କନକ ବ୍ୟୁରୋ: ସମ୍ବଲପୁର ଗସ୍ତରେ ଯାଇ ଫାଇଭ୍-ଟି ସଚିବ ଭି.କେ ପାଣ୍ଡିଆନ ମା’ ସମଲେଶ୍ୱରୀଙ୍କ ଦର୍ଶନ କରିଛନ୍ତି । ସମ୍ବଲପୁର ଗସ୍ତର ୨ୟ ଦିନରେ ଆଜି ସକାଳୁ ସେ ସମଲେଇ ମନ୍ଦିରରେ ପଂହଚିଥିଲେ । ଏହାସହ ସମଲେଇ ପ୍ରକଳ୍ପର ସମୀକ୍ଷା ମଧ୍ୟ କରିଛନ୍ତି । ଡିସେମ୍ବର ସୁଦ୍ଧା ଏହି ପ୍ରକଳ୍ପ କାମ ଶେଷ ହେବ ବୋଲି କହିଛନ୍ତି ଫାଇଭ୍-ଟି ସଚିବ । ଆଉ ଏହାରି ଭିତରେ ସଚିବଙ୍କ ଗସ୍ତ କାର୍ଯ୍ୟକ୍ରମ ପାଇଁ କଲେଜର ପରୀକ୍ଷା ବନ୍ଦ କରାଯାଇଥିବା ଅଭିଯୋଗ ଆଣି ପୁଣି ବିବାଦ ଛିଡ଼ା କରିଛି ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ।

Advertisment

ସମ୍ବଲପୁର ଗ୍ରସ୍ତରେ ଯାଇ ଫାଇଭ୍-ଟି ସଚିବ ବିଭିନ୍ନ ବିକାଶ ପ୍ରକଳ୍ପର ସମୀକ୍ଷା କରଛନ୍ତି । ସକାଳୁ ସକାଳୁ ସମ୍ବଲପୁରର ଇଷ୍ଟଦେବୀ ମା’ ସମଲେଶ୍ୱରୀଙ୍କ ଆର୍ଶୀବାଦ ନେବା ପରେ ସମଲେଇ ପ୍ରକଳ୍ପର ସମୀକ୍ଷା କରିଛନ୍ତି । ମନ୍ଦିର ଟ୍ରଷ୍ଟ ବୋର୍ଡ ସଦସ୍ୟଙ୍କ ସହ ଆଲୋଚନା କରି, ଆସନ୍ତା ଡିସେମ୍ବର ମାସ ସୁଦ୍ଧା ପ୍ରକଳ୍ପ କାମ ସରିବାକୁ ପ୍ରତିଶ୍ରୁତି ଦେଇଛନ୍ତି । ସେହିପରି ପ୍ରସିଦ୍ଧ ହୁମାର ପ୍ରସିଦ୍ଧ ଶୈବପୀଠ ପରିଦର୍ଶନ କରି ମନ୍ଦିର କମିଟି, କର୍ମକତା ଓ ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରିଛନ୍ତି । ଆଉ ଏସବୁ ଭିତରେ ସ୍କୁଲ କଲେଜର ଛାତ୍ରଛାତ୍ରୀ, ମହିଳା ସ୍ୱୟଂ ସହାୟକ ଯୋଗୀର ସଦସ୍ୟଙ୍କ ସହ ଆଲୋଚନା କରିଛନ୍ତି ।

ଫାଇଭ-ଟିଙ୍କ ସମ୍ବଲପୁର ଗସ୍ତ ସମୟରେ ଧନକଉଡ଼ା କାର୍ଯ୍ୟକ୍ରମକୁ ନେଇ ସାଂଘତିକ ଅଭିଯୋଗ ଆଣିଛି, ଏବିଭିପି । ଫାଇଭ୍-ଟି ସଚିବଙ୍କ କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀଙ୍କୁ ସାମିଲ କରିବା ପାଇଁ ପରୀକ୍ଷାକୁ ବାତିଲ୍ କରାଯାଇଥିବା ଅଭିଯୋଗ ହୋଇଛି । ପିଲାମାନେ ପରୀକ୍ଷା ଦେବାକୁ ଚାହୁଁଥିଲେ ମଧ୍ୟ ସଚିବଙ୍କ ଗସ୍ତକୁ ଦୃଷ୍ଟିରେ ରଖି ପରୀକ୍ଷା ଓ କ୍ଲାସକୁ ବାତିଲ କରାଯାଇଥିବା ଅଭିଯୋଗ ହୋଇଛି ।ଛାତ୍ରଛାତ୍ରୀଙ୍କ ଏହି ଅଭିଯୋଗ ଉପରେ ସଂପୃକ୍ତ କଲେଜ କର୍ତୃପକ୍ଷଙ୍କ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।