ଆଫଗାନିସ୍ତାନରେ ତାଲିବାନ ଆତଙ୍କ । ନିଜ ଅନୁଭୂତି ବଖାଣିଲେ ୨୦୦୮ରୁ ୨୦୧୨ ଯାଏଁ ଆଫଗାନରେ ରହିଥିବା କେନ୍ଦ୍ରାପଡା ଯୁବକ 

398

କନକ ବ୍ୟୁରୋ: ଯେତେବେଳେ ପୁଣି ଥରେ ଆଫଗାନିସ୍ତାନରେ ତାଲିବାନୀ ଶାସନ ଫେରିଛି । ସାରା ଦେଶରେ ଭୟ ଓ ଆତଙ୍କର ବାତାବରଣ ସୃଷ୍ଟି ହୋଇଛି । ଆଉ ସାରା ବିଶ୍ୱର ନଜର ଏହା ଉପରେ ରହିଛି । ସେତିକିବେଳେ ଆଫଗାନିସ୍ତାନରେ ପ୍ରାୟ ୪ ବର୍ଷ ରହିଥିବା ଦୁଇ ଓଡିଆ ଯୁବକ ସେମାନଙ୍କ ଅନୁଭୂତି ବର୍ଣ୍ଣନା କରିଛନ୍ତି ।

ତାଲିବାନୀମାନେ କ୍ଷମତାରୁ ଯିବା ପରେ ୨୦୦୮ ମସିହାରୁ ୨୦୧୨ ମସିହ ପ୍ରାୟ ଚାରିବର୍ଷ ଧରି ଆଫଗାନିସ୍ତାନରେ ଚାକିରି କରିଥିଲେ ଏହି ଓଡିଆ ଯୁବକ । ସେତେବେଳେ ଆଫଗାନିସ୍ତାନ କେମିତି ବିକାଶ ପଥରେ ଆଗଉ ଥିଲା , ତାଲିବାନଙ୍କୁ ନେଇ କେମିତି ଭୟ ଥିଲା, ଆଉ ଏବେ ତାଲିବାନୀ ଫେରିବା ପରେ ସେମାନଙ୍କ ଉପରେ କଣ ବିତୁଥିବା ସେନେଇ ଆଶଙ୍କା କରିଛନ୍ତି ।

ସେହିପରି ଆଫଗାନିସ୍ତାନରେ ୪ବର୍ଷ ରହିଥିଲେ ପଟ୍ଟାମୁଣ୍ଡାଇ ଅଂଚଳର ରମେଶ ଚନ୍ଦ୍ର ଖଣ୍ଡାଇ । ସେହି ସମୟରେ କେମିତି ସୁରକ୍ଷା ବ୍ୟବସ୍ଥା କଡାକଡି ଥିଲା ଆଉ ଲୋକମାନେ ନିଜକୁ ସୁରକ୍ଷିତ ଭାବୁଥିଲେ ନିଜ ଅନୁଭୂତିରୁ କହିଛନ୍ତି ।

ତାଲିବାନୀ ଶାସନ ଫେରିବା ପରେ ଆଫଗାନିସ୍ତାନରେ ବିଶେଷ କରି ମହିଳା ଓ ଶିଶୁଙ୍କ ସୁରକ୍ଷା ନେଇ ସମସ୍ତଙ୍କ ମନରେ ସନ୍ଦେହ ସୃଷ୍ଟି ହୋଇଛି । ତାଲିବାନୀମାନେ ବଦଳୁଛନ୍ତି ବୋଲି, ଯେତେ କହିଲେ ବି  ଏହାକୁ ସହଜରେ ବିଶ୍ୱାସ କରିବା କଷ୍ଟକର ହୋଇଛି ।