କନକ ବ୍ୟୁରୋ: କୁନି ପୁଅ ଦେବଙ୍କ ଅଗ୍ରୱାଲ ଦେଖାଇଲା ବଡ ହୃଦୟ । ରାସ୍ତାରେ ଡ୍ୟୁଟି କରୁଥିବା ପୋଲିସ କର୍ମଚାରୀଙ୍କ ପାଇଁ ନିଜ ଜମା ଅର୍ଥରୁ ୧୧ ହଜାର ଟଙ୍କା ଦାନ କରିଛନ୍ତି ଦେବଙ୍କ । ନିଜ ଅବିଭାବକଙ୍କ ସହ ପୋଲିସ କମିଶନରଙ୍କ ଅଫିସକୁ ଯାଇ ନିଜ ହାତରେ ଏହି ଟଙ୍କା ଦାନ କରିଛି ଏହି କୁନି ପୁଅଟି । ଏହି ଟଙ୍କା ମୁଖ୍ୟତଃ ମହିଳା ପୋଲିସ କର୍ମାଚାରୀଙ୍କ ପାଇଁ ଦାନ କରିଛନ୍ତି ଦେବଙ୍କ ।
ଦେବଙ୍କର ବୟସ ବର୍ତ୍ତମାନ ୬ବର୍ଷ । ସେ ପ୍ରଥମ ଶ୍ରେଣୀରେ ପଢୁଛି । ଦେବଙ୍କର କହିବା କଥା କି ପୋଲିସ ଏହି କରୋନା ସମୟରେ ରାସ୍ତା ଉପରେ ଡ୍ୟୁଟି କରି ଆମ ମାନଙ୍କୁ ସୁରକ୍ଷା ଦେଉଛନ୍ତି । ତେବେ ଜଣେ କୁନି ପିଲାରେ ଏଭଳି ଚିନ୍ତାଧାରକୁ ପ୍ରଶଂସା କରିଛନ୍ତି ପୋଲିସ କମିଶନର ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/05/d9bb4c54-ab1a-4acd-a788-d43a1031de07.jpg)