ଦେବଗଡ଼ ବିଜେପି ବିଧାୟକ ସୁବାଷ ପାଣିଗ୍ରାହୀଙ୍କ ଦାଦାଗିରି। ବିଧାୟକଙ୍କ ଉପସ୍ଥିତିରେ ଏସଏଚଜି ମହିଳାଙ୍କ ପକ୍ଷରୁ ନିର୍ମାଣ ପାଚେରି ଭାଙ୍ଗିଲେ ସମର୍ଥକ।

92

କନକ ବ୍ୟୁରୋ: ସାମ୍ନାକୁ ଆସିଲା ବିଜେପି ବିଧାୟକ ସୁବାଷ ଚନ୍ଦ୍ର ପାଣିଗ୍ରହୀଙ୍କ ଦାଦାଗିରି । ମହିଳା ସଶକ୍ତିକରଣ କାର୍ଯ୍ୟକୁ ଖୁଲମଖୁଲା ବିରୋଧ କଲେ ବିଧାୟକ । ପୌର ପରିଷଦ ପକ୍ଷରୁ ମୁକ୍ତା ଯୋଜନାରେ ମିଶନ ଶକ୍ତି ସ୍ୱୟଂସହାୟକ ଗୋଷ୍ଠୀ ପକ୍ଷରୁ ନିର୍ମାଣ କରାଯାଇଥିବା ଏକ ପାଚେରୀକୁ ତାଙ୍କ ଉପସ୍ଥିତିରେ ଭାଙ୍ଗିଦେଇଛନ୍ତି ସମର୍ଥକ । ହରି ଓମ୍ ଏସଏଚଜିକୁ ୧୪ ଲକ୍ଷ ୬୫ ହଜାର ୩୦୦ ଟଙ୍କାର କାର୍ଯ୍ୟାଦେଶ ମିଳିଥିଲା । ଏଥିରେ ପାଚେରୀ ନିର୍ମାଣ ହୋଇଥିବା ବେଳେ ଏହାକୁ ଭାଙ୍ଗିଦେଉଥିବାର ଦୃଶ୍ୟ ସାମ୍ନାକୁ ଆସିଛି । ବିଧାୟକଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ପୌର ପରିଷଦ ପକ୍ଷରୁ ଦାବି ହୋଇଛି । ସେହିପରି ଏସଏଚଜି ଗୋଷ୍ଠୀ ପକ୍ଷରୁ ଥାନାରେ ଏତଲା ଦିଆଯିବା ନେଇ ସୂଚନା ମିଳିଛି ।