ଶେଷରେ ଧରା ଦେଲେ ହନିପ୍ରୀତ ! ଆଜି ହରିୟାଣା ପୁଲିସ ନିକଟରେ ଆତ୍ମସମର୍ପଣ କରିପାରନ୍ତି ବଳାତ୍କାରୀ ବାବା ରାମ ରହିମଙ୍କ ପୋଷ୍ୟକନ୍ୟା

25

କନକ ବ୍ୟୁରୋ: ଆଜି ପୋଲିସ ନିକଟରେ ଆତ୍ମସମର୍ପଣ କରିପାରନ୍ତି ହନିପ୍ରୀତି । ଧର୍ଷଣ ମାମଲାରେ ଦୋଷୀସାବ୍ୟସ୍ତ ହୋଇ ୨୦ ବର୍ଷ ଜେଲଦଣ୍ଡ ଭୋଗୁଥିବା ରାମ ରହିମଙ୍କ ପୋଷ୍ୟକନ୍ୟା ହେଉଛନ୍ତି ହନିପ୍ରୀତ । ଗତମାସରେ ରାମରହିମ ଜେଲ ଯିବା ପରେ ହନିପ୍ରୀତ ଫେରାର ଥିଲେ । ହରିୟାଣା ପୋଲିସ ତାଙ୍କୁ ଖୋଜିବା ପାଇଁ ଦିନରାତି ଏକାକାର କରିଦେଇଥିଲା ।

ଦିଲ୍ଲାରେ ବି ଚଢାଉ ହୋଇଥିଲା । କିନ୍ତୁ ଆଜି ୩୬ ଦିନ ପରେ ହିନ୍ଦୀ ନ୍ୟୁଜ ଚ୍ୟାନେଲ ଆଜତକ୍ ନିକଟରେ ମୁହଁ ଖୋଲିଛନ୍ତି ହନିପ୍ରିତ । କ୍ୟାମେରା ଆଗରେ ସେ କାନ୍ଦି ପକାଇଛନ୍ତି ।

ହନି କହିଛନ୍ତି, ‘ମୁଁ କେବେ ବି ହିରୋଇନ ହେବାକୁ ଚାହିଁନଥିଲି । ପରଦା ପଛରେ ସବୁବେଳେ ରହିବାକୁ ଚାହୁଁଥିଲି । ରାମ ରହିମ ନିର୍ଦ୍ଦୋଷ । ତାଙ୍କ ସହିତ ମୋର କିଛି ଅବୈଧ ସମ୍ପର୍କ ନାହିଁ । ଆଇନ ଉପରେ ମୋର ଭରସା ରହିଛି । ତାଙ୍କର ଓ ରାମ ରହିମଙ୍କ ବାପା-ଝିଅର ସମ୍ପର୍କ ରହିଛି । ମିଡିଆରେ ମୋତେ ଦେଶେଦ୍ରୋହୀ କୁହାଗଲା କିନ୍ତୁ ମୁଁ ଦେଶଦ୍ରୋହୀ ନୁହେଁ’ ।