ସରକାରୀ ଯୋଜନା ପ୍ରବଳ କିନ୍ତୁ କାମ ଦୁର୍ବଳ । ବରଡା ଘେରା ପଲିଥିନ ତଳେ ବିତୁଛି ଜୀବନ । ଘର ନପାଇ ହିତାଧିକାରୀ ହିନସ୍ତା ।

Advertisment
ସରକାରୀ ଯୋଜନା ପ୍ରବଳ କିନ୍ତୁ କାମ ଦୁର୍ବଳ । ବରଡା ଘେରା ପଲିଥିନ ତଳେ ବିତୁଛି ଜୀବନ । ଘର ନପାଇ ହିତାଧିକାରୀ ହିନସ୍ତା ।

କନକ ବ୍ୟୁରୋ: ସରକାରୀ ଯୋଜନା ମାଳମାଳ। ହେଲେ ପ୍ରକୃତ ହିତାଧିକାରୀ ଭାରି ଦୁର୍ବଳ। ଯୋଜନା ବାବଦ ଅର୍ଥ ଫେରିଯାଉଛି। ଏପଟେ ଅସହାୟ ଅଭାବୀ ମଣିଷ ଘରଟିଏ ନପାଇ ଭଙ୍ଗା ଦଦରା ଘରେ ବିପଦ ସଂକୁଳ ଅବସ୍ଥାରେ କାଳ କାଟୁଛନ୍ତି। ବେଡ଼ି ଉପରେ କୋରଡ଼ା ଭଳି ସମସ୍ୟାରେ ଉବୁଟୁବୁ ହେଉଛନ୍ତି। ଏଭଳି ଘଟଣା ଦେଖିବାକୁ ମିଳିଛି କଟକ ସାଲେପୁରରେ ।

ବୟସ ବିଶ୍ରାମ ଖୋଜିଲାଣି। ବାଟ ଚାଲିବାକୁ ବଳ ପାଉନି। ଶରୀର ଅବସ ହେଲାଣି। କିନ୍ତୁ ଦୁଃଖ ସରୁନି କି ଯନ୍ତ୍ରଣା କମୁନି। ୬୭ ବର୍ଷ ବୟସରେ ଶରୀରକୁ ବିଶ୍ରାମ ଦରକାର। ହେଲେ ଏହି ବୃଦ୍ଧା ଜଣଙ୍କ ବିଶ୍ରାମ କରିବା ବଦଳରେ ପର ଘରେ ପାଇଟି କରୁଛନ୍ତି । ଦଦରା ଘରେ ଏକା ରହୁଛନ୍ତି। ଦେହ ମୁଣ୍ଡରେ ପଡ଼ିଲେ ଆହା ପଦେ କହିବାକୁ କେହି ନାହିଁ । ପୁଅ ଓ ସ୍ୱାମୀଙ୍କ ମୃତ୍ୟୁପରେ ଜୀବନ ଜୀଇଁବାକୁ ସଂଘର୍ଷ କରୁଛନ୍ତି ସାଲେପୁର ବ୍ଲକ୍ ପାଟପୁର ଗାଁର ଗୁଲି ମଲିକ।

ଦଦରା ଘରେ ରହୁଥିବା ବୃଦ୍ଧାଙ୍କୁ ସରକାରୀ ଯୋଜନାରେ ଭତ୍ତା ଓ ୫ କିଲୋ ଚାଉଳ ମିଳୁଛି। ବରଡ଼ା ଘେରା କୁଡ଼ିଆରେ ରହୁଥିଲେ ମଧ୍ୟ ପ୍ରଶାସନିକ ବାବୁ କି ସ୍ଥାନୀୟ ଜନପ୍ରତିନିଧିଙ୍କ ନଜର ପଡ଼ିନାହିଁ। ଏପଟେ ଆବାସ ଯୋଜାନା ଫେରି ଯାଉଥିବା ବେଳେ ଏହି ବୃଦ୍ଧାଙ୍କୁ ଘରଟିଏ ମିଳୁନାହିଁ। ଏଭଳି ସ୍ଥିତିରେ ଭାଗ୍ୟକୁ ଆଦରି ପଡ଼ି ରହିଛନ୍ତି।
ଗୁଲି ଓ ତାଙ୍କ କୁଡିଆକୁ ଦେଖିଲେ ସରକାରୀ ବିଧି ବ୍ୟବସ୍ଥା କାହା ପାଇଁ ବୋଲି ପ୍ରଶ୍ନ ଉଠିବା ସ୍ୱାଭାବିକ। ସରକାରଙ୍କ ଆଖିକୁ ତ ଦେଖାଯାଉନାହିଁ, ଯଦି କୌଣସ ସହହୃଦୟ ବ୍ୟକ୍ତି କିମ୍ବା ଅନୁଷ୍ଠାନ ତାଙ୍କୁ ସହଯୋଗ କରିବା ପାଇଁ ଚାହୁଁଥାନ୍ତି ତେବେ ଯୋଗାଯୋଗ କରିପାରିବେ।

ଗୁଲି ମଲିକ
ଘର-ପାଟପୁର, ସାଲେପୁର
ଆକାଉଣ୍ଟ ନଂ-୫୧୨୫୧୦୫୧୦୦୦୧୬୧୫
ବ୍ୟାଙ୍କ ଅଫ ଇଣ୍ଡିଆ, ବହୁଗ୍ରାମ ଶାଖା

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe