କ୍ୟାନ୍ସର ସହ ଲଢ଼େଇ କରୁଛି ମେଧାବୀ ଝିଅ ଦେବକୀ । ଅର୍ଥ ଅଭାବରୁ ଅଧାରେ ଅଟକିଛି ଚିକିତ୍ସା, ସାହାଯ୍ୟ କଲେ ପାଇବ ନୂଆ ଜୀବନ।

କ୍ୟାନ୍ସର ସହ ଲଢ଼େଇ କରୁଛି ମେଧାବୀ ଝିଅ ଦେବକୀ । ଅର୍ଥ ଅଭାବରୁ ଅଧାରେ ଅଟକିଛି ଚିକିତ୍ସା, ସାହାଯ୍ୟ କଲେ ପାଇବ ନୂଆ ଜୀବନ।

କନକ ବ୍ୟୁରୋ: ଆଖିରେ ଲୁହ, ଛାତିରେ କୋହ । ତୁନି ପଡ଼ିଯାଉଥିବା ଓଠରେ ଝିଅର କଷ୍ଟକୁ ଚାପି ରଖି ହସ୍ପିଟାଲ ବାହାରେ ଲୁହ ଗଡ଼ାଉଛନ୍ତି ଅସହାୟ ମା’ । ମେଡିକାଲ ବେଡରେ ମୃତ୍ୟୁ ସହ ସଂଗ୍ରାମ କରୁଛି ବ୍ଲଡ୍ କ୍ୟାନ୍ସର ଭଳି ମାରାତ୍ମକ ରୋଗରେ ପୀଡ଼ିତ ଝିଅ । ଆଉ ଅର୍ଥ ବାଧକ ସାଜିଥିବାରୁ ଏବେ ଝିଅର ଜୀବନ ଭିକ୍ଷା କରୁଛନ୍ତି ଜନ୍ମଦାତ୍ରୀ ।

ହେ ଭଗବାନ କାହିଁକି ଏ ଦୁଃଖ? କାହିଁକି ଏମିତି ଯନ୍ତ୍ରଣା? କାଳିଆରେ କି ଭୁଲ ତୋର କରିଥିଲୁ ଯେ? ଭଗବାନଙ୍କୁ ଏମିତି କିଛି ପ୍ରଶ୍ନ କରୁଛନ୍ତି ଯାଜପୁର ଦାନଗଦି ବ୍ଲକ ଦାନିଆବର ଗାଁର କମଳା ମଲିକ, କାରଣ ନିଜ ଝିଅକୁ ମୃତ୍ୟୁର ବିଛଣାରେ ଛଟପଟ ହେଉଥିବାର ଦେଖି କୋଉ ମା’ର ହୃଦୟ ସହିବ ? କମଳା ମଲିକଙ୍କ ସ୍ୱାମୀ ୧୨ ବର୍ଷ ତଳୁ ପରପାରିକୁ ଚାଲିଯାଇଛନ୍ତି । ଦଇବ ବିଧବା କରିବାପରେ ବି ଦୁଃଖ କମିନଥିଲା, ସାନ ଝିଅ ଦେବକୀକୁ ଏବେ ବ୍ଲଡ୍ କ୍ୟାନ୍ସର ରୋଗରେ ଦହଗଞ୍ଜ କରାଉଛି ।

କମଳାଙ୍କ ସ୍ୱାମୀ ଚାଲିଯିବା ପରେ ଘରେ ରୋଜଗାର କରିବାକୁ କେହି ନାହାନ୍ତି । ପରିବାର କହିଲେ କମଳା ମଲିକ, ଦୁଇ ଝିଅ ଓ ଦୁଇ ପୁଅ । ଘର ଚଳିବାକୁ ଯେଣେତେଣେ ଯାହାମିଳେ ନଖାଇନପିଇ ରହିଯାଉଥିଲେ, ହେଲେ ଗତ ସେପ୍ଟେମ୍ବର ମାସରେ ସାନ ଝିଅ ଦେବକୀ ବ୍ଲଡ୍ କ୍ୟାନ୍ସର ସହ ଲଢ଼େଇ କରୁଛି । ୨୩ ବର୍ଷୀୟା ଦେବକୀ ଦୀର୍ଘ ୪ ମାସ ହେବ ଭୁବନେଶ୍ୱର ଏମ୍ସରେ ଚିକିତ୍ସିତ ହେଉଛନ୍ତି କିନ୍ତୁ ଏଭଳି ମାରାତ୍ମକ ରୋଗ ଭଲ ହେବାକୁ ହେଲେ ୧୫ରୁ ୨୦ ଲକ୍ଷ ଟଙ୍କା ଆବଶ୍ୟକ । ଆଉ ଅର୍ଥବାଧକ ସାଜିଥିବାରୁ ମା’ଙ୍କ ଆଖିରୁ ଝରୁଛି ଲୁହ । ଦେବକୀଙ୍କ ସାଙ୍ଗମାନେ ସହାୟତା କରୁଥିଲେ ବି ଆହୁରି ଅର୍ଥର ଆବଶ୍ୟକତା ଥିବାରୁ ହାତଯୋଡ଼ି ନେହୁରା ହୋଇଛନ୍ତି କ୍ୟାନ୍ସର ପୀଡ଼ିତା ଦେବକୀ ଏବଂ ତାଙ୍କ ମାଆ ।

publive-image

ଦେବକୀ ଦୁନିଆ ଦେଖିବାକୁ ଚାହୁଁଛନ୍ତି, ପାଠ ପଢ଼ି ତାଙ୍କ ମା’ଙ୍କ ମୁହଁରେ ହସ ଫୁଟାଇବା ସହ ଭାଇ ଭଉଣୀଙ୍କ ଦାୟିତ୍ୱ ତୁଲାଇବାକୁ ସ୍ୱପ୍ନ ଦେଖୁଥିବାବେଳେ ବିଧାତା ତାଙ୍କୁ ଜୀବନ-ମୃତ୍ୟୁର ଦୋଛକିରେ ଛିଡ଼ା କରିଦେଇଛି । ଆପଣ ଯଦି ଦେବକୀଙ୍କୁ ସାହାଯ୍ୟ କରି ନୂଆ ଜୀବନ ଦେବାକୁ ଚାହୁଁଛନ୍ତି ତେବେ ଏହି ମାଧ୍ୟମରେ ସାହାଯ୍ୟ କରିପାରିବେ ।
ବ୍ୟାଙ୍କ୍ ଆକାଉଣ୍ଟ ନଂ- ୫୦୧୦୦୪୬୯୭୬୫୭୩୩

IFSC CODE - HDFC0004705

ଫୋନ୍ ପେ’ ନଂ- ୭୭୩୫୨୭୨୨୨୦

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe