ଏସଓଜି ଯବାନରୁ ଓପିଏସ ଅଧିକାରୀ: ଓଡିଶା ପ୍ରଶାସନିକ ସେବା ପରୀକ୍ଷାରେ ଉତିର୍ଣ୍ଣ ହୋଇ ଉଦାହରଣ ପାଲଟିଲେ କନେଷ୍ଟବଳ ନିଳାଦ୍ରୀ

Advertisment

କନକ ବ୍ୟୁରୋ: ଏସ.ଓ.ଜି ଯବାନରୁ ଓ.ପି.ଏସ ଅଧିକାରୀ । ଏମିତି ସଫଳତା ହାସଲ କରିଛନ୍ତି ଜଣେ କନେଷ୍ଟବଳ । ମାଲକାନଗିରି ଜିଲ୍ଲାରେ ମାଓ ଦମନରେ କାମ କରୁଥିବା କନେଷ୍ଟବଳ ନିଳାଦ୍ରୀ ବିହାରୀ ଦାଢୀୟା ଓଡିଶା ପ୍ରଶାସନିକ ସେବା ପରୀକ୍ଷାରେ ୯୭ତମ ସ୍ଥାନ ହାସଲ କରିଛନ୍ତି ।

publive-image

ଓ.ଏ.ଏସ ନୁହେଁ ବରଂ ଓ.ପି.ଏସ୍ ଅଧିକାରୀ ଭାବେ ଯୋଗ ଦେଇ ମାଓ ଦମନ କ୍ଷେତ୍ରରେ କାମ କରିବାକୁ ଆଶା ରଖିଥିବା କନକ ନ୍ୟୁଜକୁ କହିଛନ୍ତି ।

publive-image

ଆଜି ନିଳାଦ୍ରୀ ବିହାରୀ ଦାଢୀଆ ମାଲକାନଗିରି ପହଁଚି ଥିବା ବେଳେ ତାଙ୍କୁ ବସ ଷ୍ଟାଣ୍ଡ ଠାରୁ ଏକ ଭବ୍ୟ ସମ୍ବର୍ଧନା ଦେଇ ଶୋଭାଯାତ୍ରାରେ ପାଛୋଟି ଆଣିଥିଲେ ତାଙ୍କ ସହକର୍ମୀ ଓ ସାଙ୍ଗ ସାଥୀ । ନିଳାଦ୍ରୀଙ୍କ ସହ ଅଧିକ ଆଲୋଚନା କରିଛନ୍ତି ଆମ ପ୍ରତିନିଧି ଦେବବ୍ରତ ସାନା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe