ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ୨୦୨୦ ନିର୍ବାଚନ ରାଲିରେ ତର୍କ ଦେଇ କହିଛନ୍ତି ଯେ କୁଦସ ଫୋର୍ସ ପ୍ରମୁଖ ମେଜର୍ ଜେନେରାଲ୍ କାସିମ୍ ସୁଲେମାନୀଙ୍କୁ ନିହତ କରିବା ପାଇଁ ଆଦେଶ ଦେଇ ଆମେରିକା ନାଗରିକଙ୍କ ସହ ନ୍ୟାୟ କରିଥିବାରୁ ତାଙ୍କୁ ନୋବେଲ୍ ପୁରସ୍କାର ଦିଆଯାଉ । ଅନ୍ୟପକ୍ଷରେ ଗଣତାନ୍ତ୍ରିକ ନେତାମାନେ ଟ୍ରମ୍ପଙ୍କ ଏହି ନିଷ୍ପତ୍ତି ଉପରେ ପ୍ରଶ୍ନ ଉଠାଇ କହିଛନ୍ତି , ବିନା କୌଣସି ବିଚାରରେ ଏହି ପଦକ୍ଷେପ ନିଆଯାଇଛି । ବିରୋଧି ସଂସଦରେ ଏହି ପ୍ରସ୍ତାବ ଉପରେ କହିଛନ୍ତି ଯେ ଟ୍ରମ୍ପଙ୍କୁ ଇରାନ୍ ବିପକ୍ଷରେ ପଦକ୍ଷେପ ନେବା ପୂର୍ବରୁ ପ୍ରଥମେ କଂଗ୍ରେସ ସହ ଆଲୋଚନା କରିବା ଜରୁରୀ ଥିଲା ।
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ କହିବାନୁସାରେ , ତାଙ୍କୁ ଆଜି ପର୍ଯ୍ୟନ୍ତ ନୋବେଲ୍ ପୁରସ୍କାର ମିଳିନାହିଁ । ୨୦୧୯ ର ନୋବେଲ୍ ପୁରସ୍କାର ବିଜେତା ଇଥିଓପିୟାର ପ୍ରଧାନମନ୍ତ୍ରୀ ଅବି ଅହମ୍ମଦଙ୍କୁ ଦର୍ଶାଇ ସେ କହିଥିଲେ ଯେ ସେ ମଧ୍ୟ ଏହି ପୁରସ୍କାରର ହକଦାର । ଟ୍ରମ୍ପ କହିଛନ୍ତି ଯେ , ମୁଁ ଗୋଟିଏ ଦେଶକୁ ବଂଚାଇଛି ଏବଂ ମୁଁ ଶୁଣିଛି ଯଦି ଦେଶକୁ ବଂଚାଇଥିବା ପ୍ରମୁଖଙ୍କୁ ନୋବେଲ୍ ପୁରସ୍କାର ମିଳିଥାଏ । ଗତ ସପ୍ତାହରେ କାସିମ୍ ସୁଲେମାନୀର ହତ୍ୟା ଯୋଗୁଁ ଇରାନ୍ ଏବଂ ଆମେରିକା ଭିତରେ କ୍ଲେଶ ବଢିଯାଇଥିଲା । ଏହାର ଜବାବରେ ଇରାନ୍ ର ପଡୋଶୀ ଇରାକରେ ଥିବା ଆମେରିକାର ୨ ସୈନ୍ୟ ଆଡ୍ଡାରେ ମିସାଇଲ୍ ଆକ୍ରମଣ ହୋଇଥିଲା ।/kanak/media/post_attachments/wp-content/uploads/2020/01/shutterstock_editorial_EPASELECT_3_Jan_1100_UTC_10517237A-300x169.jpeg)
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2020/01/trumpnobel.jpg)
/kanak/media/post_attachments/wp-content/uploads/2020/01/Trump-Nobel-chatter_840x480-300x171.jpg)