ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ପଶ୍ଚିମ ଓଡିଶା ଗଲେ ଉନ୍ନୟନ କମିଶନର । ବିଭିନ୍ନ ଅଧିକାରୀଙ୍କ ସହ ବୈଠକ କରି ସ୍ଥିତି ସମୀକ୍ଷା କରିବେ

109

କନକ ବ୍ୟୁରୋ: ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ପଶ୍ଚିମ ଓଡିଶା ଗଲେ ଉନ୍ନୟନ କମିଶନର । ପ୍ରଥମେ ଝାରସୁଗୁଡା ସ୍ଥିତି ବୁଲି ଦେଖିବେ ପ୍ରଦୀପ ଜେନା । ପରେ ସୁନ୍ଦରଗଡ ଗସ୍ତରେ ଯିବେ ଉନ୍ନୟନ କମିଶନର । ବିଭିନ୍ନ ଅଧିକାରୀଙ୍କ ସହ ବୈଠକ କରି ସ୍ଥିତି ସମୀକ୍ଷା କରିବେ ।

ଗତ କାଲି ମୁଖ୍ୟମନ୍ତ୍ରୀ କରୋନା ମୁକାବିଲା ନେଇ ଉଚ୍ଚସ୍ତରୀୟ ବୈଠକ କରିଥିଲେ । ଆଉ ଏହି ବୈଠକରେ ସେ ପଶ୍ଚିମ ଓଡିଶା ଉପରେ ଅଧିକ ଗୁରୁତ୍ୱ ଦେଇଥିଲେ । ଛତିଶଗଡ ସୀମାକୁ ଲାଗିଥିବା ଜିଲ୍ଲାରେ ସଂକ୍ରମଣ ବ୍ୟାପି ଥିବାରୁ ମୁଖ୍ୟ ସଚିବ ଓ ସ୍ୱାସ୍ଥ୍ୟ ବିଭାଗ ଏସିଏସଙ୍କୁ ପଶ୍ଚିମ ଓଡିଶା ଯିବାକୁ ନିର୍ଦ୍ଦେଶ ଦେଇଥିଲେ ମୁଖ୍ୟମନ୍ତ୍ରୀ ।

ସେହିପରି ପଶ୍ଚିମ ଓଡିଶାକୁ ତୁରନ୍ତ ଡାକ୍ତର ଓ ସ୍ୱାସ୍ଥ୍ୟ କର୍ମୀ ପଠାଇବାକୁ ନିର୍ଦ୍ଦେଶ ଦେଇଥିଲେ ମୁଖ୍ୟମନ୍ତ୍ରୀ । ପଶ୍ଚିମ ଓଡିଶା ପାଇଁ ପ୍ରସ୍ତୁତ ହେବ ଆମ୍ବୁଲାନ୍ସ ଓ ଅକ୍ସିଜେନ ବ୍ୟବସ୍ଥା । କରୋନା ମୁକାବିଲା ପାଇଁ ହସ୍ପିଟାଲ ଭିତ୍ତି ଭୂମି ଦୃଢ ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା ।