ଦାଗୀ ରାମ ରହିମଙ୍କୁ ଖଲିସ୍ତାନୀଙ୍କ ଡର। ହରିୟାଣା ପୋଲିସ ଦେଲା Z-Plus ସୁରକ୍ଷା ।

Advertisment
ଦାଗୀ ରାମ ରହିମଙ୍କୁ ଖଲିସ୍ତାନୀଙ୍କ ଡର। ହରିୟାଣା ପୋଲିସ ଦେଲା Z-Plus ସୁରକ୍ଷା ।

କନକ ବ୍ୟୁରୋ: ବଳାକ୍ରାର ଓ ହତ୍ୟା ମାମଲାରେ ଜେଲ ଦଣ୍ଡ ପାଇଥିବା ଡେରା ମୁଖ୍ୟ ରାମ ରହିମଙ୍କୁ ଜେଡ୍ ପ୍ଲସ୍ ସୁରକ୍ଷା । ଖଲିସ୍ତାନୀଙ୍କ ଆକ୍ରମଣ ଭୟ ଥିବାରୁ ହରିୟାଣା ପୋଲିସ ତାଙ୍କୁ ଏହି ସୁରକ୍ଷା ଯୋଗାଇଦେଇଛନ୍ତି । କିଛି ଦିନ ତଳେ ୨୧ ଦିନ ପାଇଁ ଜେଲରୁ ବାହାରିଥିବା ରାମ ରହିମ ଉପରେ ଲୋକଙ୍କ ଆକ୍ରୋଶ ରହିଛି । ଏପରି କ୍ଷେତ୍ରରେ ତାଙ୍କ ଉପରେ ଖଲିସ୍ତାନୀ ଆତଙ୍କବାଦୀ ମଧ୍ୟ ଆକ୍ରଣ କରିବାର ଆଶଙ୍କା କରି ହରିୟାଣା ସରକାର ଏପରି ସୁରକ୍ଷା ପାଇଁ ନିଷ୍ପତ୍ତି ନେଇଛନ୍ତି ।

ଏପରି ଏକ ଦାଗିକୁ ଜେଡ୍ ପ୍ଲସ୍ ସୁରକ୍ଷା କାହିଁକି ଦିଆଗଲା, ତା’ ଛଡା ବିଧାନସଭା ନିର୍ବାଚନ ପୂର୍ବରୁ ରାମ ରହିମଙ୍କୁ କାହିଁଁକି ଜେଲରୁ ଛୁଟି ମିଳିଲା ବୋଲି ଅନେକ ଅଭିଯୋଗ କରୁଥିଲେ ବି ଏହାସହ ନିର୍ବାଚନର କୌଣସି ସମ୍ପର୍କ ନାହିଁ ବୋଲି ହରିୟାଣା ସରକାରଙ୍କ ପକ୍ଷରୁ କୁହାଯାଇଛି । ଗତ ବର୍ଷ ମଧ୍ୟ ଡେରା ମୁଖ୍ୟ ରାମ ରହିମକୁ ମା’ଙ୍କ ସ୍ୱାସ୍ଥ୍ୟ ଖରାପ କାରଣରୁ ଜେଲରୁ ଛୁଟି ମିଳିଥିଲା । ରାମ ରହିମ ଏଯାଏଁ ହରିୟାଣା ରୋହତକ୍ ଜେଲରେ ବନ୍ଦି ରହିଥିଲେ ।
କହିରଖୁଁ କି, ରାମ ରହିମ ସିରସା ସ୍ଥିତ ଆଶ୍ରମରେ ଦୁଇ ମହିଳାଙ୍କୁ ବଳାତ୍କାର କରିଥିବା ଅଭିଯୋଗ ହୋଇଥିଲା । ଏହି ମାମଲାର ଶୁଣାଣିରେ ୨୦୧୭ରେ ପଞ୍ଚକୁଲାର ସ୍ୱତନ୍ତ୍ର ସିବିଆଇ କୋର୍ଟ ତାଙ୍କୁ ୨୦ ବର୍ଷର ଜେଲ ଦଣ୍ଡ ଦେଇଥିଲେ । ଏହାବ୍ୟତୀତ ଡେରାର ପୂର୍ବ ପରିଚାଳକଙ୍କୁ ହତ୍ୟା ଘଟଣାରେ ମଧ୍ୟ ତାକୁ କୋର୍ଟ ଆଜୀବନ କାରରାଦଣ୍ଡାଦେଶ ଦେଇଥିଲେ ।

ତେବେ ଭାରତରେ ଖାସ୍ ବ୍ୟକ୍ତିତ୍ୱଙ୍କୁ ଦିଆଯାଏ X, Y, Y-Plus Z  , Z-Plus ପରି ସୁରକ୍ଷା । Z-Plus ଭାରତର ସବୁଠୁ ବଡ ସୁରକ୍ଷା କବଚ । ହେଲେ ଏପରି ଜଣେ ହତ୍ୟାକାରୀ ଓ ବଳାତ୍କାରୀକୁ ଏପରି ସୁରକ୍ଷା ଦେବାକୁ ନେଇ ବିଭିନ୍ନ ମହଲରେ ପ୍ରଶ୍ନ ଉଠୁଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe