କନକ ବ୍ୟୁରୋ : ଆବଶ୍ୟକତାକୁ ଦୃଷ୍ଟିରେ ରଖି ପ୍ରାୟ ଦୁଇ କୋଟି ଟଙ୍କାରେ ୨୦୧୯ରେ କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଈ କେନାଲ ଉପରେ ନିର୍ମାଣ ହୋଇଥିଲା ବିଜୁ ସେତୁ । ସେତୁର ନିର୍ମାଣ ସରିବାକୁ ୫ ବର୍ଷ ହୋଇଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ କାମରେ ଲାଗିପାରୁନି । କାରଣ ଏହାର ଉଭୟ ପାଶ୍ୱର୍ରେ ଆପ୍ରୋଚ୍ ରୋଡ ନିର୍ମାଣ ହୋଇପାରିନାହିଁ । ଫଳରେ ମାର୍ଶାଘାଈ ବଜାର ସହିତ ଜମ୍ବୁ – ମାର୍ଶାଘାଈ ବଜାର ଦେଇ ଦୈନିକ ଯାତାୟତ କରୁଥିବା ମହାକାଳପଡା, ମାର୍ଶାଘାଈ ପରି ବିଭିନ୍ନ ବ୍ଲକର ହଜାର ହଜାର ଲୋକେ ଗାଡି ନେବା ଆଣିବାରୁ ଅସୁବିଧାର ସମ୍ମୁଖୀନ ହେଉଚନ୍ତି ।

Advertisment

ମାର୍ଶାଘାଈ – ଜମ୍ବୁ କେନାଲ ଉପରେ ଥିବା ଏକମାତ୍ର ଲକ୍ ସେତୁ ଅଣ ଓସାରିଆ ହୋଥିବାରୁ ଗୋଟିଏ ଚାରି ଚକିଆ ଗାଡି ଗଲେ ଅନ୍ୟ ଗାଡି ଗୁଡିକକୁ ଅପେକ୍ଷା କରିବାକୁ ପଡୁଛି । ଏହି ଲକ ସେତୁ ବହୁ ପୁରୁଣା ହୋଇଥିବାରୁ ଅନେକ ସ୍ଥାନରେ କଂକ୍ରିଟ୍ ସ୍ଲାବ ଖସି ରଡ୍ ମଧ୍ୟ ଦେଖାଗଲାଣି । ହେଲେ ନୂଆ ବ୍ରିଜ କାମ ସରିନଥିବାରୁ ବିପଦଜନ୍ନକ ଭାବେ ଲୋକେ ଲକ୍ ସେତୁ ଉପରେ ଯାତାୟତ କରୁଛନ୍ତି । ଯାହାକୁ ନେଇ ସ୍ଥାନୀୟ ଅଂଚଳରେ ଅସନ୍ତୋଷ ବଢିବାରେ ଲାଗିଛି ।

ଅଧାପାନ୍ତରିଆ ହୋଇ ପଡିରହିଥିବା ବିଜୁସେତୁର ନିର୍ମାଣ କାର୍ଯ୍ୟ ଯଥାଶିଘ୍ର ଶେଷ କରିବାପାଇଁ ସ୍ଥାନିୟ ଅଂଳବାସି ଜିଲ୍ଲା ପ୍ରଶାସନ ସହିତ ବିଭାଗୀୟ ଅଧୀକାରିଙ୍କ ନିକଟରେ ଦାବି କରିଛନ୍ତି ।