ପ୍ରହସନ ପାଲଟିଛି ଆବାସ ଯୋଜନା ! ଘର ପାଇଁ ଅଡୁଆ ଜମିପଟ୍ଟା, ଦଦରା କୁଡ଼ିଆରେ ମୁଣ୍ଡ ଗୁଞ୍ଜିଛନ୍ତି ହିତାଧିକାରୀ ।

Advertisment
ପ୍ରହସନ ପାଲଟିଛି ଆବାସ ଯୋଜନା ! ଘର ପାଇଁ ଅଡୁଆ ଜମିପଟ୍ଟା, ଦଦରା କୁଡ଼ିଆରେ ମୁଣ୍ଡ ଗୁଞ୍ଜିଛନ୍ତି ହିତାଧିକାରୀ ।

କନକ ବ୍ୟୁରୋ: ରାୟଗଡା ଜିଲ୍ଲାରେ ପ୍ରହସନ ପାଲଟିଛି ପ୍ରଧାନମନ୍ତ୍ରୀ ଆବାସ ଯୋଜନା । ବର୍ଷ ବର୍ଷ ଧରି ହିତାଧିକାରୀ ଆବାସ ଟିଏ ପାଇଁ ବ୍ଳକ ଅଫିସକୁ ଦୌଡିଦୌଡି ନୟାନ୍ତ ହେଉଛନ୍ତି । ଯାହାକୁ କାର୍ଯ୍ୟାଦେଶ ମିଳିଛି ସିଏ ଜମିପଟ୍ଟା ନଥିବାରୁ ଘର ତିଆରି କରିପାରୁନାହାନ୍ତି। ଜମିପଟ୍ଟା ଯୋଗାଇ ଦେବାରେ ପ୍ରଶାସନ ଆଗଭର ହେଉନଥିବା ଅଭିଯୋଗ ହୋଇଛି ।

ନମିତା କାମ୍ବା ଓ ଝିଲି କାମ୍ବା । ଘର- ରାୟଗଡା ବ୍ଳକ ନୂଆକୁଶା ଗାଁ । ୨୦୨୧ ମସିହାରେ ଆବାସ ତାଲିକାରେ ନମିତା ଓ ଝିଲିଙ୍କ ନାଁ ଥିଲା। ପକ୍କା ଘର କରିବେ ବୋଲି ସ୍ୱପ୍ନ ଦେଖିଥିଲେ । ହେଲେ ନିଜର ଜମି ପଟ୍ଟା ନଥିବାରୁ ଆକାଉଂଟକୁ ଟଙ୍କା ଆସିଲା ନାହିଁ। ତେଣୁ ପକ୍କାଘର ସ୍ୱପ୍ନ ସ୍ୱପ୍ନରେ ରହିଯାଇଛି। ଦୟନୀୟ ସ୍ଥିତିରେ ଦଦରା ଘରେ ରହୁଛନ୍ତି। ଜେସିବି ଚଲାଇ ସ୍ୱାମୀ ଯାହା ରୋଜଗାର କରନ୍ତି, ସେଥିରେ ଜୀବନ ବଂଚିଛି।

ରାୟଗଡା ଜିଲ୍ଲାରେ ୨୬ ହଜାର ୬୩୯ ଜଣ ହିତାଧିକିାରୀଙ୍କୁ ଆବାସ କାର୍ଯ୍ୟାଦେଶ ମିଳିଛି। ଜମି ପଟା ନଥିବାରୁ ୭୬୮ ଜଣ ଘର କରିପାରୁନାହାନ୍ତି। ନିୟମ ଅନୁଯାୟୀ ଜିଲ୍ଲା ପରିଷଦ ପକ୍ଷରୁ ଭୂମିହୀନଙ୍କୁ ଚିହ୍ନଟ କରାଯାଇ ତହସିଲ କାର୍ଯ୍ୟାଳୟକୁ ଦିଆଯାଏ । ତହସିଲଦାର ଏହାର ସମୀକ୍ଷା କରି ସରକାରୀ ଜମି ପ୍ରଦାନ କରିପାରିବେ। ଏନେଇ ବାରମ୍ବାର ତହସିଲ କାର୍ଯ୍ୟାଳୟକୁ ଚିଠି କରାଯାଇଛି। ହେଲେ ଦୀର୍ଘ ୩ ବର୍ଷ ହେଲା ତହସିଲଦାର କୌଣସି ନିଷ୍ପତ୍ତି ନନେବା ହିତାଧିକାରୀଙ୍କୁ ଚିନ୍ତାରେ ପକାଇଛି।

ଏହି ଘଟଣାରେ ତହସିଲଦାରଙ୍କ ପ୍ରତିକ୍ରିୟା ପାଇଁ ଆମ ପ୍ରତିନିଧି ଯୋଗାଯୋଗ କରିଥିଲେ। ଦୀର୍ଘ ୩ ଘଂଟା ଅପେକ୍ଷା କରିବା ପରେ କୌଣସି ପ୍ରକାର ପ୍ରତିକ୍ରିୟା ଦେବାର କ୍ଷମତା ନାହିଁ କହି ଏ ପ୍ରସଙ୍ଗକୁ ଏଡାଇ ଯାଇଥିଲେ ରାୟଗଡା ତହସିଲାଦର ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe