ଆପଣ ନିରମା ସର୍ଫ ବ୍ୟବହାର କରିଥିଲେ ପ୍ୟାକେଟ୍ ଉପରେ ଥିବା ନିରମା ଗାର୍ଲକୁ ନିହାତି ଦେଖିଥିବେ । ବେଳେବେଳେ ଟି.ଭି ବିଜ୍ଞାପନରେ ମଧ୍ୟ ୱାସିଙ୍ଗ୍ ପାଉଡର୍ ନିରମା, ୱାସିଙ୍ଗ୍ ପାଉଡର୍ ନିରମା କହି ଦେଖାଉଥିବା ଝିଅ ଯାହାର ସୁନ୍ଦର ଫ୍ରକଟି ପବନରେ ଉଡୁଥାଏ ଦେଖାନ୍ତି ଏହି ଝିଅଟି ଅସଲରେ କିଏ? କେତେ ରକମର ସର୍ଫ ପାଉଡର ପରିବର୍ତ୍ତନ ହେଲେ ମଧ୍ୟ ଏହି ସର୍ଫ ଗାର୍ଲ ପରିବର୍ତ୍ତନ ହେଉନାହିଁ କାହିଁକି? ଏହି ପ୍ରଶ୍ନର ଉତ୍ତର ସମସ୍ତେ ଖୋଜୁଥିବେ ତେବେ ଆଜି ଆପଣଙ୍କୁ ଆମେ ଏହି ନିରମା ଗାର୍ଲ ବିଷୟରେ କହିବାକୁ ଯାଉଛୁ ।

Advertisment

publive-image

ନିରମା ସର୍ଫ ପ୍ୟାକେଟରେ ଦେଖାଦେଉଥିବା ଏହି ଝିଅର ନାଁ ନିରୂପମା ଅଟେ । ନିରୂପମା ନାଁରେ ହିଁ କମ୍ପାନୀର ନାଁ ନିରମା ରଖାଯାଇଥିଲା । ଗୁଜୁରାଟର କରସଣଭାଇ ନାମକ ଜଣେ ବ୍ୟବସାୟୀ ନିରମା ୱାସିଙ୍ଗ୍ ପାଉଡର୍ ର ଆରମ୍ଭ କରିଥିଲେ । ନିରୂପମା ତାଙ୍କର ଝିଅ ଥିଲା ଯାହାକୁ ସେ ନିରମା କହି ଡାକୁଥିଲେ ।

publive-image

କିନ୍ତୁ ଦୁର୍ଭାଗ୍ୟବଶତଃ ଏକ ଦୂର୍ଘଟଣାରେ ନିରମାର ମୃତ୍ୟୁ ହୋଇଯାଇଥିଲା । କରସଣଭାଇ ଏହି ପ୍ରଡକ୍ଟକୁ ୧୯୬୯ ମସିହାରେ ଆରମ୍ଭ କରିଥିଲେ । ବ୍ୟବସାୟ ଅପେକ୍ଷା ସେ ଝିଅ ନାଁକୁ ଅମର କରିବାକୁ ଚାହୁଁଥିଲେ ଯାହା ପରମୁହୂର୍ତ୍ତରେ ସତ ମଧ୍ୟ ହୋଇଥିଲା । ସେହି ସମୟରେ ଫଟୋ ପ୍ରଚଳନ ଖୁବ୍ କମ୍ ହେଉଥିବାରୁ ସେ ଝିଅର ଗୋଟିଏ ଫଟୋକୁ ସାଇତା ରଖିଥିଲେ । ତେଣୁ ପ୍ୟାକେଟରେ ମଧ୍ୟ ଗୋଟିଏ ଫଟୋ ହିଁ ଆପଣଙ୍କୁ ଦେଖିବାକୁ ମିଳୁଛି ।