କନକ ବ୍ୟୁରୋ: ଦଦରା ଅଧାଭଙ୍ଗା ଘରେ ଯନ୍ତ୍ରଣାରେ ଛଟପଟ ଜୀବନ । ନା ବଞ୍ଚିହେଉଛି ନା ପ୍ରାଣ ଯାଉଛି , ଜୀବନଟା ଅଧାରେ ଝୁଲିରହି ଯାହା କଲବଲ ହେଉଛି । ତା ସହ ଛଟପଟ ହେଉଛି ପୁରା ପରିବାର । ଏ ଦୃଶ୍ୟ ଦେଖିଲେ କାହାରି ବି ଆଖି ଓଦା ହୋଇଯିବ ନିଶ୍ଚୟ ।

Advertisment

ଏ ହେଉଛନ୍ତି ଉଦଳା କପ୍ତିପଦା ବ୍ଲକ ମହୁଲଡିହା ଗାଁର ପରିମଳ ମହାନ୍ତ । ସ୍ତ୍ରୀ, ଝିଅ, ବିଧବା ବୁଢି ମା’କୁ ନେଇ ତାଙ୍କ ପରିବାର । ଏକ ଦୋକାନରେ କାମ କରି ଦୁଃଖେସୁଖେ ନିଜ ପରିବାରକୁ ଚଳାଉଥିଲେ । ହେଲେ ଦଇବ ଦାଉ ସାଧିଲା । ଧୀଣେ ଧୀରେ ଅସୁସ୍ଥ ହୋଇପଡିଲେ ପରିମଳ । ଡାକ୍ତରୀ ପରୀକ୍ଷାରୁ ଜଣାପଡିଲା ଯେ, ତାଙ୍କ କିଡନୀରେ ଟ୍ୟୁମର ହୋଇଛି । ପ୍ରଥମେ ଉଦଳାଠାରୁ ଆରମ୍ଭ କରି ଭୁବନେଶ୍ୱର ଏମ୍ସ ସବୁଠିକୁ ନେଇ ଚିକିତ୍ସା କରାଇଲେ ପତ୍ନୀ ପଦ୍ମିନୀ ।ହେଲେ ଆଉ ପାରିଲେନି । ଯେଉଁଠି ଦି ଓଳି ଦି ମୁଠା ଖାଇବା ଯୋଗାଡ କରିବା କଷ୍ଟ ସେଠି ଏତେ ଟଙ୍କା ଆଣିବେ କେଉଁଠୁ ଚିକିତ୍ସା କରାଇବେ ବା କିପରି । ପରିମଳଙ୍କ ଅବସ୍ଥା ଏବେ ଗୁରୁତର । ଚାଲିବାକୁ ଦେହରେ ଆଉ ଜୁ ନାହିଁ । ଖଟିଆ ଉପରେ ପଡି ପଡି ଯନ୍ତ୍ରଣାରେ ଛଟପଟ ହେଉଛନ୍ତି । ଆଖିରୁ ବହିଯାଉଛି ଧାରଧାର ଲୁହ ।

ଏତିକିରେ ତାଙ୍କ ଦୁଃଖ ସରୁନି । ଘରେ ବଢିଲା ଝିଅ, ବୁଢି ମା’, ସ୍ତ୍ରୀ । ହେଲେ ମୁଣ୍ଡ ଗୁଞ୍ଜିବାକୁ ଘରଟେ ନାହିଁ । ଚାରିପଟେ ଅଧାଭଙ୍ଗା କାନ୍ଥ , ତା ଭିତରେ ୪ ପ୍ରାଣୀଙ୍କ ଜୀବନ । ଅନ୍ନପୂର୍ଣ୍ଣା ଯାହା ଚାଉଳ ମିଳୁଥିଲା ସେତକ ବି ମିଳୁନି । ପରଘରେ ପାଇଟି କରି ଯାହା ମିଳୁଛି ସେଥିରେ ୪ ପ୍ରାଣୀଙ୍କ ପେଟରେ ଦାନା ପଡୁଛି ନହେଲେ ନାହିଁ ।ଏ ଦୁଃଖରେ ପରିମଳଙ୍କ ପରିବାର ଦୀର୍ଘ ଦିନ ହେବ ଘାଣ୍ଟିହେଉଥିଲେ ବି କୌଣସି ଜନ ପ୍ରତିନିଧି କିମ୍ବା ନେତାଙ୍କ ନଜର ପଡୁନି ।
ବାଇଟ: ପରିମଳଙ୍କ ଝିଅ

ବିଶ୍ୱାସ ପରିମଳଙ୍କ ଏପରି ଯନ୍ତ୍ରଣାସିକ୍ତ ଜୀବନ ଦେଖିବା ପରେ ସ୍ଥାନୀୟ ପ୍ରଶାସନ ତାଙ୍କୁ ନିଶ୍ଚୟ ସାହାଯ୍ୟର ହାତ ବଢାଇବେ ।