କନକ ବ୍ୟୁରୋ: ତଦନ୍ତରେ ସବୁ ପ୍ରକାର ସହଯୋଗ ସତ୍ୱେ, ଆଜି ସବୁ ସୀମା ଟପି ଯାଇଛନ୍ତି ଇଓଡବ୍ଲୁ କର୍ମଚାରୀ । ବିନା ୱାରେଂଟ୍ରେ ଜୋର, ଜବରଦସ୍ତ ସମ୍ବାଦ କାର୍ଯ୍ୟାଳୟରେ ସିଜ୍ କରିଛନ୍ତି ସରକାରୀ ବାବୁ । ବିନା ଏଫଆଇଆର କପି ଓ ବିନା ୱାରେଂଟ୍ରେ ଆଖିବୁଜା ସର୍ଚ୍ଚ ଓ ସିଜ୍ କରିଛନ୍ତି । ଶହ ଶହ କର୍ମଚାରୀଙ୍କ ଭାଗ୍ୟ, ଭବିଷ୍ୟତକୁ ପାଦ ତଳେ ଦଳି କମ୍ପୁଟରର ହାର୍ଡଡିସ୍କ ନେଇଯାଇଛନ୍ତି ଏମାନେ । ଏଠାରେ ପ୍ରଶ୍ନ ଉଠୁଛି କାହା ଇସାରାରେ ଏଭଳି ଚଢାଉ କରିଛି ଇଓଡବ୍ଲୁ ।

Advertisment

ସମ୍ବାଦ କର୍ମଚାରୀଙ୍କ ସମସ୍ତ ସହଯୋଗ ସତ୍ୱେ ତଦନ୍ତ ନାଁରେ ସୀମା ଟପିଗଲେ ଇଓଡବ୍ଲୁ ଅଧିକାରୀ । ନାଁ ଥିଲା ୱାରେଣ୍ଟ । ନାଁ ଥିଲା ଅଭିଯୋଗର ଏଫଆଇଆର୍ କପି । ଚାଲିଲା ଆଖି ବୁଜା ସର୍ଚ୍ଚ ଓ ସିଲ୍ । ପ୍ରତିଶୋଧର ନିଆଁରେ ଏମାନେ ଏତେ ଜର୍ଜରିତ ଥିଲେ ଯେ, ଭୁଲି ଗଲେ ଏହି ଦସ୍ତାବିତ୍ ଭିତରେ ଶହ ଶହ କର୍ମଚାରୀଙ୍କ ଭାଗ୍ୟ ଓ ଭବିଷ୍ୟତ ଲୁଚି ରହିଛି । ଭୁଲି ଗଲେ ବର୍ଷ ବର୍ଷର ରେକର୍ଡ୍ ରହିଛି । ହାର୍ଡଡିସ୍କ କପି କରିବାର ମଧ୍ୟ ସୁଯୋଗ ଦେଇନଥିଲେ ତଦନ୍ତ ନାଁରେ ଛାୟା ସରକାରର ନିର୍ଦ୍ଦେଶ ପାଳନ କରୁଥିବା ଇଓଡବ୍ଲୁର ବାବୁମାନେ । ତଦନ୍ତରେ ସଂପୂର୍ଣ୍ଣ ସହଯୋଗ ସତ୍ୱେ ନିଜର ପକ୍ଷ ରଖିବାକୁ ସୁଯୋଗ ଦେଇନଥିଲେ ସରକାରୀବାବୁ ।

ପ୍ରାୟୋଜିତ ଅଭିଯାଗର ଚିଠା ଧରି, ଉର୍ଦ୍ଦେଶ୍ୟମୂଳକ ଭାବେ ୫ ଦିନ ହେଲା ତଦନ୍ତ ନାଁରେ ମନମାନି କରି ଆସୁଛନ୍ତି ଇଓଡବ୍ଲୁର ଅଧିକାରୀ । କେତେବେଳେ ସମ୍ବାଦ କାର୍ଯ୍ୟାଳୟ ଆସି ଘଂଟା ଘଂଟା ଧରି ଜେରା ଆଳରେ ହଇରାଣ କରୁଛନ୍ତି, ତ’ ଆଉ କେତେବେଳେ ସମ୍ବାଦ ଅଧିକାରୀଙ୍କୁ ଇଓଡବ୍ଲୁ ଅଫିସକୁ ଡାକି ଧର୍ଯ୍ୟର ପରୀକ୍ଷା ନେଉଛନ୍ତି । ଶେଷରେ ସୀମା ଟପି ଯାଇଛି ତଦନ୍ତ ନାଁରେ ଯାତନା । ହାର୍ଡଡିସ୍କ ଛଡ଼ାଇ ନେଇଥିବା ଇଓଡବ୍ଲୁ ଅଧିକାରୀମାନେ, ଏହାର କପି କରିବାର ମଧ୍ୟ ସୁଯୋଗ ଦେଇନଥିଲେ । କାହା ଇସାରାରେ ଚାଲିଛି ଚଢ଼ାଉ? ଚଢ଼ାଉ ପଛରେ କାହାର ରହିଛି ଅଦୃଶ୍ୟ ନିର୍ଦ୍ଦେଶ? ଛାୟା ସରକାର’ର ଇଙ୍ଗିତରେ ଚାଲିଛି କି ଚଢ଼ାଉ? ସମ୍ବାଦ ବିରୋଧରେ ଚାଲିଥିବା ଷଡ଼ଯନ୍ତ୍ରକୁ ପ୍ରତିଶୋଧମୂଳକ କାର୍ଯ୍ୟାନୁ୍୍ଷ୍ଠାନ ବୋଲି ସମସ୍ତେ ମୁକ୍ତକଣ୍ଠରେ ସ୍ୱୀକାର କରିଛନ୍ତି ।

ପେଡ୍ ମିଡ଼ିଆର ମିଛ ଖବର ଏବଂ ସକାଳ’ର କର୍ମଚାରୀଙ୍କ ପ୍ରାୟୋଜିତ ଅଭିଯୋଗ ପରେ ସମସ୍ତ ବଳଖଟାଇ ଦେଇଛି ଇଓଡବ୍ଲୁ । ପ୍ରେସ୍ ରିଲିଜ୍ ପରେ ପ୍ରେସ୍ ରିଲିଜ୍ ଜାରି କରି, ଅବାନ୍ତର ଓ ଅଯୁକ୍ତିକର ତଥ୍ୟ ଦେଇ, ଛାୟା ସରକାରଙ୍କୁ ସନ୍ତୁଷ୍ଟ କରିବାର ଭରପୁର ପ୍ରୟାସ ଜାରି ରହିଛି । ହେଲେ, ୟେ-ପବ୍ଲିକ୍ ସବ୍ ଜାନ୍୍ତି ହୈ ।

ଇଓଡବ୍ଳୁର କାର୍ଯ୍ୟାନୁଷ୍ଠାନ ଯେତିକି କୋଠର ହେଉଛି, ସମ୍ବାଦ ଓ ସୌମ୍ୟରଂଜନଙ୍କ ପ୍ରତି ସମର୍ଥନ ଆହୁରୀ ବଢ଼ିବାରେ ଲାଗିଛି । ଆଇନକାନୁନର ମିଛ ଦ୍ୱାହୀ ଦେଇ, ଚାଲିଥିବା ଏହି ଉର୍ଦ୍ଦେଶ୍ୟମୂଳକ ଚଢ଼ାଉକୁ ଓଡ଼ିଶାର ଜନତା ମଧ୍ୟ ଠିକ୍ ଆକଳନ କରିପାରୁଛନ୍ତି ।