କନକ ବ୍ୟୁରୋ : ଆସନ୍ତା ୨୧ ତାରିଖରେ ହେବ ଓଡ଼ିଶା ବିଧାନସଭାର ଉପ-ବାଚସ୍ପତି ନିର୍ବାଚନ । ସକାଳ ୯ଟା ୩୦ ମିନିଟ୍ ସମୟରେ ଏହି ନିର୍ବାଚନ ହେବ । ଏନେଇ ବିଧାନସଭାର ସମସ୍ତ ସଦସ୍ୟଙ୍କୁ ଚିଠି ଲେଖି ଜଣାଇଛନ୍ତି ବିଧାନସଭା ସଚିବ ।
ଉପ-ବାଚସ୍ପତି ପଦରୁ ରଜନୀକାନ୍ତ ସିଂ ଇସ୍ତଫା ଦେବା ପରେ ଏହି ପଦବୀ ଫାଙ୍କା ପଡିଛି । ବିଧାନସଭାର ଶୀତକାଳୀନ ଅଧିବେଶନ ଆରମ୍ଭ ପୂର୍ବରୁ ଉପ-ବାଚସ୍ପତି ନିର୍ବାଚନ ଶେଷ ହେବ । ଦଳୀୟ ସଙ୍ଗଠନକୁ ସୁଦୃଢ କରିବାକୁ ଉପ-ବାଚସ୍ପତି ପଦରୁ ଇସ୍ତଫା ଦେଇଥିଲେ ରଜନୀକାନ୍ତ ସିଂ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/11/22-15.jpg)