ଯୁବକଙ୍କ ଦେଶୀ ଯୁଗାଡ୍ । ବିଶାଳକାୟ ବଳଦକୁ ବାଇକରେ ବସାଇ ବୁଲାଇଲେ ଯୁବକ, ଦେଖନ୍ତୁ ଭିଡିଓ…

336

କନକ ବ୍ୟୁରୋ : ଗୋଟିଏ ଦୁଇଚକିଆ ବାଇକରେ ଦୁଇ ଜଣ କିମ୍ବା ୩ଜଣ ଏପରି କି ଗୋଟିଏ ବାଇକରେ ୪ଜଣ ବସି ଯିବାର ନଜିର ମଧ୍ୟ ଦେଖିବାକୁ ମିଳିଛି । କିନ୍ତୁ କେବେ ଦେଖିଛନ୍ତି କି, ଛୋଟିଆ ଦୁଇ ଚକିଆ ବାଇକରେ ବିଶାଳକାୟ ବଳଦକୁ ବସାଇ ନେଇଯିବାର? ସୋସିଆଲ ମିଡିଆରେ ଏପରି ଏକ ଭିଡିଓ ଭାଇରାଲ ହେଉଛି ଯାହାକୁ ଦେଖିଲେ ଆପଣ ଆଶ୍ଚର୍ଯ୍ୟ ଚକ୍କିତ ହୋଇଯିବେ ।


ସାଧାରଣତଃ ଗାଇ କିମ୍ବା ବଳଦକୁ ଗୋଟିଏ ସ୍ଥାନରୁ ଆଉଏକ ଦୂରସ୍ଥାନକୁ ଯିବାକୁ ହେଲେ ଚାରିଚକିଆ ଯାନ ବ୍ୟବହାର ହୋଇଥାଏ । କିନ୍ତୁ ଭାଇରାଲ ହେଉଥିବା ବିଡିଓରେ ଦେଖିବାକୁ ମିଳିଛି କି, ଜଣେ ବ୍ୟକ୍ତି ବଳଦଟିକୁ ଦୂର ସ୍ଥାନକୁ ନେଇଯିବା ପାଇଁ ଏକ ଆଇଡିଆ ଆପଣାଇଛନ୍ତି । ବାଇକରେ ବଳଦକୁ ବସାଇ ନେଇଯାଉଥିବାର ଦୃଶ୍ୟ ଦେଖିବାକୁ ମିଳିଛି । ବାଇକରେ ପଛ ସିଟରେ ବଳଦଟିକୁ ରସିରେ ଭଲ ଭାବେ ବାନ୍ଧି ବ୍ୟକ୍ତି ଜଣକ ନେଇଯାଉଛନ୍ତି । ଏହି ଦୃଶ୍ୟକୁ କାରରେ ଯାଉଥିବା ଜଣେ ବ୍ୟକ୍ତି ଦେଖିବା ପରେ ମୋବାଇଲରେ ରେକର୍ଡ କରି ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ । ଯାହା ଏହି ବେସ୍ ଜୋରସୋରରେ ଭାଇରାଲ ହେଉଛି ।