ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଥିଲେ ବି ଉଚ୍ଚ ସ୍ଥାନରେ ଯୁଦ୍ଧ କରିବାକୁ କାହିଁକି ଡରୁଛି ଚୀନ ସେନା ?

476

ସାରା ବିଶ୍ୱରେ ନିଜର ଆଧିପତ୍ୟ ବିସ୍ତାର କରିବାକୁ କିଛି ବର୍ଷ ହେବ ଚୀନ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଯୋଗାଡ କରିବାରେ ଲାଗିଛି । ଏହାସହ ନିଜ ସେନାକୁ ସାମରିକ ଭାବେ ବିଶ୍ୱରେ ଶକ୍ତିଶାଳୀ କରିବାକୁ ପାଣିଭଳି ଅର୍ଥ ଖର୍ଚ୍ଚ କରୁଛନ୍ତି ଚୀନର କମ୍ୟୁନିଷ୍ଟ ଶାସକ । ହେଲେ ଏତେ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଥାଇବି ପିପୁଲ୍ସ ଲିବରସେନ ଆର୍ମି ଉଚ୍ଚ ସ୍ଥାନରେ କାହିଁକି ଯୁଦ୍ଧ ଲଢି ପାରୁନାହିଁ । ଏନେଇ ଆମେରିକାର ଏକ ମାଗାଜିନ ‘ନ୍ୟାସନାଲ ଇଣ୍ଟରେଷ୍ଟ’ ରେ ଏକ ରିପୋର୍ଟ ପ୍ରକାଶ ପାଇଛି ।
କନକ ବ୍ୟୁରୋ : ଆମେରିକାର ମାଗାଜିନ ‘ନ୍ୟାସନାଲ ଇଣ୍ଟରେଷ୍ଟ’ ରିପୋର୍ଟ ମୁତାବକ ଚୀନ ସେନା ଆଧୁନିକ ଅସ୍ତ୍ରଶସ୍ତ୍ରରେ ସଜ୍ଜିତ ହୋଇଥିଲେ ବି ଉଚ୍ଚ ସ୍ଥାନରେ କୌଣସି ଯୁଦ୍ଧ ଭଳି ପରିସ୍ଥିତିରେ ସାମ୍ନା କରିବାରେ ବିଫଳ ହେଉଛି ଚୀନ ସେନା । କାରଣ ଭାବେ କୁହାଯାଇଛି କି ଚୀନ ସେନା ପାଖରେ ଥିବା ଅସ୍ତ୍ରଶସ୍ତ୍ର ଦ୍ୱାରା କୌଣସି ଉଚ୍ଚ ସ୍ଥାନରେ ପହଂଚିବାର ବ୍ୟବସ୍ଥା ନାହିଁ । ଏଭଳି ସ୍ଥିତି ଯୋଗୁଁ ଉଚ୍ଚ ସ୍ଥାନରେ ମୁହାଁ ମୁହିଁ ଲଢେଇ କରିବାରେ ବିଫଳ ହେଉଛି ଚୀନ ।

ସୂଚନା ଥାଉକି କିଛିଦିନ ତଳେ ଚୀନ ସେନା ପକ୍ଷରୁ ନିଜର କ୍ଷମତା ପ୍ରଦର୍ଶନ କରିବା ଆଳରେ ପଶ୍ଚିମାଞ୍ଚଳରେ ନୂଆ ରକେଟ ସହ ଯୁଦ୍ଧ ଅସ୍ତ୍ରଶସ୍ତ୍ର ପରୀକ୍ଷଣ କରିଥିଲା । ଏହା ମଧ୍ୟରେ ପିଏଚଏଲ-୧୧ ମଲ୍ଟି ରକେଟ୍ ଲଞ୍ଚର, ପିଏଚଏଲ-୦୩ ଲଙ୍ଗ ରେଞ୍ଜ ରକଟେ୍ ଲଞ୍ଚର ଓ ପିସିଏଲ ହୋବିଜର ବୋମା ବି ପ୍ରଦର୍ଶନ କରାଯାଇଥିଲା । ଏନେଇ ଚୀନର ସରକାରୀ ଖବର କାଗଜ ‘ଗ୍ଲୋବାଲ ଟାଇମ୍ସ’ ରେ ଖବର ପ୍ରକାଶ ପାଇଥିଲା । ଏହି ଅସ୍ତ୍ରଶସ୍ତ୍ର ଜରିଆରେ ଉଚ୍ଚ ପାହାଡ ଉପରେ ଚୀନସେନା ଅଭ୍ୟାସ କରୁଥିବାର ଲାଇଭ ଚିତ୍ର ଦେଖିବାକୁ ମଳିଥିଲା ।

ଏହାରି ମଧ୍ୟରେ ଚୀନକୁ ଆମେରିକାର ଥିବା ଚିନୁକ ହେଲିକପ୍ଟର ଭଳି ସାଧନର ଆବଶ୍ୟକତା ରହିଛି । ଯେଉଁ ହେଲିକପ୍ଟର ସହାୟତାରେ ଉଚ୍ଚ ସ୍ଥାନରେ ନିଜର ଯୁଦ୍ଧାସ୍ତ୍ର ପହଂଚାଇ ପାରିବ । କହିରଖୁ କି ଏହି ହେଲିକପ୍ଟର ମୋବାଇଲ ଆର୍ଟିଲରୀ ଓ ରକେଟ ଲଞ୍ଚର ଭଳି ଅସ୍ତ୍ରକୁ ଉଚ୍ଚ ସ୍ଥାନରେ ପହଂଚାଇବାକୁ ସକ୍ଷମ ।

ଚୀନ ସେନା ପାଖରେ ରହିଛି ଜେଡ-୮ ଭଳି କାର୍ଗୋ ଟ୍ରାନ୍ସପୋର୍ଟ ଭଳି ହେଲିକପ୍ଟର । ଏହି ହେଲିକପ୍ଟରର କ୍ଷମତା ଆମେରିକା ସେନା ପାଖରେ ଥିବା ଚିନୁକ ହେଲିକପ୍ଟରର ଅଧା ବୋଲି କୁହାଯାଉଛି । ଜେଡ-୮ ଭଳି କାର୍ଗୋ ଟ୍ରାନ୍ସପୋର୍ଟ ହେଲିକପ୍ଟରର ୨୦ ହଜାର ପାଉଣ୍ଡ ଓଜନର ଦର୍ବ୍ୟ ବୋହିନେବାର କ୍ଷମତା ଥିବାବେଳେ ଚିନୁକ ହେଲିକପ୍ଟର ପାଖରେ ୫୦ ହଜାର ପାଉଣ୍ଡ ଓଜନା ଦର୍ବ୍ୟ ଉଠାଇ ପାରିବାର କ୍ଷମତା ରହିଛି । ଏହି ଅସୁବିଧା କାରଣରୁ ଚୀନ ଉଚ୍ଚ ସ୍ଥାନକୁ ଯୁଦ୍ଧାସ୍ତ୍ର ବୋହି ନେଇ ଯୁଦ୍ଧ କରିବାକୁ ଅସୁବିଧାରେ ସମ୍ମୁଖୀନ ହେଉଛି ।