କନକ ବ୍ୟୁରୋ: ଆସିଲା ମାଟ୍ରିକ ପରୀକ୍ଷା ଫଳ । ମୋଟ୍ ପାସ୍ ହାର ୯୦ ଦଶମିକ ୫୫ ପ୍ରତିଶତ ରହିଛି । ତେବେ ୧ ହଜାର ୧୭୦ ଶତ ପ୍ରତିଶତ ପରୀକ୍ଷା ଫଳ ରହିଛି । ଅର୍ଥାତ ଏହି ସ୍କୁଲ ଗୁଡିକରେ ସମସ୍ତ ଛାତ୍ରଛାତ୍ରୀ ପାସ୍ କରିଛନ୍ତି । ସେହିପରି ୩ଟି ସ୍କୁଲରେ ଶୂନ ପ୍ରତିଶତ ରେଜଲ୍ଟ ରହିଛି । ମାଲକାନଗିରିର ୨ ଓ ଅନୁଗୁଳର ଗୋଟିଏ ସ୍କୁଲରେ ସମସ୍ତେ ଛାତ୍ରଛାତ୍ରୀ ଫେଲ ହୋଇଛନ୍ତି । ପୁଣି ବାଜି ମାରିଛନ୍ତି ଝିଅ । ପୁଅଙ୍କ ତୁଳନାରେ ଝିଅଙ୍କ ପାସ୍ ହାର ଅଧିକ ରହିଛି । ୮୮ ଦଶମିକ ୭୭% ପୁଅ ପାସ୍ କରିଥିବା ବେଳେ ୯୨ ଦଶମିକ ୩୭ପ୍ରତିଶତ ଝିଅ ପାସ୍ କରିଛନ୍ତି ।
ସେହିପରି ୮ ହଜାର ୧୧୯ ଜଣ ପିଲା ରଖିଛନ୍ତି ୯୦%ରୁ ଅଧିକ ମାର୍କ । ସେହିପରି ୬୦%ରୁ ଅଧିକ ମାର୍କ ରଖିଛନ୍ତି ୫୬ ଦଶମିକ ୯୯% ପିଲା । ଅଫଲାଇନ ପରୀକ୍ଷା ସତ୍ୱେ ୯୦ପ୍ରତିଶତରୁ ଅଧିକ ମାର୍କ ରଖିଥିବା ଛାତ୍ରଛାତ୍ରୀଙ୍କ ସଂଖ୍ୟା ବେଶି ରହିଛି । ୮ହଜାର ୧୧୯ଜଣଙ୍କୁ ଏ-ୱାନ ଗ୍ରେଡ ମିଳିଛି । ତେବେ ଗତବର୍ଷ ୨ହଜାର ୬୫୬ ପିଲା ଏ-ୱାନ ଗ୍ରେଡ ରଖିଥିଲେ । କରୋନା ପାଇଁ ଗତ ବର୍ଷ ହୋଇଥିଲା ବିକଳ୍ପ ମୂଲ୍ୟାୟନ । ଚଳିତ ବର୍ଷ ଅଫଲାଇନରେ ପରୀକ୍ଷା ହୋଇଥିଲା । ସେପଟେ ଚଳିତ ବର୍ଷ ୮ ହଜାର ୬୯୯ଜଣ ମାଟ୍ରିକ ଫେଲ ହୋଇଛନ୍ତି । ୫ଲକ୍ଷ ୨୬ହଜାର ୮୧୮ପିଲା ପରୀକ୍ଷା ଦେଇଥିବା ବେଳେ ଫର୍ମ ଫିଲଅଫ କରି ପରୀକ୍ଷା ଦେଇନଥିଲେ ୪୫ହଜାର ୯୧ ପିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/27/2025-12-27t123421491z-506359015_3114607832035873_6253119802954867050_n-2025-12-27-18-04-21.jpg)
/kanak/media/post_attachments/wp-content/uploads/2022/07/58.jpg)