କନକ ବ୍ୟୁରୋ : କେରଳର ମାଭଲିକେରା ଲୋକସଭା ଆସନରୁ ଜିତିଥିବା କୋଡିକୁନେଲି ସୁରେଶ ବର୍ତମାନ ସବୁଠୁ ଅଧିକ ସମୟ ଅର୍ଥାତ ୨୯ବର୍ଷ ଧରି ସାଂସଦ ଅଛନ୍ତି । ସୁରେଶ ମାଭଲିକେରା ଓ ଅଦୁର ଆସନରୁ ୪ଥର ଲେଖାଏଁ ଲୋକସଭାକୁ ନିର୍ବାଚିତ ହୋଇଛନ୍ତି । ବରିଷ୍ଠତା ଦୃଷ୍ଟିରୁ କାମଚଳା ବାଚସ୍ପତି କରାଯିବା ପରମ୍ପରା ମୁତାବକ କଂଗ୍ରେସ ସାଂସଦ ସୁରେଶଙ୍କୁ ଏହି ପଦ ମିଳିବା କଥା । ମାତ୍ର ସଂସଦୀୟ ପରମ୍ପରାକୁ କୌଣସି ଗୁରୁତ୍ବ ନଦେଇ ବିଜେପି ତାର ଦଳୀୟ ସାଂସଦ ଭର୍ତୁହରି ମହତାବଙ୍କୁ ଏହି ପଦ ଦେଇଛି ବୋଲି କଂଗ୍ରେସ ଅଭିଯୋଗ କରିଛି ।

Advertisment

ଏହି ନିଯୁକ୍ତି କେବଳ ଦଳୀୟ ଭିତରେ ନହୋଇ ଜାତି ଆଧାରରେ କରାଯାଇଥିବା କଂଗ୍ରେସ ପ୍ରତିକ୍ରିୟା ରଖିଛି । କଟକରୁ ୭ଥ ଜିତିଥିବା ଭର୍ତୁହରି ପୂର୍ବରୁ ବିଜେଡିର ଲୋକସଭା ସଭ୍ୟଥିଲେ । ମାତ୍ର ଏଥର ନିର୍ବାଚନ ପୂର୍ବରୁ ବିଜେପିରେ ଯୋଗ ଦେଇଥିଲେ । ଭର୍ତୁହରି ଆଗାମୀ ୨୪. ୨୫ ତାରିଖରେ ନବନିର୍ବାଚିତ ସାଂସଦଙ୍କୁ ଶପଥ ପାଠ କରାଇବେ । ଏଥିରେ ତାଙ୍କୁ ସାଂସଦ ସୁରେଶ କୋଡିକୁନେଲି, ଟିବାଲୁ, ରାଧାମୋହନ ସିଂ, ଫଗୁନ ସିଂକୁଲସ୍ତେ, ସୁଦୀପ ବନ୍ଦୋପାଧ୍ୟାୟ ସାହାର୍ୟ୍ୟ କରିବେ ।

ଏହାଛଡା ଭର୍ତୁହରି ମଧ୍ୟ ଜୁନ ୨୬ରେ ଲୋକସଭା ବାଚସ୍ପତି ନିର୍ବାଚନ ପରିଚାଳନା କରିବେ । ଯଦି ଏନଡିଏ ଭର୍ତୁହରିଙ୍କୁ ବାଚସ୍ପତି ପଦବୀ ପାଇଁ ପ୍ରାର୍ଥୀ କରେ ତେବେ ଉପରୋକ୍ତ ୫ଜଣଙ୍କ ମଧ୍ୟରୁ ଜଣେ ଏହି ନିର୍ବାଚନ ସମୟରେ ଲୋକସଭାରେ ସଭାପତିତ୍ବ କରିବେ ।