ ହୋଇଛି ।