କନକ ବ୍ୟୁରୋ: ଓଡିଶାରେ ବିଜେପି ସରକାର । ପ୍ରଥମ ଥର ପାଇଁ ଏକାକୀ କ୍ଷମତାକୁ ଆସିଛି। ତେଣୁ କିଭଳି ରାଜ୍ୟର ବିକାଶ ହେବ ତାର ଏକ ଚିତ୍ରକୁ ଗୃହରେ ରଖିଛନ୍ତି ରାଜ୍ୟପାଳ। ଚାଷ, ଚାଷୀଙ୍କଠୁ ଆରମ୍ଭ କରି ଶ୍ରମିକ, ଶିକ୍ଷା, ସ୍ବାସ୍ଥ୍ୟ, ଯୁବ ଓ ନାରୀ ଶକ୍ତିର ବିକାଶ ବାବଦରେ ସରକାରଙ୍କ ଲକ୍ଷ୍ୟକୁ ରଖିଛନ୍ତି ରାଜ୍ୟପାଳ । କହିବାକୁ ଗଲେ ସରକାରଙ୍କ କାନଭାସରେ ଓଡିଶା ବିକାଶର ଚିତ୍ର ଆଙ୍କିଛନ୍ତି ରାଜ୍ୟପାଳ ।

Advertisment

ବିଧାନସଭାରେ ନୂଆ ସରକାରଙ୍କ ଆଭିମୁଖ୍ୟ ରଖିଛନ୍ତି ରାଜ୍ୟପାଳ ରଘୁବର ଦାସ। ବିଜେପି ସରକାର କ୍ଷମତାକୁ ଆସିବା ପରେ ଏହା ବିଧାନସଭାର ପ୍ରଥମ ଅଧିବେଶନ ହୋଇଥିବାବେଳେ, ମୋହନ ସରକାରଙ୍କ ଲକ୍ଷ୍ୟ ସଂପର୍କରେ ରାଜ୍ୟପାଳ ଆଲୋକପାତ କରିଛନ୍ତି।

ନୂଆ ଯୋଜନା : ରାଜ୍ୟପାଳଙ୍କ ସୂଚନା
କୃଷି କ୍ଷେତ୍ରରେ ପରିବର୍ତ୍ତନ ପାଇଁ ‘ସମୃଦ୍ଧ କୃଷକ ନୀତି’ ପ୍ରଚଳନ ହେବ
ଶୀତଳଭଣ୍ଡାର, ପ୍ରକ୍ରିୟାକରଣ ୟୁନିଟ୍ ଓ ସପ୍ଲାଏ ଚେନ୍ ବିକଶିତ ହେବ
କୃଷକଙ୍କୁ ସଶକ୍ତ କରିବାକୁ କାର୍ଯ୍ୟକାରୀ ହେବ ‘ପିଏମ-କୁସୁମ’
ସରକାରୀ କ୍ୟାଣ୍ଟିନ, ବିଦ୍ୟାଳୟ, ଅନୁଷ୍ଠାନରେ ପ୍ରଚଳନ ହେବ ବାଜରା
କେନ୍ଦ୍ରରେ ଜାତୀୟ ଶିକ୍ଷା ନୀତି ଭଳି ରାଜ୍ୟସ୍ତରୀୟ ଶିକ୍ଷା ନୀତି ପ୍ରଣୟନ ହେବ ବୋଲି ସୂଚନା ଦେଇଛନ୍ତି ରାଜ୍ୟପାଳ ।

ନୂଆ ଯୋଜନା : ରାଜ୍ୟପାଳଙ୍କ ସୂଚନା
ରାଜ୍ୟ ଶିକ୍ଷା ନୀତିରେ ଡାକ୍ତରୀ ଓ ଇଞ୍ଜିନିୟରିଂ ସହ ଓଡିଆରେ ଆଇନ ପାଠ
ଏନଇପି- ୨୦୨୦ ଅନୁସାରେ ଷଷ୍ଠ ଶ୍ରେଣୀରୁ କୋଡିଂ କ୍ଲାସ ଆରମ୍ଭ
ନବମ ଶ୍ରେଣୀରୁ କ୍ୟାରିୟର କାଉନସେଲିଂ ସୁବିଧା ମିଳିବ

ନୂଆ ଯୋଜନା : ରାଜ୍ୟପାଳଙ୍କ ସୂଚନା
ଯୋଗ୍ୟ ଓଡିଶାବାସୀଙ୍କ ପାଇଁ ଆୟୁଷ୍ମାନ ଭାରତ ଯୋଜନା
ସାରା ରାଜ୍ୟରେ ୩ ହଜାର ନୂଆ ଡାକ୍ତରଙ୍କୁ ନିଯୁକ୍ତି
ସ୍ତ୍ରୀ ଓ ଶିଶୁ ରୋଗ ବିଶେଷଜ୍ଞ, ନର୍ସଙ୍କ ଉପଲବ୍ଧତା ସୁନିଶ୍ଚିତ ହେବ
ଉପକେନ୍ଦ୍ର ଓ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ହେବ ଆରୋଗ୍ୟ ମନ୍ଦିର

ଓଡିଶାକୁ ୨୦୩୬ ସୁଦ୍ଧା ବିକଶିତ କରିବାକୁ ଲକ୍ଷ୍ୟ ରଖା ଯାଇଥିବାବେଳେ କୃଷକ, ଶ୍ରମିକ, ଜନଜାତି, ଯୁବ ଓ ନାରୀ ଶକ୍ତିକୁ ପ୍ରାଥମିକତା ଦିଆଯିବ ବୋଲି କହିଛନ୍ତି ରାଜ୍ୟପାଳ ।
ନୂଆ ଯୋଜନା : ରାଜ୍ୟପାଳଙ୍କ ସୂଚନା
୨୦୨୯ ସୁଦ୍ଧା ରାଜ୍ୟରେ ସାଢେ ୩ ଲକ୍ଷରୁ ଅଧିକ ନିଯୁକ୍ତି
ଗ୍ରାମାଞ୍ଚଳରେ ୧୦ଲକ୍ଷ ଓ ସହରାଞ୍ଚଳରେ ୫ଲକ୍ଷ ଘର ତିଆରି

ଲକ୍ଷ୍ୟ ରଖାଯାଇଥିବା ଆଜି ବିଧାନସଭାରେ ସୂଚନା ଦେଇଛନ୍ତି ରାଜ୍ୟପାଳ ରଘୁବର ଦାସ ।