ଦେଶର ଜଣେ କନିଷ୍ଠ ଦେଶଭକ୍ତ ଖୁଦିରାମ ବୋଷ ମାତ୍ର ୧୮ ବର୍ଷ ବୟସରେ ପାଇଥିଲେ ଫାଶୀ ଦଣ୍ଡାଦେଶ

620

ତାଙ୍କର ପିଲାବେଳ ଯାଇଥାଏ । ସାଙ୍ଗସାଥୀମାନେ ବିଦ୍ୟାଳୟର ପରୀକ୍ଷା ବିଷୟରେ ଚିନ୍ତା କରୁଥିଲେ । କିନ୍ତୁ ତାଙ୍କର ମନରେ ଥିଲା ଆଉକିଛି । ଯେଉଁ ବୟସରେ ଖେଳିବା ଓ ବୁଲିବା କଥା ସେ ସମୟରେ ସାଙ୍ଗରେ ଗୀତା ଧରି ଫାଶିପାଇଥିଲେ । ସେ ଆଉ କେହି ନୁହେଁ ଦେଶର ଜଣେ ସ୍ୱାଧୀନତା ସଂଗ୍ରାମୀ ଖୁଦୀରାମ ବୋଷ । ଖୁଦୀରାମ ମାତ୍ର ୧୮ ବର୍ଷ ବୟସରେ ଫାଶୀର ଫନ୍ଧାରେ ଝୁଲିଥିଲେ । ଫାଶୀ ପାଇଲେ ସତ କିନ୍ତୁ ଦେଶ ପାଇଁ ଯେଉଁ ବଳୀ ଦେଇଗଲେ ତାଙ୍କୁ ଏବେବି ସାରା ଦେଶର ଲୋକମାନେ ଝୁରୁଛନ୍ତି । ବଙ୍ଗାଲର ଜୁଲାଏରେ ଏକ ଖାସ ଧୋନି ଲାଗିଥାଏ । ଯାହା ପାଖରେ ଖୁଦିରାମ କିଛି ଲେଖାଲେଖି କରୁଥିଲେ । ସ୍କୁଲ ଓ କଲେଜରେ ପଢିବା ବୟସରେ ଦେଶର ସ୍ୱାଧୀନତା କଥା ଚିନ୍ତା କରୁଥିଲା । ତେବେ ଭାରତର ସ୍ୱାଧିନତା ଲାଗି ଖୁଦିରାମ ବୋଷଙ୍କୁ ଦେଶର ପ୍ରଥମ ବାଳକ ଯିଏକି ଏକେ କମ ବର୍ଷ ବୟସରେ ଦେଶ ଲାଗି ଫାଶିପାଇଥିଲେ ବୋଲି ଇତିହାସ କହେ । ତେବେ ଆଜିର ଦିନରେ ମାତ୍ର ୧୮ ବର୍ଷ ବୟସରେ ଫାଶି ପାଇଥିଲେ । ତେବେ ତାଙ୍କର ମୃତ୍ୟୁ ଦେଶ ଲାଗି ସ୍ୱାଧିନତା ସଂଗ୍ରାମକୁ ଆହୁରି ଉତ୍ତେଜିତ କରିଥିଲା । ୧୮୮୯ ମସିହା ୩ ଡିସେମ୍ବରରେ ପଶ୍ଚିମ ବଙ୍ଗର ମେଦିନାପୁରଠାରେ ଖୁଦିରାମ ଜନ୍ମ ଗ୍ରହଣ କରିଥିଲେ । ତେବେ ସେ ଛୋଟ ଥିବା ବେଳେ ତାଙ୍କର ବାପା ମାଙ୍କର ମୃତ୍ୟୁ ହୋଇଥିଲା । ତେଣୁ ଖୁଦିରାମକୁ ତାଙ୍କ ଭାଇ ଓ ଭଉଣୀ ଲାଳନ ପାଳନ କରିଥିଲେ ।

 

ସେ ଜନ୍ମ ହେବା ପରେ ହିଁ ତାଙ୍କର ଦେଶପ୍ରେମ ଜଣାପଡୁଥିଲା । ଛୋଟ ବେଳୁ ହିଁ ଦେଶ ପାଇଁ ଅନେକ କିଛି କରିବେ ବୋଲି ତାଙ୍କର ଇଚ୍ଛା ରହିଥିଲା । ନବମ ଶ୍ରେଣୀରୁ ହିଁ ସେ ପାଠପଢା ଛାଡିଥିଲେ ବୋଲି ଜଣାଯାଏ । ଖୁଦିରାମ ଅନେକ ଥର ଲୋକମାନଙ୍କୁ ଏକତ୍ରିତ କରି କିପରି ଭାବରେ ଦେଶ ସ୍ୱାଧିନତା ପାଇବ ସେନେଇ ଅନେକ ଥର ସଭାସମିତି କରିଛନ୍ତି । ୨୮ ଫେବୃଆରୀ ୧୯୦୬ ରେ ସେ ପ୍ରଥମଥର ଗିରଫ ହୋଇଥିବା ଇତିହାସ କହେ । ତେବେ ପୁଣିଥରେ ତିନିମାସ ପରେ ୧୬ ମାର୍ଚ୍ଚରେ ଖୁଦିରାମ ଗିରଫ ହୋଇଥିଲେ । କିନ୍ତୁ ସେତେବେଳେ ତାଙ୍କର ବୟସ କମ ଥିବାରୁ ତାଙ୍କୁ କେବଳ ଚେତାବନୀ ଦିଆଯାଇ ଜେଲରୁ ମୁକ୍ତି କରାଯାଇଥିଲା । ୧୯୦୭ ମସିହା ଡିସେମ୍ବର ୬ରେ ନାରାୟଣଗଡ ରେଳ ଷ୍ଟେସନରେ ବେମା ବିସ୍ଫୋରୋଣ ହୋଇଥିଲା । ସେହି ସମୟରେ ଖୁଦିରାମ ମଧ୍ୟ ସେହି ଅଞ୍ଚଳରେ ଉପସ୍ଥିତ ଥିଲେ । ଏହି ଘଟଣାରେ ସେତେବେଳେ କଲିକତାର କୋର୍ଟ ବିଚାର କରିଥିଲେ । ତେବେ ପରେ ରେଳ ପାଖରେ ହୋଇଥିବା ବୋମା ବିସ୍ପୋରୋଣ ପରି ୧୯୦୮ ମସିହା ଏପ୍ରିଲ ୩୦ରେ ଏକ ବୋମା ବିସ୍ପୋରୋଣ ହୋଇଥିଲା । ଏହି ଘଟଣାପରେ ଖୁଦିରାମ ଜୋରରେ ଦୈାଡିବାକୁ ଲାଗିଥିଲେ । ପାଖାପାଖି ୨୫ କିଲୋମିଟର ବାଟ ସେ ଅତିକ୍ରମ କରିଥିଲେ । ତେବେ ତାଙ୍କୁ ପୋଲିସ ପୁସା ରୋଡ ଷ୍ଟେସନ ନିକଟରେ ପୋଲିସ ଧରିଥିବାର ସୂଚନା ମିଳେ । ପରେ ତାଙ୍କ ଉପରେ ହତ୍ୟା ଭଳି ସଙ୍ଗୀନ ମାମଲା ରୁଜୁ କରାଯାଇ ତଦନ୍ତ କରାଯାଏ ଆଉ ମାତ୍ର ୫ ଦିନରେ ତାହାର ଫଇସଲା ମଧ୍ୟ ହୋଇଯାଏ । ସେହି ବର୍ଷ ଜୁନ ୮ରେ କୋର୍ଟ ଫାଶି ନିର୍ଦ୍ଦେଶ ଦିଅନ୍ତି ଆଉ ୧୩ ଜୁନରେ ତାଙ୍କୁ ଫାଶୀ ମଧ୍ୟ ହୋଇଯାଏ । ତେଣୁ ଏତେ କମ ବର୍ଷ ବୟସରେ କିପରି ଭାବରେ ସେ ଦେଶପାଇଁ ଜୀବନ ଦେଲେ ତାହା ଆଶ୍ଟର୍ଯ୍ୟ ଲାଗୁଥିଲେ ମଧ୍ୟ ସତ୍ୟ ।