ଆସନ୍ତା ୨୧ ତାରିଖରେ ହେବ ଉପ-ବାଚସ୍ପତି ନିର୍ବାଚନ । ସମସ୍ତ ସଦସ୍ୟଙ୍କୁ ଚିଠି ଲେଖି ଜଣାଇଲେ ବିଧାନସଭା ସଚିବ ।

Advertisment
ଆସନ୍ତା ୨୧ ତାରିଖରେ ହେବ ଉପ-ବାଚସ୍ପତି ନିର୍ବାଚନ । ସମସ୍ତ ସଦସ୍ୟଙ୍କୁ ଚିଠି ଲେଖି ଜଣାଇଲେ ବିଧାନସଭା ସଚିବ ।

କନକ ବ୍ୟୁରୋ : ଆସନ୍ତା ୨୧ ତାରିଖରେ ହେବ ଓଡ଼ିଶା ବିଧାନସଭାର ଉପ-ବାଚସ୍ପତି ନିର୍ବାଚନ । ସକାଳ ୯ଟା ୩୦ ମିନିଟ୍ ସମୟରେ ଏହି ନିର୍ବାଚନ ହେବ । ଏନେଇ ବିଧାନସଭାର ସମସ୍ତ ସଦସ୍ୟଙ୍କୁ ଚିଠି ଲେଖି ଜଣାଇଛନ୍ତି ବିଧାନସଭା ସଚିବ ।

ଉପ-ବାଚସ୍ପତି ପଦରୁ ରଜନୀକାନ୍ତ ସିଂ ଇସ୍ତଫା ଦେବା ପରେ ଏହି ପଦବୀ ଫାଙ୍କା ପଡିଛି । ବିଧାନସଭାର ଶୀତକାଳୀନ ଅଧିବେଶନ ଆରମ୍ଭ ପୂର୍ବରୁ ଉପ-ବାଚସ୍ପତି ନିର୍ବାଚନ ଶେଷ ହେବ । ଦଳୀୟ ସଙ୍ଗଠନକୁ ସୁଦୃଢ କରିବାକୁ ଉପ-ବାଚସ୍ପତି ପଦରୁ ଇସ୍ତଫା ଦେଇଥିଲେ ରଜନୀକାନ୍ତ ସିଂ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe