ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଗିରଫ ମାମଲା : ଭାରତର ତାଗିଦ ପରେ ବି ଆମେରିକା ଅଟଳ । କହିଲା, ଆମେ ଆମ ବୟାନ ଉପରେ ସ୍ଥିର

542

କନକ ବ୍ୟୁରୋ : କ୍ରେଜିୱାଲଙ୍କ ଗିରଫ ନେଇ ଭାରତ ବାରମ୍ବାର ତାଗିଦ କରିବା ପରେ ମଧ୍ୟ ଆମେରିକା ପୁଣି ଏକ ବୟାନ ଦେଇଛି । ଆମେରିକା ବିଦେଶ ମନ୍ତ୍ରଣାଳୟର ପ୍ରବକ୍ତା ମେଥ୍ୟୁ ମିଲର ଏକ ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି କି, ଆମେ ପୂର୍ବରୁ ଦେଇଥିବା ବୟାନ ଉପରେ ସ୍ଥିର ରହିଛୁ ଓ ଏହାକୁ ନେଇ କେହି ଦୁଃଖ ପ୍ରକାଶ କରିବା ଉଚିତ ନୁହେଁ । ଆମେ ଆଶା କରୁଛୁ କି ମାମଲାର ନିରପେକ୍ଷ, ପାରଦର୍ଶି ଓ ଠିକ୍ ସମୟରେ ଆଇନ ପ୍ରକ୍ରିୟା ସମାପ୍ତ ହେବ ।

ଆମେରିକାର ଏହି ବୟାନ ଏଭଳି ସମୟରେ ଆସିଛି, ଯେତେବେଳେ ବୁଧବାର ଦିନ ଭାରତର ବିଦେଶ ମନ୍ତ୍ରଣାଳୟ ଏହି ମାମଲାରେ ଆମେରିକାର କୂଟନୈତିଜ୍ଞ ଗ୍ଲୋରିୟା ବାରବେନାଙ୍କୁ ନୋଟିସ କରିଥିଲା । ଏହାପରେ ଗ୍ଲୋରିୟାଙ୍କ ସହ ଭାରତ ବିଦେଶ ମନ୍ତ୍ରଣାଳୟ ପାଖାପାଖି ୪୦ ମିନିଟ୍ ଧରି ଆଲୋଚନା କରିଥିଲା । ଏନେଇ ବୁଧବାର ଦିନ ଆମେରିକା ବିଦେଶ ମନ୍ତ୍ରଣାଳୟର ପ୍ରବକ୍ତା କହିଥିଲେ କି ଏହି ବୈଠକରେ କ’ଣ ଆଲୋଚନା ହେଲା ତାର ସୂଚନା ଦିଆଯାଇପାରିବ ନାହିଁ ।

ଭାରତ ଅସନ୍ତୁଷ୍ଟ ପ୍ରକାଶ କରିବା ପରେ ମଧ୍ୟ ଆମେରିକା ତରଫରୁ ଅରବିନ୍ଦ କେଜ୍ରିୱାଲଙ୍କ ଗରିଫ ମାମଲାକୁ ନେଇ ପୁଣି ପ୍ରତିକ୍ରିୟା ଦେଇଛି । କେବଳ କେଜ୍ରିୱାଲଙ୍କ ଗିରଫଦାରୀ ନୁହେଁ କେନ୍ଦ୍ର ସରକାରଙ୍କ ତରଫରୁ କଂଗ୍ରେସର ବ୍ୟାଙ୍କ ଆକାଉଣ୍ଟ ଅଚଳ କରିବା ନେଇ ମଧ୍ୟ ଆମେରିକା ତରଫରୁ ବୟାନ ଜାରି କରାଯାଇଛି । ଆମେରିକା କୂଟନୈତିଜ୍ଞ ମାଥ୍ୟୁ ମିଲର କହିଛନ୍ତି କି, ଏହି ଦୁଇଟି ମାମଲା ଉପରେ ହେବାକୁ ଥିବା କାର୍ଯ୍ୟାନୁଷ୍ଠାନ ନେଇ ଆମର ନଜର ରହିଛି ।