କନକ ବ୍ୟୁରୋ : ହରିଆଣା ରୋହତକର ସୁନାରିୟା ଜେଲରେ ଦଣ୍ଡ ଭୋଗୁଥିବା ଗୁରମୀତ ରାମ ରହିମଙ୍କୁ ପୁଣିଥରେ କୋର୍ଟ ୫୦ ଦିନିଆ ପାରୋଲ ଦେଇଛନ୍ତି । ୨୯ ଦିନ ପୂର୍ବରୁ ରାମ ରହିମ ପାରୋଲ କାଟି ଜେଲକୁ ଫେରିଥିଲେ । ହେଲେ ପୁଣି ଥରେ କୋର୍ଟ ତାଙ୍କ ପାରୋଲ ଆବେଦନକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି ।
ସୂଚନା ମୁତାବକ ହରିଆଣା ସରକାର ବାବା ରାମ ରହିମଙ୍କୁ ୫୦ ଦିନିଆ ପାରୋଲ ଦେଇଛନ୍ତି । ଏହି କ୍ରମରେ ଏବେ ସେ ଉତ୍ତର ପ୍ରଦେଶର ବାଗବତରେ ଥିବା ବରନାବା ଆଶ୍ରମରେ ରହିବେ । ଶୁକ୍ରବାର ସନ୍ଧ୍ୟା କିମ୍ବା ଶନିବାର ସକାଳେ ସେ ଜେଲରୁ ବାହାରିବେ । ହରିଆଣା ଜେଲର ନିୟମ ମୁତାବକ ଆଜୀବନ ଜେଲ କାଟୁଥିବା କୌଣସି ବି କଏଦୀ ବର୍ଷରେ ୭୦ ଦିନ ପାରୋଲରେ ଯାଇପାରିବେ ।
ହରିଆଣା ସରକାର ରାମ ରହିମଙ୍କୁ ନଭେମ୍ବର ମାସରେ ୨୧ ଦିନ ପାଇଁ ପାରୋଲ ଦେଇଥିଲେ । ସେତେବେଳେ ସେ ୨୧ ଦିନ ଯାକ ଉତ୍ତର ପ୍ରଦେଶର ବାଗବତ ଆଶ୍ରମରେ ରହିଥିଲେ । ଏହାପରେ ଡିସେମ୍ବର ୨୧ ତାରିଖରେ ସେ ଜେଲକୁ ଫେରିଯାଇଥିଲେ ।
ବାବା ରାମ୍ ରହିମ ଜଣେ ସାମ୍ବାଦିକଙ୍କୁ ହତ୍ୟା କରିବା ଓ ଅନ୍ୟ ଦୁଷ୍କର୍ମ ମାମଲାରେ ୨୦୧୭ ରେ ଦଣ୍ଡିତ ହୋଇଥିଲେ । ସେ ଜେଲକୁ ଯିବା ଠାରୁ ଏପର୍ଯ୍ୟନ୍ତ ୯ ଥର ପାରୋଲରେ ଆସିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2024/01/Untitled-1-24.jpg)