ଛାଡିଲେ ସାମ୍ବିଧାନିକ ପଦ । ଧରିବେ ସଙ୍ଗଠନ ଦାୟୀତ୍ୱ,  ଉପବାଚସ୍ପତି ପଦରୁ ଇସ୍ତଫା ଦେଲେ ରଜନୀକାନ୍ତ

82

କନକ ବ୍ୟୁରୋ : ନିର୍ବାଚନକୁ ଆଉ ପ୍ରାୟ ୬ ମାସ ରହିଛି । ତେଣୁ ନେତାଙ୍କର ଏବେ ଦାୟିତ୍ୱ ବଢିଲାଣି ଓ ଦଳକୁ ଘାରିଲାଣି ସଙ୍ଗଠନ ଚିନ୍ତା । ନେତା ଏବେ ନିଜ ନିର୍ବାଚନମଣ୍ଡଳୀ ମୁହାଁ ହେଲେଣି । ଏହିସବୁ ଭିତରେ  ଉପବାଚସ୍ପତି ପଦରୁ ଇସ୍ତଫା ଦେଇଛନ୍ତି ଅନୁଗୁଳର ହେଭିୱେଟ ନେତା ରଜନୀକାନ୍ତ ସିଂ । ଏବେ ସେ ସଙ୍ଗଠନକୁ ଆସିବେ । ୨୦୧୯ରେ ବିଜେଡି  ଅନୁଗୁଳ ଜିଲ୍ଲାରେ ବଡ ବିଜୟ ହାସଲ କରିଥିଲା ଓ ସେ ସମୟରେ ରଜନୀକାନ୍ତ ସକ୍ରିୟ ଥିଲେ । କିନ୍ତୁ ଏହି ଦୁଇ ଜିଲ୍ଲାରେ ଧର୍ମେନ୍ଦ୍ର ପ୍ରଧାନ ବିଜେପି ସଙ୍ଗଠନକୁ ସକ୍ରିୟ କରୁଥିବାରୁ ରଜନୀକାନ୍ତଙ୍କୁ ସଙ୍ଗଠନ ଦାୟିତ୍ୱ ଦେବାକୁ ବିଜେଡି ଏକପ୍ରକାର ନିଷ୍ପତି ନେଇଛି ।
ବାଇଟ- ରଜନୀକାନ୍ତ ସିଂହ, ଅନୁଗୁଳ ବିଧାୟକ

ଅନୁଗୁଳ ବିଧାନସଭା ଆସନରୁ ରଜନୀକାନ୍ତ ସିଂହ ୪ ଥର ନିର୍ବାଚିତ ହୋଇଛନ୍ତି । ଆଉ ବିଜୟର ବ୍ୟବଧାନ ବି ଅଧିକ ରହିଛି ।
୨୦୦୯ ନିର୍ବାଚନ
ରଜନୀକାନ୍ତ ସିଂହ-୪୯.୭୦% ଭୋଟ
କଂଗ୍ରେସ ପ୍ରାର୍ଥୀ- ୩୩.୧୭%  ଭୋଟ୍
୨୦୧୪ ନିର୍ବାଚନ
ରଜନୀକାନ୍ତ ସିଂହ-୪୭. ୮୭% ଭୋଟ
କଂଗ୍ରେସ ପ୍ରାର୍ଥୀ-୩୪.୪୨%
୨୦୧୯ ନିର୍ବାଚନ
ରଜନୀକାନ୍ତ ସିଂହ-୪୧. ୩୬% ଭୋଟ
ବିଜେପି ପ୍ରାର୍ଥୀ-୩୫.୭୮% ଭୋଟ
ତେଣୁ  ବିଜେପିକୁ ଟକ୍କର ଦେବାକୁ ହେଲେ  ରଜନୀକାନ୍ତ ସିଂହଙ୍କ ଭଳି ନେତାଙ୍କୁ ୨୦୨୪ରେ ବଡ ଦାୟିତ୍ୱ ଦେବାକୁ ଚାହୁଁଛି ବିଜେଡି ।

ରଜନୀକାନ୍ତ ସିଂହଙ୍କ ଇସ୍ତଫା ପରେ ଏବେ ବିଧାନସଭାର ଉପବାଚସ୍ପତି କିଏ ହେବ ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ତେଣୁ ଉପବାଚସ୍ପତି ପଦ ପାଇଁ ଯେଉଁମାନଙ୍କ ନାଁ ଚର୍ଚ୍ଚାରେ ରହିଛି  ସେମାନେ  ହେଲେ -ବଡଚଣା ବିଧାୟକ ଅମର ଶତପଥୀ, ନର୍ଲା ବିଧାୟକ ଭୂପିନ୍ଦର ସିଂ, କେନ୍ଦ୍ରାପଡା ବିଧାୟକ ଶଶୀଭୂଷଣ ବେହେରା ଓ ଭଣ୍ଡାରୀପୋଖରୀ ବିଧାୟକ ପ୍ରଫୁଲ୍ଲ ସାମଲ । ୨୧ ତାରିଖରୁ ବିଧାନସଭା ଅଧିବେଶନ ଆରମ୍ଭ ହେଉଛି । ତେଣୁ ଖୁବଶୀଘ୍ର ରାଜ୍ୟକୁ ଉପବାଚସ୍ପତି ମିଳିବ ବୋଲି ଆଶା କରାଯାଉଛି ।