କନକ ବ୍ୟୁରୋ: ସୈତାନକୁ ସଜା । ଶିଶୁ ଦୁଷ୍କର୍ମକାରୀକୁ ମିଳିଛି ମୃତ୍ୟୁଦଣ୍ଡ। କେନ୍ଦୁଝରର ଅତିରିକ୍ତ ଜିଲ୍ଲା ଜଜ ଅପରାଧୀ ସୁନୀଲ ନାଏକକୁ ଫାଶୀଦଣ୍ଡାଦେଶ ଶୁଣାଇଛନ୍ତି। ୨୦୧୭ରେ ମାତ୍ର ୩ ବର୍ଷୀୟ ଏକ ଶିଶୁ କନ୍ୟାକୁ ପ୍ରଥମେ ଦୁଷ୍କର୍ମ ଓ ପରେ ହତ୍ୟା କରିଥିବା ସୁନୀଲକୁ ଦୋଷୀ ସାବ୍ୟସ୍ତ କରି ପୋକ୍ସୋ ଆଇନର ପ୍ରବଧାନ ଅନୁଯାୟୀ ଫାଶୀଦଣ୍ଡ ଶୁଣାଇଛନ୍ତି ଅଦାଲତ।

Advertisment

ସୂଚନା ଅନୁସାରେ, କେନ୍ଦୁଝର ଜିଲ୍ଲା ଚମ୍ପୁଆ ଥାନା ଅନ୍ତର୍ଗତ ସମାଙ୍ଗ ଗାଁରେ ଗତ ୨୦୧୭ ଜାନୁୟାରି ୧୩ ତାରିଖରେ ଦୁର୍ବୃତ୍ତ  ୩ବର୍ଷ ୫ମାସର ଶିଶୁକନ୍ୟାକୁ ଦୁଷ୍କର୍ମ ଓ ହତ୍ୟା କରିଥିବା ଅଭିଯୋଗ ହୋଇଥିଲା। ଏହି ଅଭିଯୋଗକୁ ଭିତ୍ତି କରି ପୁଲିସ ଅଭିଯୁକ୍ତକୁ ଗିରଫ କରିଥିଲା। ଆଜି ଏଡିଜେ ଲୋକନାଥ ସାହୁ  ଏହି ମାମଲାର ଶୁଣାଣି କରି ଅଭିଯୁକ୍ତ ସୁନୀଲ ନାଏକକୁ ପୋକ୍ସୋ ଆଇନ୍ ଆଧାରରେ ୨୮ ଜଣ ସାକ୍ଷୀଙ୍କ ବୟାନକୁ ଭିତ୍ତି କରି ଫାଶୀ ଦଣ୍ଡାଦେଶ ଦେଇଛନ୍ତି।

ଅନ୍ୟପଟେ ସମାଜରେ ଥିବା ଏଭଳି ସୈତାନ ମାନଙ୍କୁ ଉଚିତ୍ ଶାସ୍ତି ମିଳିଥିବା ମତପ୍ରକାଶ ପାଇଛି । ବୁଦ୍ଧିଜୀବୀ ମହଲରେ କୋର୍ଟର ଏଭଳି ନିଷ୍ପତିକୁ ବାଃ ବାଃ କରାଯାଇଛି । ଯୌନ ରାକ୍ଷସ ମାନେ ଦିନକୁ ଦିନ ସମାଜରେ କଳଙ୍କିତ କାହାଣୀ ଘଟାଉଥିବାବେଳେ ଏମାନଙ୍କୁ କଠୋରରୁ କଠରୋ ଦଣ୍ଡ ମିଳିବା ଉଚିତ୍ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି ।