ଓଡିଶାର ଗରିବ, ନିଷ୍ପେସିତଙ୍କ ଉନ୍ନତି ପାଇଁ ମହାପ୍ରଭୁଙ୍କ ପାଖରେ ପ୍ରାର୍ଥନା କଲେ ରାଜ୍ୟପାଳ । କହିଲେ, ଓଡିଶାର ବିକାଶ ହେଉଛି ଆମର ପ୍ରାଥମିକତା

179

କନକ ବ୍ୟୁରୋ : ଓଡିଶାରେ ନବ ନିଯୁକ୍ତ ରାଜ୍ୟପାଳ । ପୁରୀରେ ପହଞ୍ଚି ପରିବାର ସହ ଶ୍ରୀଜିଉଙ୍କ ଦର୍ଶନ କରିଛନ୍ତି ରଘୁବର ଦାସ । ମହାପ୍ରଭୁଙ୍କ ଦର୍ଶନ ପରେ ପ୍ରତିକ୍ରିୟା ରଖିଛନ୍ତି ନବ ନିଯୁକ୍ତ ରାଜ୍ୟପାଳ ରଘୁବର ଦାସ । ସେ କହିଛନ୍ତି, ଶ୍ରୀଜିଉଙ୍କ ଦର୍ଶନ କରି ନିଜକୁ ଭାଗ୍ୟବାନ ମନେ କରୁଛି । ଓଡିଶାର ଗରିବ, ନିଷ୍ପେସିତଙ୍କ ଉନ୍ନତି ପାଇଁ ମହାପ୍ରଭୁଙ୍କ ପାଖରେ ପ୍ରାର୍ଥନା କରିଛି । ସମସ୍ତଙ୍କର ବିକାଶ ହେଉ, ସମସ୍ତେ ଖୁସିରେ ରୁହନ୍ତୁ ଏହା ଭଗବାନଙ୍କ ପାଖରେ ପ୍ରାର୍ଥନା କରିଛି । ଓଡିଶାର ବିକାଶ ଆମର ପ୍ରଥମ ପ୍ରାଥମିକତା ରହିବ । ଗରିବଙ୍କ ପାଖରେ ସମସ୍ତ ସରକାରୀ ଯୋଜନା ପହଞ୍ଚାଇବା ଆମର ଲକ୍ଷ୍ୟ ରହିବ ।

ତେବେ ଆସନ୍ତା କାଲି ବାବା ଲିଙ୍ଗରାଜଙ୍କୁ ଦର୍ଶନ କରିବେ ରଘୁବର ଦାସ । ବାବାଙ୍କ ଦର୍ଶନ ପରେ ପୂର୍ବାହ୍ନ ୧୧ଟା ୪୫ମିନିଟରେ ରାଜଭବନରେ ରାଜ୍ୟପାଳ ଭାବେ ଶପଥ ଗ୍ରହଣ କରିବା କାର୍ଯ୍ୟସୂଚୀ ରହିଛି ।