ଚର୍ଚ୍ଚାରେ କୋରାପୁଟର ଗୁପ୍ତେଶ୍ୱର ଶୈବପୀଠ…ପ୍ରତିବର୍ଷ ଗୁପ୍ତେଶ୍ୱର ଲିଙ୍ଗ ବଢୁଥିବା ନେଇ ମନ୍ଦିର ପୂଜକଙ୍କ ଦାବି…ଭୋଳାନାଥଙ୍କ ଏହି ଅଲୌକିକ ଦୃଶ୍ୟ ଦେଖିବାକୁ ଜମୁଛି ଶ୍ରଦ୍ଧାଳୁଙ୍କ ଭିଡ

1,851

କନକ ବ୍ୟୁରୋ: ଆସନ୍ତାକାଲି ଜାଗର । ମହାଶିବରାତ୍ରୀ ପାଇଁ ରାଜ୍ୟର ବିଭିନ୍ନ ଶିବପୀଠରେ ଚାଲିଛି ଜୋରଦାର ପ୍ରସ୍ତୁତି । କୋରାପୁଟର ଗୁପ୍ତେଶ୍ୱର ପୀଠରେ ଆଜିଠାରୁ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଲାଣୀ । ଓଡ଼ିଶା ଓ ଛତିଶଗଡ଼ ରାଜ୍ୟର ସୀମାନ୍ତରେ ଥିବା ଏହି ପୀଠରେ ପ୍ରତିଦିନ ଭକ୍ତଙ୍କ ଭିଡ଼ ଜମିଥାଏ । ସାବେରି ନଦୀ ୨ ରାଜ୍ୟକୁ ସଯୋଂଗ କରୁଥିବା ବେଳେ ପାହାଡ଼ ଉପରେ ରହିଥିବା ବାବା ଗୁପ୍ତେଶ୍ୱରଙ୍କ ପୀଠର ରହିଛି ସ୍ୱତନ୍ତ୍ର ମାହାତ୍ମ୍ୟ । ଶିବରାତ୍ରୀରେ ଶ୍ରଦ୍ଧାଳୁଙ୍କ ଦର୍ଶନ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଶ୍ରଦ୍ଧାଳୁଙ୍କ ଶୃଂଖଳିତ ଦର୍ଶନ ପାଇଁ ବ୍ୟାରିକେଟ ବ୍ୟବସ୍ଥା କରାଯାଇଛି । ଏହା ସହ ସୁରକ୍ଷା ବ୍ୟବସ୍ଥା ମଧ୍ୟ କରାଯାଇଛି । ସେପଟେ ଶିବରାତ୍ରୀ ପାଇଁ ଗୁପ୍ତେଶ୍ୱରଙ୍କ ପୀଠରେ ବିଭିନ୍ନ ପୂଜା ସାମଗ୍ରୀ ଏବଂ ଅନ୍ୟାନ ଦୋକାନର ଭିଡ଼ି ଦେଖିବାକୁ ମିଳିଛି ।

ଗୁପ୍ତେଶ୍ୱର ରାଜ୍ୟର ପ୍ରସିଦ୍ଧ ଶୈବପୀଠ ମାନଙ୍କଠାରୁ ଅନ୍ୟତମ । ଓଡ଼ିଶା ଓ ଛତିଶଗଡ଼ର ରାଜ୍ୟର ସୀମାନ୍ତରେ ଥିବା ଏହିପୀଠରେ ପ୍ରତିଦିନ ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିଥାଏ । ସାବେରି ନଦୀ ୨ ରାଜ୍ୟକୁ ସଯୋଂଗ କରୁଥିବା ବେଳେ ପାହାଡ଼ ଉପରେ ରହିଥିବା ବାବା ଗୁପ୍ତେଶ୍ୱରଙ୍କ ଗୁପ୍ତ କଥା ଅନେକ । ସମସ୍ତେ ବାବାଙ୍କ ଦର୍ଶନ କରି ଫେରନ୍ତି କିନ୍ତୁ ଯେଉଁଠି ବାବା ଗୁପ୍ତେଶ୍ୱରଙ୍କ ଲିଙ୍ଗ ରହିଛି ତାହା ତଳେ ଯେ ୮ ଟି ଗୁମ୍ପା ରହିଛି ତାହା କେହି ଜାଣି ନାହାନ୍ତି । ଏହି ପୀଠର ଅନେକ ପୌରାଣିକ କାହାଣୀ ରହିଥିବା ବେଳେ ରାମାୟଣ ସହ ଜଡ଼ିତ ଥିବା ଇତିହାସ ପୃଷ୍ଠାରେ ବର୍ଣ୍ଣନା ରହିଥିବା ଏଠିକାର ପୂଜକ କହୁଛନ୍ତି । ରାମଙ୍କ ବନବାସ ସମୟରେ ଏହି ପୀଠରେ ରାମ ସୀତା ଓ ଲକ୍ଷ୍ମଣ କିଛି ସମୟ ବିତାଇଥିବା ଦର୍ଶାଉଛନ୍ତି ପୂଜକ ।

ଗୁମ୍ପାର ପ୍ରଥମ ଦ୍ୱାର ଭିତରେ ରହିଛି ଗୁପ୍ତ ଲିଙ୍ଗ ଆଉ ତା ଭିତରକୁ ରହିଛି ଅନେକ ଦେବାଦେବୀଙ୍କ ପୂଜାସ୍ଥଳୀ । ଏପରି ୮ରୁ ଅଧିକ ଗୁମ୍ପା ଗୁଡିକ ପ୍ରାୟ ୪ କିମି ପର୍ଯ୍ୟନ୍ତ ଲମ୍ବିଥିବା କହିଛନ୍ତି ଗୁମ୍ପା ଭିତରେ ପୂଜା କରୁଥିବା ପୁଜକ । ତେବେ ରାମାୟଣ ବର୍ଣ୍ଣିତ କାହାଣୀକୁ ନେଇ ଏଠାରେ ରହିଥିବା ବହୁ ଦେବାଦେବୀଙ୍କ ମୂର୍ତ୍ତୀ ଯାହାକୁ ଦୁରୁଆ ସମ୍ପ୍ରଦାୟର ଲୋକମାନେ ନିୟମିତ ପୂଜା କରିଆସୁଥିବା ବେଳେ କିଛି ଗୁମ୍ପାରେ କେଉଁଠି ଝରଣା ରହିଛି ତ କେଉଁଠି ଶିିବ ଲିଙ୍ଗ ପୂଜା ପାଉଛନ୍ତି । ତେବେ ଏଠାକୁ ଆସୁଥିବା ମାନସିକଧାରୀଙ୍କର ସମସ୍ତ ମନସ୍କାମନା ପୁରଣ ହୋଇଥାଏ ବୋଲି ସ୍ଥାନୀୟ ବାସିନ୍ଦା କୁହନ୍ତି ।