କନକ ବ୍ୟୁରୋ : ଆଜି ଚିହ୍ନଟ ହୋଇଥିବା ୨ ଓମିକ୍ରନ ଆକ୍ରାନ୍ତଙ୍କ ସମ୍ପୂର୍ଣ୍ଣ ତଥ୍ୟ ଦେଇଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର । ଆଜି ସକାଳେ ଉଭୟଙ୍କ ଠାରେ ଓମିକ୍ରନ ଭାରିଆଣ୍ଟ ଚିହ୍ନଟ ହୋଇଥିଲା । ଚିହ୍ନଟ ହୋଇଥିବା ଦୁଇ ଓମିକ୍ରନ ଆକ୍ରାନ୍ତ ନାବାଳିକା । ଜଣଙ୍କ ବୟସ ୧୧ ଓ ଅନ୍ୟ ଜଣଙ୍କ ବୟସ ୧୫ ବର୍ଷ ବୋଲି ସୂଚନା ମିଳିଛି ।

Advertisment

ଗତ ୧୩ ତାରିଖରେ ଗୋଟିଏ ପରିବାର ନାଇଜେରିଆରୁ ଫେରିଥିଲେ । ପରିବାରର ଅନ୍ୟ ସମସ୍ତଙ୍କର ଟେଷ୍ଟ କରାଯାଇଛି । ବାପା ମାଆ ଓ ଡ୍ରାଇଭର ସମସ୍ତଙ୍କର ରିପୋର୍ଟ ନେଗେଟିଭ ଆସିଛି । ସରକାରଙ୍କ ନିୟମ ଅନୁଯାୟୀ ସେମାନେ ସଙ୍ଗରୋଧରେ ଥିଲେ । ବିମାନ ବନ୍ଦରରୁ ସିଧାସଳଖ ସେମାନେ ଟ୍ୟାକ୍ସି ଯୋଗେ ଘରକୁ ଯାଇଥିଲେ । ସମସ୍ତଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଠିକ ଅଛି ବୋଲି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ସୂଚନା ଦେଇଛନ୍ତି ।

ଏହାପୂର୍ବରୁ ରାଜ୍ୟରେ ୨ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ଜଣେ ଜଗତସିଂହପୁର ଅଞ୍ଚଳର ହୋଇଥିବା ବେଳେ ଅନ୍ୟ ଜଣେ ଖୋର୍ଦ୍ଧା ଅଞ୍ଚଳର ଥିଲେ । ଉଭୟ ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ ନାଇଜେରିଆ ଓ ଅନ୍ୟ ଜଣେ କାତାରରୁ ଫେରିଥିଲେ । ଉଭୟଙ୍କ ଚିକିତ୍ସା ଚାଲୁଥିବା ବେଳେ ସ୍ୱାସ୍ଥ୍ୟବସ୍ଥା ଭଲ ଥିବା ଜଣାପଡିଛି । ଏପରିକି ଉଭୟଙ୍କର ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ଚିହ୍ନଟ କରାଯାଇ କରୋନା ପରୀକ୍ଷା କରାଯାଇଛି ।