ବିଦା ହେଲେ ଡିଏସପି ଦବିନ୍ଦର ସିଂହ । ଆତଙ୍କବାଦୀ ଲିଙ୍କରେ ଗିରଫ ହେବା ପରେ ବହିଷ୍କୃତ କଲେ ଜାମ୍ମୁ-କାଶ୍ମୀର ଡିଜି

358

କନକ ବ୍ୟୁରୋ: ପୋଲିସରୁ ବିଦା ହେଲେ ଡିଏସପି ଦବିନ୍ଦର ସିଂହ । ଆତଙ୍କବାଦୀ ଲିଙ୍କରେ ଧରାପଡିଥିବା ଜାମ୍ମୁ କାଶ୍ମୀର ଡିଏସପି ବହିଷ୍କୃତ । ପୋଲିସରେ ଥାଇ ବି ଦେଶକୁ ସୁରକ୍ଷା ନଦେଇ ଆତଙ୍କବାଦୀଙ୍କୁ ସହଯୋଗ କରିଥିବାରୁ ଗିରଫ ଡିଏସପି ଦବିନ୍ଦରଙ୍କୁ ବିଦା କରାଗଲା । ତେବେ ବହିଷ୍କାର ନେଇ ସୂଚନା ଦେଲେ ଜାମ୍ମୁ କାଶ୍ମୀର ଡିଜି ଦିଲବାଗ ସିଂହ ।

ସେପଟେ ଆତଙ୍କବାଦୀଙ୍କ ସହ ଜାମ୍ମୁକାଶ୍ମୀର କୁଲଗାଓରୁ ଧରାପଡିଥିଲେ ପୋଲିସ ଡିଏସପି ଦବିନ୍ଦର ସିଂହ । ତେବେ ଶନିବାର ବିଳମ୍ବିତ ରାତିରେ ଶ୍ରୀନଗର ଅଭିମୁଖେ ଦ୍ରୁତ ଗତିରେ ବଢିଚାଲିଥିଲା ଦବିନ୍ଦରଙ୍କ ଆଇ୍-ଟେନ୍ ଗାଡି । ଏବଂ ଗୁଇନ୍ଦା ସୂଚନା ଅନୁଯାୟୀ ଏହି ଗାଡିର ପିଛା କରୁଥିଲେ ପୋଲିସ ଡିଆଇଜି ଅତୁଲ ଗୋୟଲ । ଏହି ଗାଡିରେ ଡିଏସପି ଦବିନ୍ଦରଙ୍କ ସହ ଥିଲା ହିଜବୁଲ ମୁଜାହିଦ୍ଦିନର ନମ୍ବର ଟୁ କୁହାଯାଉଥିବା ନଭିଦ ବାବୁ ଓ ରଫି । ଏବଂ ମିଳିଥିବା ସୂଚନା ଅନୁସାରେ ଏମାନଙ୍କୁ ଖସାଇ ଦେବା ପାଇଁ ୧୨ଲକ୍ଷ ଟଙ୍କାର ଡିଲ୍ କରିଥିଲେ ଦବିନ୍ଦର ସିଂ । ତେବେ ଜବାହାର ଟନେଲ ପୂର୍ବରୁ ଏମାନଙ୍କୁ ଗିରଫ କରାଯାଇଥିଲା । ପୁଲିସର କହିବା ମୁତାବକ ଜବାହାର ଟନେଲ ଅତିକ୍ରମ କରିଯାଇଥିଲେ ଏମାନଙ୍କୁ ଗିରଫ କରିବା କଷ୍ଟକର ହୋଇପଡିଥାନ୍ତା ।